Advertisment

୧.୫ ଏକର ପିଆଜ ଫସଲରେ ନିଆଁ ଲଗାଇ ଦେଲେ ଚାଷୀ, ରକ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିଲେ ଚିଠି

କ୍ରିଷ୍ଣା ଡୋଙ୍ଗ୍ରେ ୧.୫ ଏକର ଜମିରେ ପିଆଜ ଚାଷ କରିଥିଲେ। ୪ ମାସ ଅକ୍ଲାନ୍ତ ପରିଶ୍ରମ କରି ସେ ଭଲ ଫସଲ ମଧ୍ୟ ଉତ୍ପାଦନ କରିଥିଲେ। ଏଥିପାଇଁ ସେ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଥିବା ବେଳେ ମାର୍କେଟରେ ଏହାକୁ ପହଞ୍ଚାଇବା ପାଇଁ ଆଉ ୩୦ ହଜାର ଟଙ୍କାର ବ୍ୟବସ୍ଥା କରିଥିଲେ।

ଅଦ୍ୟତନ ହୋଇଛି
Onion

Onion

Advertisment

କଠିନ ପରିଶ୍ରମ ଓ ଟଙ୍କା ଖର୍ଚ୍ଚ କରି ପିଆଜ ଉତ୍ପାଦନ କରୁଥିଲେ ମଧ୍ୟ ଚାଷୀଙ୍କୁ ମିଳୁନି ଉଚିତ ଦାମ। ପିଆଜ ଦାମ ଅତ୍ୟନ୍ତ କମ ଥିବାରୁ ଚାଷୀମାନେ ଉତ୍ପାଦନ ଖର୍ଚ୍ଚ ମଧ୍ୟ ପାଉ ନାହାନ୍ତି। କେନ୍ଦ୍ର କିମ୍ବା ରାଜ୍ୟ ସରକାର ସବୁ ଜାଣି ମଧ୍ୟ କେବଳ ନୀରବତା ଅବଲମ୍ବନ କରୁଛନ୍ତି। ସରକାରଙ୍କ ଏପରି ଆଭିମୁଖ୍ୟରେ ଅତିଷ୍ଠ ହୋଇ ମହାରାଷ୍ଟ୍ରର ନାଶିକରେ ଜଣେ ଚାଷୀ ନିଜ ପିଆଜ ଫସଲକୁ ସଂପୂର୍ଣ୍ଣ ଭାବେ ଜାଳି ଦେଇଛନ୍ତି। ମାସାଧିକ କାଳ ପରିଶ୍ରମ କରି ସେ ପିଆଜ ଚାଷ କରିଥିଲେ ମଧ୍ୟ ସରକାରଙ୍କ ଉପରେ ରାଗି ସେସବୁରେ ନିଆଁ ଲଗାଇ ଦେଇଛନ୍ତି।

Advertisment

ନାଶିକର ୟେଓଲା ତାଲୁକାର କ୍ରିଷ୍ଣା ଡୋଙ୍ଗ୍ରେ ୧.୫ ଏକର ଜମିରେ ପିଆଜ ଚାଷ କରିଥିଲେ। ୪ ମାସ ଅକ୍ଲାନ୍ତ ପରିଶ୍ରମ କରି ସେ ଭଲ ଫସଲ ମଧ୍ୟ ଉତ୍ପାଦନ କରିଥିଲେ। ଏଥିପାଇଁ ସେ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଥିବା ବେଳେ ମାର୍କେଟରେ ଏହାକୁ ପହଞ୍ଚାଇବା ପାଇଁ ଆଉ ୩୦ ହଜାର ଟଙ୍କାର ବ୍ୟବସ୍ଥା କରିଥିଲେ। ହେଲେ ସେ ବର୍ତ୍ତମାନ ମାର୍କେଟରେ ଥିବା ଦର ଅନୁସାରେ ପିଆଜ ବିକ୍ରି କରିଥିଲେ ମାତ୍ର ୨୫ ହଜାର ଟଙ୍କା ପାଇ ଥାଆନ୍ତେ। ତେଣୁ ସେ ପିଆଜକୁ ବିକ୍ରି ନ କରି ଏଥିରେ ନିଆଁ ଲଗାଇ ନଷ୍ଟ କରି ଦେଇଛନ୍ତି।

କ୍ରିଷ୍ଣା କହିଛନ୍ତି, “୧.୫ ଏକର ଜମିରେ ପିଆଜ ଚାଷ ପାଇଁ ମୁଁ ଦିନ ରାତି ଏକ କରି ଦେଇଥିଲି। ହେଲେ ଏବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭୁଲ ପାଇଁ ମୁଁ ମୋର ସୁନାର ଫସଲକୁ ପୋଡ଼ି ଦେଇଛି। ଯଦି ବର୍ତ୍ତମାନ ଦର ଅନୁସାରେ ମୁଁ ପିଆଜ ବିକ୍ରି କରି ଥାଆନ୍ତି, ତା’ହେଲେ ମୋ ହାତରୁ ସବୁ ଟଙ୍କା ଦେବାକୁ ପଡ଼ିଥାଆନ୍ତା। ଏବେ ଫସଲ ନଷ୍ଟ କରି ମୁଁ ସବୁ କ୍ଷତି ସହିବାକୁ ରାଜି ଅଛି। କେନ୍ଦ୍ର ଓ ରାଜ୍ୟ ସରକାର ଥରେ ଏ ବିଷୟରେ ଚିନ୍ତା କରନ୍ତୁ। ସେମାନେ ଚାଷୀଙ୍କ ସହ ଛିଡ଼ା ହୁଅନ୍ତୁ।”

Advertisment

ସେ ଆହୁରି କହିଛନ୍ତି, “ସରକାରଙ୍କ ପକ୍ଷରୁ କେହି ବି ଆମ ପାଖକୁ ଆସି ନାହାନ୍ତି। ତାଙ୍କ ପାଖରେ ୧୫ ଦିନର ସମୟ ଥିଲା। ତଥାପି ସେମାନେ ଆମକୁ ସମବେଦନା ଟିକିଏ ଜଣାଇଲେ ନାହିଁ। ଚାଷୀମାନଙ୍କୁ ଏପରି ନ କରିବାକୁ ମଧ୍ୟ ଥରେ ବୁଝାଇଲେ ନାହିଁ। କେହି ବି ପଦୁଟିଏ କଥା ବି ହେଲେନି।”

କ୍ରିଷ୍ଣା ୧୫ ଦିନ ତଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ତାଙ୍କ ନିଜ ରକ୍ତରେ ଗୋଟିଏ ଚିଠି ଲେଖିଥିଲେ। ଏଥିରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚାଷୀଙ୍କ ପିଆଜ ପୋଡ଼ି ଉତ୍ସବ ଦେଖିବାକୁ ନିମନ୍ତ୍ରଣ କରିଥିଲେ। ତଥାପି ତାଙ୍କ ଦୁଃଖ କେହି ବି ନ ବୁଝିବାରୁ ସେ ବାଧ୍ୟ ହୋଇ ଆଜି ପିଆଜ ଫସଲରେ ନିଆଁ ଲଗାଇ ଦେଇଛନ୍ତି।

Farmer Farmer Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe