କ୍ରିକେଟ ମ୍ୟାଚ୍‌ ହାରି ଯିବାରୁ ୧୫ ବର୍ଷର ପିଲାକୁ ପିଟି ମାରିଦେଲେ

୧୫ ବର୍ଷୀୟ ପ୍ରକାଶ ସାହୁ ଯେଉଁ ଟିମରେ ଥିଲେ ସେମାନେ ମ୍ୟାଚ୍‌ ଜିତିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ହାରି ଯାଇଥିବା ଟିମର ୨୦ ବର୍ଷୀୟ ମୁକେଶ ମୀନା ବ୍ୟାଟରେ ପ୍ରକାଶଙ୍କୁ ଆକ୍ରମଣ କରିଥିଲେ।

Cricket

Representational image

Hemant Lenka
  • Published: Wednesday, 07 February 2024
  • Updated: 07 February 2024, 09:29 PM IST

Sports

Latest News

କ୍ରିକେଟ ମ୍ୟାଚ୍‌ ପରେ ଜଣେ ୧୫ ବର୍ଷୀୟ ପିଲାକୁ ବ୍ୟାଟରେ ପିଟି ହତ୍ୟା। ମ୍ୟାଚ ହାରିଯିବାରୁ ପ୍ରତିପକ୍ଷ ଟିମର ଜଣେ ଯୁବକ ପିଲାଟିର ମୁଣ୍ଡକୁ ବ୍ୟାଟରେ ପିଟି ହତ୍ୟା କରିଛନ୍ତି। ରାଜସ୍ଥାନର ଭବାନୀ ମଣ୍ଡି ସହରରେ ମଙ୍ଗଳବାର ଏହି ଘଟଣା ଘଟିଛି।

Also Read

ବ୍ୟାଟରେ ସେ ପ୍ରକାଶଙ୍କ ମୁଣ୍ଡକୁ ପିଟି ଦେବାରୁ ସେ ତଳେ ପଡ଼ି ଯାଇଥିଲେ। ରକ୍ତସ୍ରାବ ହେଉଥିବା ବେଳେ ସାଥୀ ଖେଳାଳିମାନେ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନେଇ ଯାଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ପ୍ରକାଶଙ୍କର ମୃତ୍ୟୁ ଘଟିଥିବା ପୁଲିସ୍‌ ସୂଚନା ଦେଇଛି।

ପ୍ରକାଶ ସାହୁ ନିଜ ପରିବାର ଲୋକଙ୍କ ସହ ରାଜସ୍ଥାନ ଟେକ୍ସଟାଇଲ୍ସ ମିଲ୍ସ ଲେବର କଲୋନୀରେ ରହୁଥିଲେ। ପୁଲିସ୍‌ ଶବବ୍ୟବଚ୍ଛେଦ ପରେ ତାଙ୍କ ମୃତଦେହକୁ ବୁଧବାର ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସେହିପରି ଅଭିଯୁକ୍ତ ମୁକେଶକୁ ଗିରଫ କରିଛି। ମୁକେଶ ମଧ୍ୟ ପ୍ରକାଶ ରହୁଥିବା କଲୋନୀରେ ରୁହନ୍ତି।

ପ୍ରକାଶ ୧୦ମ ଶ୍ରେଣୀର ଛାତ୍ର ହୋଇଥିବା ବେଳେ ମୁକେଶ ବିଏ ଶେଷ ବର୍ଷର ଛାତ୍ର। ଉଭୟ ସମାନ କଲୋନୀରେ ରୁହନ୍ତି ଓ ଭଲ ସାଙ୍ଗ ମଧ୍ୟ। କଲୋନୀ ଗ୍ରାଉଣ୍ଡରେ ଉଭୟ ପ୍ରତିଦିନ କ୍ରିକେଟ ଖେଳନ୍ତି। କ୍ରିକେଟ ଖେଳରେ ହାର ଜିତ ଯୋଗୁ ମୁକେଶ ବ୍ୟାଟରେ ପ୍ରକାଶଙ୍କ ମୁଣ୍ଡକୁ ପିଟି ହତ୍ୟା କରିଥିବା ସର୍କଲ ଇନସପେକ୍ଟର ମାଙ୍ଗିଲା ଯାଦବ କହିଛନ୍ତି।

ତାଙ୍କ କହିବା କଥା ଯେ ମଙ୍ଗଳବାର ପ୍ରକାଶ ଓ ମୁକେଶଙ୍କ ଟିମ ମଧ୍ୟରେ ମ୍ୟାଚ୍‌ ହୋଇଥିଲା। ଏଥିରେ ପ୍ରକାଶଙ୍କ ଟିମ ବିଜୟୀ ହୋଇଥିଲା। ବିଜୟ ପରେ ପ୍ରକାଶ ସାଥୀ ଖେଳାଳିଙ୍କ ସହ ଉତ୍ସବ ମନାଇଥିଲେ। ଏହା ଦେଖି ମୁକେଶ ଚିଡ଼ି ଯାଇଥିଲେ। ସେ ରାଗରେ ଗୋଟିଏ ବ୍ୟାଟ ଦ୍ୱାରା ପଛ ପଟୁ ପ୍ରକାଶଙ୍କ ମୁଣ୍ଡକୁ ପିଟି ଦେଇଥିଲେ।

ଆକ୍ରମଣ ପରେ ପ୍ରକାଶ ତଳେ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ହସ୍ପିଟାଲ ପକ୍ଷରୁ ତାଙ୍କୁ କୋଟାକୁ ସ୍ଥାନାନ୍ତର କାରାଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିଲେ ହେଁ ବିଳମ୍ବିତ ରାତିରେ ପ୍ରକାଶଙ୍କ ମୃତ୍ୟୁ ହୋଇ ଯାଇଥିଲା ବୋଲି ଯାଦବ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story