Advertisment

ଥାନାରେ ପଶି ପୁଲିସକୁ ପ୍ରବଳ ପିଟିଲେ ବିକ୍ଷୋଭକାରୀ, ଭିଡିଓ ଭାଇରାଲ

ଆଦିବାସୀ ସଂପ୍ରଦାୟର ଜଣେ ୧୭ ବର୍ଷୀୟ ଝିଅର ମୃତଦେହ ମିଳିବା ପରେ ଦିନାଜପୁରରେ ପ୍ରବଳ ହିଂସାକାଣ୍ଡ ଘଟିଥିଲା।

Police

Police

Advertisment

ପଶ୍ଚିମବଙ୍ଗର ଉତ୍ତର ଦିନାଜୁପରର କଲିୟାଗଞ୍ଜରେ ନାବାଳିକା ମୃତ୍ୟୁକୁ ନେଇ ସୃଷ୍ଟି ହୋଇଥିବା ହିଂସା ବେଳର ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି। ନାବାଳିକା ମୃତ୍ୟୁକୁ ନେଇ ବିକ୍ଷୋଭ କରୁଥିବା ଲୋକମାନେ କେବଳ ସର୍ବସାଧାରଣ ସମ୍ପତ୍ତି ଭଙ୍ଗାରୁଜା କରି ନଥିଲେ କି କଲିୟାଗଞ୍ଜ ପୁଲିସ୍‌ ଷ୍ଟେସନକୁ ଜାଲି ନଥିଲେ, ସେମାନେ ଥାନାରେ ପଶି ପୁଲିସ କର୍ମଚାରୀଙ୍କୁ ଅତ୍ୟନ୍ତ ନିଷ୍ଠୁର ଢଙ୍ଗରେ ମାଡ଼ ମଧ୍ୟ ମାରିଥିଲେ। ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି।

Advertisment

ଆଦିବାସୀ ସଂପ୍ରଦାୟର ଜଣେ ୧୭ ବର୍ଷୀୟ ଝିଅର ମୃତଦେହ ମିଳିବା ପରେ ଦିନାଜପୁରରେ ପ୍ରବଳ ହିଂସାକାଣ୍ଡ ଘଟିଥିଲା। ଏହି ଘଟଣାରେ ଲୋକମାନେ ବିକ୍ଷୋଭ ମଧ୍ୟ କରିଥିଲେ। ଏତିକି ବେଳେ କିଛି ବିକ୍ଷୋଭକାରୀ ଥାନା ଭିତରେ ପଶି ପୁଲିସ୍‌ କର୍ମଚାରୀମାନଙ୍କୁ ପ୍ରବଳ ମାଡ଼ ମାରିଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ପୁଲିସ୍‌ କର୍ମଚାରୀମାନେ ତଳେ ପଡ଼ି ଛାଡ଼ି ଦେବାକୁ ନେହୁରା ହେଉଥିଲେ ମଧ୍ୟ କିଛି ଯୁବକ ସେମାନଙ୍କୁ ମାଡ଼ ମାରି ଚାଲିଥିବା ଭିଡିଓରେ ଦେଖାଯାଉଛି।

ଏହି ଭିଡିଓକୁ ଶେୟାର କରି ଟିଏମସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି, ବିକ୍ଷୋଭକାରୀଙ୍କ ଗୁଣ୍ଡାଗର୍ଦ୍ଦି ସତ୍ତ୍ୱେ ପୁଲିସ୍‌ ନିଜର ସଂକ୍ଷମତା ରଖା କରିଛି। ଆକ୍ରମଣ ସତ୍ତ୍ୱେ ପୁଲିସ୍‌ କର୍ମଚାରୀମାନେ ବାମପନ୍ଥୀ ସରକାର ଭଳି ଗୁଳି ଚଳାଇ ନାହାନ୍ତି। ଯେଉଁମାନେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ମିଛ ଖବର ପ୍ରଚାର କରୁଛନ୍ତି ଓ ପୂରା ଅଞ୍ଚଳରେ ହିଂସା ସୃଷ୍ଟି କରୁଛନ୍ତି, ସେମାନଙ୍କୁ ଧରାଯିବା ଦରକାର ବୋଲି ଶ୍ରୀ ଘୋଷ କହିଛନ୍ତି।

Advertisment

ମଙ୍ଗଳବାର ଗୋଟିଏ ଆଦିବାସୀ ସଂପ୍ରଦାୟ ପକ୍ଷରୁ କାଲିୟାଗଞ୍ଜ ପୁଲିସ୍‌ ଷ୍ଟେସନକୁ ଘେରାଉ କରାଯାଇଥିଲା। ଏହି ସମୟରେ ବିକ୍ଷୋଭକାରୀ ଥାନାରେ ନିଆଁ ଲଗାଇବା ସହ ଏକାଧିକ ପୁଲିସ୍‌ ଗାଡ଼ି ଜାଳି ଦେଇଥିଲା। ଥାନା ପାଖରେ ରହିଥିବା ପୁଲିସ୍‌ କ୍ୱାର୍ଟର୍ସରେ ମଧ୍ୟ ଭଙ୍ଗା ରୁଜା କରିଥିଲେ। ବିକ୍ଷୋଭକାରୀ ପୁଲିସ୍‌ ଉପରୁ ପଥର ମାଡ଼ କରିଥିଲେ। ଏହି ଘଟଣାକୁ ବୁଧବାର ପଶ୍ଚିମବଙ୍ଗ ମୁ‌ଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଡ଼ା ଭାଷାରେ ନିନ୍ଦା ମଧ୍ୟ କରିଛନ୍ତି।

West Bengal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe