Advertisment

ଲାଇଭ୍‌ ଟିଭି ଶୋ' ବେଳେ ଟଳି ପଡ଼ିଲେ କୃଷି ବିଶେଷଜ୍ଞ

ଲାଇଭ୍‌ ଟେଲିକାଷ୍ଟ ବେଳେ ସେ ହଠାତ୍‌ ଚେତାଶୂନ୍ୟ ହୋଇପଡିଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଛି।

author-image
Madhupriya Mistry
Ani S Das

Ani S Das

ଲାଇଭ୍‌ ଟିଭି ଶୋ' ବେଳେ ଅଘଟଣ। ଟଳି ପଡିଲେ କୃଷି ବିଶେଷଜ୍ଞ। ପରେ ତାଙ୍କର ମୃତ୍ୟୁ ହୋଇଛି। କେରଳରେ ଦୂରଦର୍ଶନର ଏକ କାର୍ଯ୍ୟକ୍ରମ ବେଳେ ଷ୍ଟୁଡିଓ ଭିତରେ ଏଭଳି କିଛି ଘଟଣା ଘଟିଛି।

Advertisment

ସୂଚନା ମୁତାବକ, କୃଷି ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ଥିବା ୫୯ ବର୍ଷୀୟ ଡକ୍ଟର ଏ.ଏସ୍‌ ଦାସ ଚ୍ୟାନେଲରେ ଏକ କାର୍ଯ୍ୟକ୍ରମରେ ଅତିଥି ରୂପେ ଯୋଗ ଦେଇଥିଲେ। ତେବେ ଲାଇଭ୍‌ ଟେଲିକାଷ୍ଟ ବେଳେ ସେ ହଠାତ୍‌ ଚେତାଶୂନ୍ୟ ହୋଇପଡିଥିଲେ। କୃଷି ଦର୍ଶନ କାର୍ଯ୍ୟକ୍ରମ ବେଳେ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଏହି ଘଟଣା ଘଟିଥିଲା। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଦୂରଦର୍ଶନ ଚ୍ୟାନେଲ ପକ୍ଷରୁ କୁହାଯାଇଛି।

ଡକ୍ଟର ଅନି ଏସ୍ ଦାସ କେରଳ କୃଷି ବିଶ୍ୱବିଦ୍ୟାଳୟର ଯୋଜନା ନିର୍ଦ୍ଦେଶକ ଥିଲେ। ଏହା ସହିତ ସେ ଜଣେ ବିଶେଷଜ୍ଞ ମଧ୍ୟ ଥିଲେ। ସିଏ ବେଳେବେଳେ ଜଣେ କୃଷି ବିଶେଷଜ୍ଞ ଭାବେ ଦୂରଦର୍ଶନ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ। ତେବେ ଲାଇଭ୍‌ ଶୋ' ବେଳେ ହଠାତ୍‌ ତାଙ୍କର ଏଭଳି ଚେତାଶୂନ୍ୟ ହୋଇପଡିବା ଓ ପରେ ତାଙ୍କର ମୃତ୍ୟୁ ହେବ ଖବର ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ଝଟ୍‌କା ଲାଗିଛି। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

Advertisment
Ani S Das Live TV Show Expert Died Live Tv Show Kerala