Advertisment

କଂଗ୍ରେସକୁ ଟାର୍ଗେଟ କଲେ ଆଣ୍ଟୋନୀଙ୍କ ପୁଅ, କହିଲେ- ଏକ ପରିବାର ପାଇଁ କାମ କରିବା ମୋ’ ଧର୍ମ ନୁହେଁ

‘ଏକ ବିକଶିତ ରାଷ୍ଟ୍ର ଗଠନ ପାଇଁ ମୋଦିଙ୍କ ଦୃଷ୍ଟିକୋଣ ସ୍ପଷ୍ଟ ଏବଂ ଏଥିରେ ସହଯୋଗ କରିବା ମୋର କର୍ତ୍ତବ୍ୟ। ବିଜେପିର ଧର୍ମ ହେଉଛି ରାଷ୍ଟ୍ର ପାଇଁ କାମ କରିବା ।’

ଅଦ୍ୟତନ ହୋଇଛି
Anil K Antony

Anil K Antony

Advertisment

‘ଆଜିକାଲି କଂଗ୍ରେସ ନେତା ଓ କର୍ମୀମାନେ ଅନୁଭବ କରୁଛନ୍ତି ଯେ ଏକ ପରିବାର ପାଇଁ କାମ କରିବା ହେଉଛି ସେମାନଙ୍କ ଧର୍ମ। କିନ୍ତୁ ମୋର ଧର୍ମ ହେଉଛି ଦେଶ ପାଇଁ କାମ କରିବା।’ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନୀଙ୍କ ପୁଅ ଅନୀଲ କେ ଆଣ୍ଟୋନୀ ଗୁରୁବାର ବିଜେପିରେ ମିଶିବା ପରେ ପ୍ରଥମେ କଂଗ୍ରେସକୁ ଟାର୍ଗେଟ କରି ଏପରି କଡ଼ା ମନ୍ତବ୍ୟ ଦେଇଛନ୍ତି। ଏଥିସହ ସେ ଲୋକପ୍ରିୟ ସଂସ୍କୃତ ପଦ 'ଧର୍ମ ରକ୍ଷତି ରକ୍ଷୀତ’ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି।

Advertisment

ବିଜେପିରେ ଯୋଗ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକୁ ପ୍ରଶଂସା କରି ଅନୀଲ କେ ଆଣ୍ଟୋନୀ କହିଛନ୍ତି ଯେ ଏକ ବିକଶିତ ରାଷ୍ଟ୍ର ଗଠନ ପାଇଁ ତାଙ୍କର ଦୃଷ୍ଟିକୋଣ ସ୍ପଷ୍ଟ ଏବଂ ଏଥିରେ ସହଯୋଗ କରିବା ମୋର କର୍ତ୍ତବ୍ୟ। ବିଜେପିର ଧର୍ମ ହେଉଛି ରାଷ୍ଟ୍ର ପାଇଁ କାମ କରିବା । ଏକ ପରିବାର ପାଇଁ କାମ କରିବା ଏହି ଦଳର ଧର୍ମ ନୁହେଁ।

ଏକେ ଆଣ୍ଟୋନୀ କଂଗ୍ରେସର ଜଣେ ଆଗଧାଡ଼ିର ନେତା ଥିବା ବେଳେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଛନ୍ତି। ସେହିପରି ତାଙ୍କ ପୁଅ ଦୀର୍ଘ ବର୍ଷ କଂଗ୍ରେସରେ ସକ୍ରୀୟ ଭାବେ କାର୍ଯ୍ୟରତ ଥିବା ବେଳେ କେରଳ ୟୁନିଟର ଡିଜିଟାଲ ମିଡିଆ ବିଭାଗର ମୁଖ୍ୟ ଭାବେ ମଧ୍ୟ କାମ କରିଛନ୍ତି। ମାତ୍ର ଗତ ଜାନୁୟାରୀରେ ଅନୀଲ କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଥିଲେ।

Advertisment

ଏହାପରେ ତାଙ୍କୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିବା ବେଳେ ଗତକାଲି ସେ ବିଜେପିରେ ସାମିଲ ହୋଇଛନ୍ତି। ପୁଅର ଏପରି ପଦକ୍ଷେପରେ ଏକେ ଆଣ୍ଟୋନୀ ଖୁବ୍‌ ଦୁଃଖିତ ଥିବା ବେଳେ ଏବେ ବି ପିତାଙ୍କ ପାଇଁ ମନରେ ଖୁବ୍‌ ସମ୍ମାନ ଥିବା କହିଛନ୍ତି ଅନୀଲ କେ ଆଣ୍ଟୋନୀ ।

ଅନୀଲଙ୍କୁ ବିଜେପିକୁ ସ୍ୱାଗତ କରି ଗୋୟଲ ତାଙ୍କୁ ଜଣେ ତୃଣମୂଳ ରାଜନୈତିକ କର୍ମୀ ବୋଲି ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ବିଜେପି ଦେଶର ବିକାଶ ପାଇଁ ସବୁବେଳେ କାର୍ଯ୍ୟରତ । ଦେଶର ସ୍ଥାୟୀ ବିକାଶ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସହିତ ସେ ସହମତ ବୋଲି କହିଛନ୍ତି ଅନୀଲ।

ବିଜେପିରେ ଯୋଗଦେବା ପୂର୍ବରୁ ସେ ପିତାଙ୍କ ସହ ପରାମର୍ଶ କରିଛନ୍ତି କି ବୋଲି ପଚରାଯାଇଥିବା ବେଳେ ଅନୀଲ କହିଛନ୍ତି ଯେ ଏହା ବ୍ୟକ୍ତିତ୍ୱ ବିଷୟରେ ନୁହେଁ, ଏହା ଚିନ୍ତାଧାରା ଉପରେ ଆଧାରିତ । ମୋର ଦୃଢ ବିଶ୍ୱାସ ଅଛି ଯେ, ମୁଁ ସଠିକ୍ ପଦକ୍ଷେପ ନେଇଛି। ମୋ ବାପାଙ୍କ ପ୍ରତି ମୋର ସମ୍ମାନ ସମାନ ରହିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୁଜରାଟ ଦଙ୍ଗାକୁ ନେଇ ବିବିସି ପ୍ରସ୍ତୁତ କରିଥିବା ବିବାଦୀୟ ଡକ୍ୟୁମେଣ୍ଟାରୀକୁ ସମାଲୋଚନା କରିଥିଲେ ଅନୀଲ । ଫଳରେ ତାଙ୍କୁ ନେଇ କଂଗ୍ରେସ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏହାପରେ ସେ ଗତକାଲି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ବିଜେପିରେ ସାମିଲ ହୋଇଛନ୍ତି।

Bjp Congress AK Antony
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe