Advertisment

କାରରେ ଯାଉଥିବା ବେଳେ ଅନୀଲ ଦେଶମୁଖଙ୍କୁ ପଥର ମାଡ଼, ମୁଣ୍ଡ ଫାଟିଲା

ପଥର ମାଡ଼ରେ ତାଙ୍କ ମୁଣ୍ଡ ଫାଟି ଯାଇଛି। ଏଥିପାଇଁ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

author-image
Hemant Lenka
Anil Deshmukh

Anil Deshmukh

ମହାରାଷ୍ଟ୍ରର ପୂର୍ବତନ ଗୃହ ମନ୍ତ୍ରୀ ତଥା ଏନସିପି(ଶରଦ ଚନ୍ଦ୍ର ପାୱାର) ଦଳର ନେତା ଅନୀଲ ଦେଶମୁଖ ଉପରେ ହୋଇଛି ଭୟଙ୍କର ପଥର ମାଡ଼। ସେ କାରରେ ଯାଉଥିବା ବେଳେ ନାଗପୁର ଠାରେ ତାଙ୍କୁ ପଥର ମାଡ଼ କରାଯାଇଛି। ଏଥିରେ କାରର କାଚ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଶ୍ରୀ ଦେଶମୁଖ ଗୁରୁତର ହୋଇଛନ୍ତି।

Advertisment

ପଥର ମାଡ଼ରେ ତାଙ୍କ ମୁଣ୍ଡ ଫାଟି ଯାଇଛି। ଏଥିପାଇଁ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭଙ୍ଗା କାର ଭିତରେ ମୁଣ୍ଡରେ ରୁମାଲ ପକାଇ ରକ୍ତକୁ ଦେଶମୁଖ ରୋକିବାକୁ ଚେଷ୍ଟା କରୁଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ପ୍ରାଥମିକ ସୂଚନା ଅନୁଯାୟୀ, ଆଜି ଅନୀଲ ଦେଶମୁଖ ପୁଅ ସଲିଲ ଦେଶମୁଖଙ୍କ ପାଇଁ ପ୍ରଚାର କରିବାକୁ ନରଖେଡ ଯାଇଥିଲେ। ସେଠାରୁ ସଲିଲ ମହା ବିକାଶ ଅଘାଡ଼ି ପକ୍ଷରୁ ନିର୍ବାଚନ ଲଢ଼ୁଛନ୍ତି। ନରଖେଡରେ ଜୋରଦାର ପ୍ରଚାର କରିବା ପରେ ଅନୀଲ କାର ଯୋଗେ ଘରକୁ ଫେରୁଥିଲେ।

Advertisment

ହେଲେ ନାଗପୁରର କାତୋଲ-ଜଲାଲଖେଡା ରୋଡରେ ଘଟିଥିଲା ଅଘଟର। କିଛି ଦୁର୍ବୃତ୍ତ ହଠାତ ଗାଡ଼ି ଉପରକୁ ବଡ଼ବଧ ପଥର ମାଡ଼ କରିଥିଲେ। ପଥର ମାଡ଼ ଯୋଗୁ କାରର କାଚ ଭାଙ୍ଗି ଯିବା ସହ ତାଙ୍କ ମୁଣ୍ଡ ମଧ୍ୟ ଫାଟି ଯାଇଥିଲା।

ତାଙ୍କୁ ରକ୍ତାକ୍ତ ଅବସ୍ଥାରେ କାତୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ ହେଁ ଏଯାଏ ଆକ୍ରମଣ ପଛର କାରଣ ଜଣାପଡ଼ିନାହିଁ।

Anil Deshmukh Maharashtra Politics