Advertisment

ଏପ୍ରିଲ ୧୦ରେ ଜେଲରୁ ବାହାରିଥିଲା, ଆଜି ପୁଲିସ୍‌ ଗୁଳିରେ ଟଳିଲା ଗ୍ୟାଙ୍ଗଷ୍ଟର ଅନୀଲ

ଅନୀଲ ନାଁରେ ୬୨ଟି ମାମଲା ରହିଥିଲା। ସେ ଏକାଧିକ ହତ୍ୟା ଓ ଅପହରଣ ମାମଲାରେ ସାମିଲ ଥିଲା। ନୋଏଡା, ଗାଜିଆବାଦ ସମେତ ଦିଲ୍ଲୀ ଏନସିଆର ରିଜନରେ ସେ ତା’ର ଆତଙ୍କରାଜ ଚଳାଇଥିଲା।

author-image
Hemant Lenka
Anil Dujana

Anil Dujana

ଉତ୍ତର ପ୍ରଦେଶରେ ପୁଣି ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ ଏନକାଉଣ୍ଟର କରିଛି ଏସଟିଏଫ। ଗତ ଏପ୍ରିଲ ୧୦ରେ ଜେଲରୁ ବାହାରିଥିବା ଗ୍ୟାଙ୍ଗଷ୍ଟର ଅନୀଲ ଦୁଜାନାକୁ ଆଜି ଉତ୍ତର ପ୍ରଦେଶ ପୁଲିସ୍‌ର ଏସଟିଏଫ ମୀରଟରେ ଗୁଳି କରି ହତ୍ୟା କରିଛି।

Advertisment

ଅନୀଲ ନାଁରେ ୬୨ଟି ମାମଲା ରହିଥିଲା। ସେ ଏକାଧିକ ହତ୍ୟା ଓ ଅପହରଣ ମାମଲାରେ ସାମିଲ ଥିଲା। ନୋଏଡା, ଗାଜିଆବାଦ ସମେତ ଦିଲ୍ଲୀ ଏନସିଆର ରିଜନରେ ସେ ତା’ର ଆତଙ୍କରାଜ ଚଳାଇଥିଲା।

ଗୋଟିଏ ହତ୍ୟା ମାମଲାରେ ଗିରଫ ହୋଇ ଜେଲ ଯାଇଥିବା ଅନୀଲକୁ ବେଲ ମିଳିବା ପରେ ସେ ଏପ୍ରିଲ ୧୦ରେ ମୁକୁଳିଥିଲା। ଜାମିନରେ ବାହାରିଥିଲେ ମଧ୍ୟ ସେ ତା’ର ଆତଙ୍କରାଜ ବନ୍ଦ କରି ନଥିଲା। ସେ ଯେଉଁ ହତ୍ୟା ମାମଲାରେ ଜେଲ ଯାଇଥିଲା, ଉକ୍ତ ଘଟଣାର ଜଣେ ସାକ୍ଷୀଙ୍କୁ ଧମକେଇବା ଆରମ୍ଭ କରିଥିଲା। ଏଥିସହ ସାକ୍ଷୀଙ୍କୁ ମଧ୍ୟ ସେ ହତ୍ୟା କରିବାକୁ ଯୋଜନା କରିଥିଲା।

Advertisment

ଏହି ଖବର ଏସଟିଏଫ ପାଖରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଅପରେସନ ଅନୀଲ। ସେ ଆଜି ମୀରଟ ଯାଉଥିବା ବେଳେ ତାକୁ ଧରିବା ପାଇଁ ଏସଟିଏଫ ଉଦ୍ୟମ ଆରମ୍ଭ କରିଥିଲେ। କିନ୍ତୁ ସେ ଖସି ଯିବାକୁ ଉଦ୍ୟମ କରିଥିଲା। ପୁଲିସକୁ ଚକମା ଦେବା ପାଇଁ ଅନୀଲ ପ୍ରଥମେ ଗୁଳି ଚଳାଇଥିଲା। ଏହାର ଜବାବ ମଧ୍ୟ ପୁଲିସ୍‌ କର୍ମଚାରୀମାନେ ଦେଇଥିଲେ। ଏହି ଗୁଳି ବିନିମୟରେ ଅନୀଲ ଦୁଜାନା ପ୍ରାଣ ହରାଇଥିବା ପୁଲିସ୍‌ କହିଛି।

ପୁଲିସ୍‌ କହିଛି ଯେ ମୀରଟର ଗୋଟିଏ ଗାଁରେ ଥିବା ଆବଡ଼ାଖାବଡ଼ା ରାସ୍ତାକୁ ଘେରି ରହିଥିବା ବଡ଼ବଡ଼ ବୁଦା ନିକଟରେ ହିଁ ଏନକାଉଣ୍ଟର ହୋଇଛି। ବୁଦା ପାଖରେ ରହି ଅନୀଲ ପୁଲିସ୍‌ ଉପରକୁ ଗୁଳି ଚଳାଇଥିଲା। ପୁଲିସ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା। ଘଟଣା ସ୍ଥଳରୁ ଅନୀଲର ମୃତଦେହ ସହ ବନ୍ଧୁକ ଜବତ ହୋଇଛି।

ଉତ୍ତର ପ୍ରଦେଶ ଏସଟିଏଫର ଅତିରିକ୍ତ ଡିଜିପି କହିଛନ୍ତି, ୟୁପି ଏସଟିଏଫର ମୀରଟ ୟୁନିଟର ଏନକାଉଣ୍ଟରରେ ପଶ୍ଚିମ ଉତ୍ତର ପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅନୀଲ ନିହତ ହୋଇଛି। ତା’ ନାଁରେ ୬୦ରୁ ଅଧିକ ମାମଲା ରହିଥିଲା। ସେ ଜଣେ କଣ୍ଟ୍ରାକ୍ଟ କିଲର ଓ ୧୮ଟି ହତ୍ୟା ମାମଲାରେ ସେ ସାମିଲ ଥିଲା।

ଆଜି ଅନୀଲ ଦୁଜାନା ଗୋଟିଏ ସ୍କପ୍ରିଓରେ ମୀରଟରେ ଥିବା ତା’ର ସହଯୋଗୀଙ୍କୁ ଭେଟିବାକୁ ଯାଉଥିଲା। ଏହି ସମୟରେ ସେ ଏନକାଉଣ୍ଟରରେ ପ୍ରାଣ ହରାଇଛି। ଉଭୟ ପକ୍ଷରୁ ମୋଟ ୨୧ ରାଉଣ୍ଡ ଗୁଳି ଚାଲିଛି। ଏହା ମଧ୍ୟରୁ ଅନୀଲ ୧୫ ରାଉଣ୍ଡ ଗୁଳି ଚଳାଇଥିଲା। ଘଟଣା ସ୍ଥଳରୁ ୯ଏମଏମର ୨ଟି ପିସ୍ତଲ ଜବତ ହୋଇଛି ବୋଲି ସେ କହିଛନ୍ତି।

Uttar Pradesh Police