Advertisment

ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ଡିଜିପି ହେଲେ ସଞ୍ଜୟ କୁମାର ବର୍ମା

୧୯୯୦ ବ୍ୟାଚ୍‌ର ଆଇପିଏସ ସଞ୍ଜୟ କୁମାର ବର୍ମାଙ୍କୁ ରାଜ୍ୟର ପୁଲିସ୍‌ ମହାନିର୍ଦ୍ଦେଶକ ବା ଡିଜିପି ଭାବେ ନିଯୁକ୍ତି ମିଳିଛି।

sanjay-verma

sanjay-verma

Advertisment

ଆସନ୍ତା ୨୦ ତାରିଖରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ୧୯୯୦ ବ୍ୟାଚ୍‌ର ଆଇପିଏସ ସଞ୍ଜୟ କୁମାର ବର୍ମାଙ୍କୁ ରାଜ୍ୟର ପୁଲିସ୍‌ ମହାନିର୍ଦ୍ଦେଶକ ବା ଡିଜିପି ଭାବେ ନିଯୁକ୍ତି ମିଳିଛି। ବର୍ତ୍ତମାନ ଆଇପିଏସ ବର୍ମା ଲିଗାଲ ଓ ଟେକ୍ନିକାଲ ମହାନିର୍ଦ୍ଦେଶକ ଭାବେ କାମ କରୁଛନ୍ତି। ତତ୍କାଳ ଭାବେ ତାଙ୍କୁ ମହାରାଷ୍ଟ୍ର ଡିଜିପି କରାଯାଇଛି। ରଶ୍ମୀ ଶୁକ୍ଳାଙ୍କ ସ୍ଥାନରେ ସେ ଏବେ କାର୍ଯ୍ୟ କରିବେ।

Advertisment

ରଶ୍ମୀ ଶୁକ୍ଳା ଡିଜିପି ଥିଲେ ହେଁ ଶାସକ ଦଳ ପ୍ରତି ଅହେତୁକ ଅନୁକମ୍ପା ଦେଖାଉଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଥିଲେ। ନିର୍ବାଚନ ସମୟରେ ଡିଜିପି ରଶ୍ମୀ ବିରୋଧୀଙ୍କ ପ୍ରଚାରରେ ବାଧକ ସାଜୁଥିବା ଅଭିଯୋଗ ହୋଇଥିଲା।

ଏହାପରେ ନିର୍ବାଚନ କମିଶନ ରଶ୍ମୀଙ୍କୁ ମହାରାଷ୍ଟ୍ରର ଡିଜିପି ପଦରୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ହଟିବା ପରେ ଆଜି ବର୍ମାଙ୍କୁ ନୂଆ ଡିଜିପି ଭାବେ ନିଯୁକ୍ତି ମିଳିଛି। ସେ ଏହି ପଦରେ ୨୦୨୮ ଏପ୍ରିଲ ମାସ ଯାଏ କାର୍ଯ୍ୟ କରିବେ।

Advertisment

ଅକ୍ଟୋବର ୩୧ରେ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପଟୋଲ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖି ଡିଜିପି ରଶ୍ମୀ ଶୁକ୍ଳାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ରଶ୍ମୀ ଶୁକ୍ଳା ବିରୋଧୀ ନେତାଙ୍କ ଫୋନ୍ ଟ୍ୟାପ୍‌ କରିବାକୁ ନିର୍ଦ୍ଦେଶ ଦେଇଥିବା ସେ ଚିଠିରେ ଉଲ୍ଲେଖ କରିଥିଲେ। ଏଥିପାଇଁ ତାଙ୍କୁ ପଦରୁ ହଟାଯାଉ ବୋଲି ସେ ଦାବି କରିଥିଲେ। ଏହି ଅଭିଯୋଗ ଆସିବା ପରେ ନିର୍ବାଚନ କମିଶନର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ରଶ୍ମୀ ଶୁକ୍ଳାଙ୍କୁ ଡେପୁଟେସନରେ ସଶସ୍ତ୍ର ସୀମା ବଳକୁ ପଠାଇ ଦିଆଯାଇଛି।  

ମହାରାଷ୍ଟ୍ରର ମହା ବିକାଶ ଆଘାଡି ସରକାର ସମୟରେ ରଶ୍ମୀ ଶୁକ୍ଳା ରାଜ୍ୟ ଗୁଇନ୍ଦା ବିଭାଗର ମୁଖ୍ୟ ଥିଲେ। ସେତେବେଳେ କିଛି ବରିଷ୍ଠ ରାଜନୀତିକ ନେତାଙ୍କ ଫୋନକୁ ସେ ଟ୍ୟାପ୍‌ କରିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ତାଙ୍କ ବିରୋଧରେ ତିନୋଟି ମାମଲା ରୁଜୁ ହୋଇଥିଲା।

Maharashtra Police Maharashtra Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe