Advertisment

ପ୍ରେମ ପାଇଁ ନିଜ ଦେଶକୁ ପର କଲେ, ଯେଉଁଠି ରହିଲେ ତାହାର ଗୁଣଗାନ କଲେ

ସୀମା ନିଜ ଘର ଛାତରେ ତ୍ରିରଙ୍ଗା ଉଡ଼ାଉଥିବା ବେଳେ ଫୁଲ୍‌ ଜୋଶ୍‌ରେ ନଜର ଆସିଥିଲେ। ଜୟ ଭାରତ ମାତା, ହିନ୍ଦୁସ୍ତାନ ଜିନ୍ଦାବାଦ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ କରି ଦେଇଥିଲେ।

ଅଦ୍ୟତନ ହୋଇଛି
Seema & Anju

Seema & Anju

Advertisment

ପ୍ରେମରେ ପଡ଼ି ବଦଳିଗଲା ରଙ୍ଗ। ନିଜ ଦେଶ ଏବେ ପର ଲାଗୁଥିବା ବେଳେ ପ୍ରେମିକର ଦେଶ କିନ୍ତୁ ନିଜଠୁ ଅଧିକ ଲାଗୁଛି। ତେଣୁ ନିଜ ଦେଶକୁ ମୁର୍ଦ୍ଦାବାଦ ବୋଲି କହିବା ସହ ପ୍ରେମିକର ଦେଶ ପାଇଁ ଜିନ୍ଦାବାଦ ନାରା ଲଗାଇବାକୁ ପଛାଇ ନାହାନ୍ତି ବହୁ ଚର୍ଚ୍ଚିତ ୨ ମହିଳା ସୀମା ହୈଦର ଓ ଅଞ୍ଜୁ। ଭାରତ ଓ ପାକିସ୍ତାନର ସ୍ୱାଧୀନତା ଦିବସ ପୂର୍ବରୁ ଖୁବ୍‌ ଉତ୍ସାହର ସହ ଏଥିନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେଇ ଜିନ୍ଦାବାଦ ନାରା ଲଗାଇବାକୁ ପଛାଇ ନାହାନ୍ତି ଏହି ଦୁଇ ମହିଳା ।

Advertisment

ବିଜେପି ପକ୍ଷରୁ ଏବେ ‘ହର ଘର ତ୍ରିରଙ୍ଗା ଅଭିଯାନ’ ଆରମ୍ଭ ହୋଇଥିବା ବେଳେ ସୀମାଙ୍କ ନିକଟରେ ଗତକାଲି ଦେଖିବାକୁ ମିଳିଥିଲା ପ୍ରବଳ ଦେଶ ଭକ୍ତି। ସୀମା ତ୍ରିରଙ୍ଗା ପରି ଶାଢ଼ି ପିନ୍ଧିବା ସହ ମଥାରେ ଲଗାଇଥିଲେ ‘ଜୟ ମାତା ଦି’ ଲେଖାଥିବା ଓଢ଼ଣି। ଏଥିସହ ହାତରେ ତ୍ରିରଙ୍ଗା ଧରି ‘ଭାରତ ମାତା କି ଜୟ’ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ କରିଥିଲେ ସୀମା ହୈଦର। ନିଜ ପ୍ରେମ ପାଇଁ ଭାରତରେ ପ୍ରବେଶ କରିଥିବା ସୀମା ଏବେ ଭାରତ ପ୍ରେମରେ ଝଲସୁଛନ୍ତି। ଏପରିକି ଏହା ପ୍ରମାଣିତ କରିବାକୁ ସେ ନିଜ ଦେଶ ପାକିସ୍ତାନ ମୁର୍ଦ୍ଦାବାଦ କହିବାକୁ ବି ପଛାଇ ନାହାନ୍ତି।

ଦିଲ୍ଲୀର ନୋଏଡ଼ାରେ ନିଜ ପ୍ରେମିକ ସଚିନ ଓ ୪ ଛୁଆଙ୍କୁ ଧରି ରହୁଥିବା ସୀମା ହୈଦରଙ୍କର ଗତକାଲି ଦେଖିବାକୁ ମିଳିଥିଲା ଭାରତୀୟତାର ଝଲକ। ନିଜ ପ୍ରେମିକ ସଚିନ, ୪ ଛୁଆ, ସଚିନଙ୍କ ବାପା ଓ ଓକିଲଙ୍କ ସହ ସୀମା ଘର ଛାତରେ ତ୍ରିରଙ୍ଗା ଉଡ଼ାଉଥିବା ବେଳେ ଫୁଲ୍‌ ଜୋଶ୍‌ରେ ନଜର ଆସିଥିଲେ। ଜୟ ଭାରତ ମାତା, ହିନ୍ଦୁସ୍ତାନ ଜିନ୍ଦାବାଦ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ଗଗନ ପବନ।

Advertisment

ଏହି ଅବସରରେ ସୀମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବି ପ୍ରଶଂସାରେ ପୋତି ପକାଇଲେ। ଏଥିସହ ସେ କହିଛନ୍ତି, ଏବେ ମୁଁ କେବଳ ଭାରତର। ସୁଯୋଗ ପାଇଲେ ନିହାତି ଭାବେ ‘ଗଦ୍ଦର-୨’ ଫିଲ୍ମ ଦେଖିବି।

ସୀମାଙ୍କୁ ନେଇ ଏବେ ସମଗ୍ର ଦେଶରେ ଚର୍ଚ୍ଚା ସରଗରମ ଥିବା ବେଳେ ତାଙ୍କୁ ଫିଲ୍ମ ସମେତ ରାଜନୈତିକ ପାର୍ଟିରେ ବି ଯୋଗ ଦେବାକୁ ଅଫର ମିଳିଛି। ତାଙ୍କୁ ଦିଲ୍ଲୀର ପ୍ରଯୋଜକ ଫିଲ୍ମ ଅଫର କରିଥିଲେ ବି ସେ ମନା କରି ଦେଇଛନ୍ତି।

ସେହିପରି ଭାରତରୁ ପାକିସ୍ତାନ ପଳାଇଥିବା ଅଞ୍ଜୁ ସେଠାରେ ପାକିସ୍ତାନର ସ୍ୱତନ୍ତ୍ର ଦିବସ ପାଳନ କରିଥିବାର ଫଟୋ ସୋଶାଲ ମିଡିଆରେ ଘୂରି ବୁଲୁଛି। ସେଠାରେ ସେ ନିଜ ପୁରୁଷ ବନ୍ଧୁ ନସରୁଲ୍ଲାଙ୍କ ସହ ମିଶି ପାକିସ୍ତାନ ସ୍ୱତନ୍ତ୍ରତା ଦିବସର କେକ କାଟିଥିବା ଫଟୋରେ ଦେଖିବାକୁ ମିଳିଛି।

ଏଥିସହ ପାକିସ୍ତାନର ପ୍ରଶଂସା କରି ସେ କହିଛନ୍ତି, ପାକିସ୍ତାନ ଆସି ମୋତେ ଖୁବ୍‌ ଭଲ ଲାଗୁଛି। ଏଠାରେ ଲୋକଙ୍କ ସାଂସ୍କୃତି ଆଥିତେୟତା ଖୁବ୍‌ ଭଲ।

Pakistan Seema Haider
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe