Advertisment

ବାହା ହେବାକୁ ପାକିସ୍ତାନ ଯାଇଥିବା ଅଞ୍ଜୁ ଭାରତ ଫେରିଲେ

ଅଞ୍ଜୁ ଭାବେ ଭାରତରେ ପରିଚୟ ହାସଲ କରିଥିବା ଏହି ମହିଳା ଜଣଙ୍କ ପାକିସ୍ତାନ ପହଞ୍ଚିବା ପରେ ଇସଲାମ ଧର୍ମ ଗ୍ରହଣ କରିଥିଲେ।

anju

anju

Advertisment

ଫେସବୁକ ବନ୍ଧୁ ନସରୁଲ୍ଲାଙ୍କୁ ବାହା ହେବାକୁ ଜୁଲାଇ ମାସରେ ଭାରତ ଛାଡ଼ି ପାକିସ୍ତାନ ଚାଲି ଯାଇଥିବା ଅଞ୍ଜୁ ସ୍ୱଦେଶ ଫେରିଛନ୍ତି। ସେ ୱାଘା ସୀମାନ୍ତ ଦେଇ ଭାରତରେ ପ୍ରବେଶ କରିଛନ୍ତି। ସେ ଭାରତରେ ପହଞ୍ଚିବା ପରେ ତାଙ୍କୁ ସୁରକ୍ଷା ଏଜେନ୍ସି ଜେରା କରିଥିଲା। ଏହାପରେ ତାଙ୍କୁ ଅମୃତସର ଏୟାରପୋର୍ଟକୁ ଅଣା ଯାଇଥିଲା। ସେଠାରେ ସେ ଦିଲ୍ଲୀ ଉଡ଼ାଣ କରିବେ।

Advertisment

ଅଞ୍ଜୁ ଭାବେ ଭାରତରେ ପରିଚୟ ହାସଲ କରିଥିବା ଏହି ମହିଳା ଜଣଙ୍କ ପାକିସ୍ତାନ ପହଞ୍ଚିବା ପରେ ଇସଲାମ ଧର୍ମ ଗ୍ରହଣ କରିଥିଲେ। ଏଥିପାଇଁ ତାଙ୍କ ନାଁ ଫାତିମା ହୋଇଥିଲା। ସେ ଫାତିମା ହେବା ପରେ ନସରୁଲ୍ଲାଙ୍କୁ ବିବାହ କରିଥିଲେ। ବାହାଘର ପରଠାରୁ ସେ ପାକିସ୍ତାନର ଖାୟବର ପାଖତନୁଖ୍ୱାରେ ରହୁଥିଲେ।

ଅଞ୍ଜୁ ପାକିସ୍ତାନରେ ପହଞ୍ଚିବା ପରେ ନସରୁଲ୍ଲାଙ୍କ ସହ ତାଙ୍କର ବାହାଘର ହେବନି ବୋଲି ଖବର ପ୍ରକାଶ ପାଇଥିଲେ। ଏଥିସହ ଭିସା ଅବଧି ଶେଷ ହେବା ପରେ ଅଞ୍ଜୁ ଅଗଷ୍ଟ ୨୦ରେ ଭାରତ ଚାଲି ଆସିବେ ବୋଲି କୁହାଯାଇଥିଲା। କିନ୍ତୁ ଅଞ୍ଜୁ ଓ ନସରୁଲ୍ଲା ଶେଷରେ ବିବାହ କରିଥିଲେ।

Advertisment

ଅଗଷ୍ଟ ମାସରେ ପାକିସ୍ତାନ ସରକାର ଅଞ୍ଜୁ ଓରଫ ଫାତିମାଙ୍କ ଭିସା ଅବଧିକୁ ଗୋଟିଏ ବର୍ଷ ପାଇଁ ବୃଦ୍ଧି କରିଥିଲେ। ତେବେ ସେପ୍ଟେମ୍ବର ମାସରେ ନସରୁଲ୍ଲା କହିଥିଲେ ଯେ ତାଙ୍କ ପତ୍ନୀ ମାନସିକସ୍ତରରେ ଭାଙ୍ଗି ପଡ଼ିଛନ୍ତି। ସେ ଭାରତରେ ଥିବା ତାଙ୍କ ପିଲାମାନଙ୍କୁ ବହୁତ ମିସ କରୁଛନ୍ତି। ଏସବୁ ଭିତରେ ଅଞ୍ଜୁ ଏବେ ଭାରତରେ ପହଞ୍ଚିଛନ୍ତି।

ଅଞ୍ଜୁ ଭାରତରେ ବିବାହ କରିଥିଲେ। ତାଙ୍କ ଘର ରାଜସ୍ଥାନର ଭିୱାଡି ଜିଲ୍ଲାରେ। ସେ ପାକିସ୍ତାନ ଯିବାକୁ ଯୋଜନା କରିଥିଲେ ହେଁ ତାଙ୍କ ସ୍ୱାମୀ ଅରବିନ୍ଦଙ୍କୁ କିଛି ବି କହି ନଥିଲେ। ଜୟପୁରରେ କିଛି କାମ ଅଛି ବୋଲି କହି ସେ ଘରୁ ବାହାରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଅଞ୍ଜୁ ପାକିସ୍ତାନ ଚାଲି ଯାଇଥିବା ଅରବିନ୍ଦ ମିଡିଆରୁ ଜାଣିବାକୁ ପାଇଥିଲେ।

Pakistan India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe