Advertisment

କେଜ୍ରିୱାଲଙ୍କ ଗିରଫଦାରୀଙ୍କୁ ନେଇ ବଡ଼ କଥା କହିଲେ ଆନ୍ନା ହଜାରେ

କେଜ୍ରିୱାଲଙ୍କ ଆପ ଦିଲ୍ଲୀରେ ଅବକାରୀ ନୀତି ଲାଗୁ କରିବାର ନଥିଲା ବୋଲି ଆନ୍ନା କହିଛନ୍ତି।

author-image
Hemant Lenka
anna

anna

ମୁଁ ତାଙ୍କୁ ମଦ ଠାରୁ ଦୂରେଇ ରହିବାକୁ ଅନେକ ଥର କହିଥିଲି। କିନ୍ତୁ ଅଧିକ ଟଙ୍କା ପାଇଁ ସେ ଅବକାରୀ ନୀତି ପ୍ରଣୟନ କଲେ। ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ଏମିତି କିଛି କହିଛନ୍ତି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ।

Advertisment

ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗୁରୁବାର କେଜ୍ରିୱାଲଙ୍କୁ ଇଡି ଗିରଫ କରିଥିଲା। ଏହାପରେ ଅନେକ ବିରୋଧୀ ଦଳର ନେତା ତାଙ୍କ ସପକ୍ଷରେ ବାହାରିଛନ୍ତି। କିନ୍ତୁ ଆନ୍ନା ହଜାରେ ପରୋକ୍ଷରେ ଆପ୍‌ ଓ କେଜ୍ରିୱାଲଙ୍କୁ ନାପସନ୍ଦ କରିଛନ୍ତି। କେଜ୍ରିୱାଲଙ୍କ ଆପ ଦିଲ୍ଲୀରେ ଅବକାରୀ ନୀତି ଲାଗୁ କରିବାର ନଥିଲା ବୋଲି ଆନ୍ନା କହିଛନ୍ତି।

ସେ କହିଛନ୍ତି, “ମୋ ସହିତ କାମ କରିବା ସହ ମଦ ବିରୋଧରେ ସ୍ୱର ଉଠାଉଥିବା ଅରବିନ୍ଦ କେଜ୍ରିୱାଲଙ୍କ ଭଳି ଲୋକ ଅବକାରୀ ନୀତି ପ୍ରଣୟନ କରିବା ଅତ୍ୟନ୍ତ ଦୁଃଖର ବିଷୟ। ସେ ନିଜର କୁକର୍ମ ପାଇଁ ଏବେ ଗିରଫ ହୋଇଛନ୍ତି। କିନ୍ତୁ ଏବେ କ’ଣ କରାଯିବ? ଏବେ ଯାହା ବି ସବୁ ଘଟିବ, ସେସବୁ ଆଇନ ଅନୁସାରେ କରାଯାଉ।”

Advertisment

୨୦୧୧ରେ ଆରମ୍ଭ ହୋଇଥିବା ଦୁର୍ନୀତି ବିରୋଧୀ ଅଭିଯାନର ଚେହେରା ଥିଲେ ଆନ୍ନା। ତାଙ୍କ ସହ କେଜ୍ରିୱାଲ ମଧ୍ୟ ରହିଥିଲେ। ଉକ୍ତ ଆନ୍ଦୋଳନରୁ ଆପର ଜନ୍ମ ହୋଇଥିଲା। ଆନ୍ନା ନିର୍ବାଚନରୁ ଦୂରେଇ ରହିଥିଲେ ହେଁ ଦଳକୁ ନିଜର ଆଶୀର୍ବାଦ ଦେଇଥିଲେ। ହେଲେ ପରବର୍ତ୍ତୀ ଅବସ୍ଥାରେ ସେ ଆପ୍‌କୁ ଅନେକ ଥର ସମାଲୋଚନା କରିଛନ୍ତି।

ଏବେ କେଜ୍ରିୱାଲ ମଦ ଦୁର୍ନୀତି ଘଟଣାରେ ଗିରଫ ହେବା ପରେ ଆନ୍ନା ଖୋଲାଖୋଲି ଭାବେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ପୂର୍ବରୁ ମଧ୍ୟ ଆନ୍ନା ଅବକାରୀ ନୀତିକୁ ବିରୋଧ କରିଥିଲେ। ସେ ୨୦୨୨ରେ କେଜ୍ରିୱାଲଙ୍କୁ ଚିଠି ଲେଖି ଅବକାରୀ ନୀତି ପ୍ରଣୟନ ହେବା ଦ୍ୱାରା ସେ କଷ୍ଟ ପାଇଛନ୍ତି ବୋଲି କହିଥିଲେ।

Arvind Kejriwal Anna Hazare