Advertisment

ବିଶ୍ୱ ବିଦ୍ୟାଳୟ ଯୌନ ଉତ୍ପୀଡ଼ନ ମାମଲା: ଗଣଶେଖରନକୁ ୩୦ ବର୍ଷର ଜେଲ, ୯୦ ହଜାର ଫାଇନ୍‌

ପୂର୍ବ ସପ୍ତାହରେ କୋର୍ଟ ୧୧ଟି ଯାକ ଅଭିଯୋଗରେ ଗଣଶେଖରନକୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ଜଷ୍ଟିସ ରାଜଲକ୍ଷ୍ମୀ ରାୟ ଶୁଣାଇଛନ୍ତି।

Anna University

Anna University

Advertisment

ବହୁ ଚର୍ଚ୍ଚିତ ଆନ୍ନା ବିଶ୍ୱ ବିଦ୍ୟାଳୟ ଯୌନ ଉତ୍ପୀଡ଼ନ ମାମଲାରେ ଚେନ୍ନାଇର ସ୍ୱତନ୍ତ୍ର କୋର୍ଟ ବଡ଼ ରାୟ ଦେଇଛନ୍ତି। ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଗଣଶେଖରନକୁ ମିଳିଛି ୩୦ ବର୍ଷର ଜେଲଦଣ୍ଡ। ତା’କୁ ୯୦ ହଜାର ଟଙ୍କା ଜୋରିମାନା ଆକାରରେ ମଧ୍ୟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବ ସପ୍ତାହରେ କୋର୍ଟ ୧୧ଟି ଯାକ ଅଭିଯୋଗରେ ଗଣଶେଖରନକୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ଜଷ୍ଟିସ ରାଜଲକ୍ଷ୍ମୀ ରାୟ ଶୁଣାଇଛନ୍ତି।

Advertisment

ଗତ ସପ୍ତାହରେ ଚେନ୍ନାଇରେ ଥିବା ଗୋଟିଏ ମହିଳା କୋର୍ଟ ଗଣଶେଖରନ ବିରୋଧରେ ଥିବା ୧୧ଟି ଯାକ ଅଭିଯୋଗର ବିଚାର କରି ତା’କୁ ଦୋଷୀ ବିବେଚନା କରିଥିଲେ। ବିଭିନ୍ନ ଦସ୍ତାବିଜ ଓ ଫରେନ୍ସିକ ପ୍ରମାଣ ଆଧାରରେ ମହିଳା କୋର୍ଟ ନିଜର ରାୟ ଶୁଣାଇ ଥିଲେ।

ପୂରା ଘଟଣା ୨୦୨୪ ମସିହା ଡିସେମ୍ବର ୨୩ ତାରିଖ ରାତି ୮ଟାରେ ଘଟିଥିଲା। କୋଟ୍ଟୁରର ଗଣଶେଖରନ ଆନ୍ନା ବିଶ୍ୱବିଦ୍ୟାଳୟ ନିକଟରେ ଗୋଟିଏ ବିରିୟାନୀ ଦୋକାନ ଖୋଲିଥିଲା। କିନ୍ତୁ ଘଟଣା ଦିନ ସେ କ୍ୟାମ୍ପସ ଭିତରେ ପଶିବା ସହ ସେଠାରେ ଜଣେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିଲା। ଛାତ୍ରୀଙ୍କ ପୁରୁଷ ବନ୍ଧୁକୁ ମାଡ଼ ମଧ୍ୟ ମାରିଥିଲା।

Advertisment

ଗଣଣେଖରନ ଘଟଣା ବେଳର ଦୃଶ୍ୟକୁ ମୋବାଇଲର ରେକର୍ଡ କରିଥିଲା ଓ ପରବର୍ତ୍ତୀ ସମୟରେ ଏହାକୁ ବ୍ୟବହାର କରି ପୀଡ଼ିତା ଛାତ୍ରୀଙ୍କୁ ବ୍ଲାକମେଲ କରିଥିଲା। କିନ୍ତୁ ଛାତ୍ରୀଙ୍କ ଅଭିଯୋଗ ପରେ ଗ୍ରେଟର ଚେନ୍ନାଇ ପୁଲିସ୍‌ ତା’କୁ ଗିରଫ କରିଥିଲା। ୨୦୧୧ରେ ମଧ୍ୟ ଗଣଶେଖରନକୁ ଆଉ ଏକ ଯୌନ ଉତ୍ପୀଡ଼ନ ମାମଲାରେ ଗିରଫ କରାଯାଇଥିଲା। 

ଆଜିର ରାୟ ପରେ ଗଣଶେଖରନର ଓକିଲ ବିଆର ଜୟପ୍ରକାଶ ନାରାୟଣ କହିଛନ୍ତି ଯେ ଉପର କୋର୍ଟରେ ଏହି ରାୟକୁ ଚ୍ୟାଲେଞ୍ଜ କରାଯିବ। ବିନା କୌଣସି କ୍ଷମା ବା ଦୟା ପ୍ରଦର୍ଶିତ ନ କରି ୩୦ ବର୍ଷର କଠୋନର ଦଣ୍ଡବିଧାନ କରିବା ଆଦୌ ଠିକ ନୁହେଁ। ଉପର କୋର୍ଟରେ ଆବେଦନ କରିବା ପାଇଁ ସବୁ ପ୍ରକାରର ରାସ୍ତା ରହିଛି ବୋଲି ସେ କହିଛନ୍ତି।

ଗିରଫ ପରେ ଗଣଶେଖରନ ମାମଲାରୁ ବର୍ତ୍ତିବା ପାଇଁ କୋର୍ଟରେ ଗୋଟିଏ ଆବେଦନ କରିଥିଲା। କୌଣସି ପ୍ରମାଣ ନାହିଁ, କେବଳ ସନ୍ଦେହରେ ପୁଲିସ୍‌ ଗିରଫ କରିଥିବା ସେ ଯୁକ୍ତି ରଖିଥିଲା। କିନ୍ତୁ ତାମିଲନାଡୁ ପୁଲିସ୍‌ ଏହାକୁ ବିରୋଧ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ପରବର୍ତ୍ତୀ ସମୟରେ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ ହୋଇଥିଲା। ଏସଆଟି ତଦନ୍ତ କରି ମହିଳା କୋର୍ଟରେ ଚାର୍ଜଶିଟ ଫାଇଲ କରିଥିଲା।

Tamilnadu Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe