Advertisment

ନୃଶଂସ ମହିଳା, ୫ କୁକୁର ଛୁଆଙ୍କୁ ପେଟ୍ରୋଲ ଢ଼ାଳି ଜାଳିଦେଲେ

ଦୁଇ ଜଣ ମହିଳା ୫ଟି କୁକୁର ଛୁଆଙ୍କ ଉପରେ ପେଟ୍ରୋଲ ଢ଼ାଳି ଜିଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି।

Puppies

Puppies

Advertisment

ସହି ପାରିଲେନି କୁକୁରଙ୍କ ଭୁକିବା। ଚିଡି ଗଲେ ଦୁଇ ମହିଳା। ଶେଷରେ ୫ କୁକୁର ଛୁଆଙ୍କୁ ପେଟ୍ରୋଲ ଢ଼ାଳି ଜିଅନ୍ତା ଜାଳି ଦେଲେ। ଏହାପରେ ମାଟି ତଳେ ପୋତି ଦେଲେ। ଏଭଳି କିଛି ନୃଶଂସ ଘଟଣା ଘଟିଛି ଉତ୍ତରପ୍ରଦେଶର ମେରଟରେ।

Advertisment

ମେରଟର କଙ୍କରଖେଡା ଥାନା। ଏଠାରେ ଦୁଇ ଜଣ ମହିଳା ୫ଟି କୁକୁର ଛୁଆକୁ ପେଟ୍ରୋଲ ଢ଼ାଳି ଜିଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ସେମାନଙ୍କୁ ବିରୋଧରେ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି। ମେରଟର ଆନିମଲ କେୟାର ସୋସାଇଟି ପୁଲିସ ନିକଟରେ ଅଭିଯୋଗ କରିବା, ପରେ କୁକୁରମାନଙ୍କୁ ମାଟି ତଳୁ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

ଆନିମଲ କେୟାର ସୋସାଇଟିର ସଚିବ ଅଂଶୁମାଲି ବଶିଷ୍ଟଙ୍କ ଅଭିଯୋଗ ମୁତାବକ, କଲୋନୀରେ ରହୁଥିବା ଦୁଇ ମହିଳା ଶୋଭା ଏବଂ ଆରତୀ ଏହି ଅପରାଧ କରିଛନ୍ତି। ଏମାନେ ଦୁଇ ଜଣ ହେଉଛନ୍ତି ପରସ୍ପର ଯାଆ।

Advertisment

କଲୋନୀରେ ଥିବା ଏକ ମାଇ କୁକୁର ନଭେମ୍ବରରେ ୨ ତାରିଖରେ ୫ଟା କୁକୁର ଛୁଆକୁ ଜନ୍ମ ଦେଇଥିଲା। ତେବେ ୫ ତାରିଖ ଦିନ ଏହି ଦୁଇ ଜଣ ମହିଳା ଉକ୍ତ କୁକୁର ଛୁଆଙ୍କ ଉପରେ ପେଟ୍ରୋଲ ଢ଼ାଳି ଜିଅନ୍ତା ଜାଳି ଦେଇଥିଲେ। ଯେତେବେଳେ କଲୋନୀ ବାସିନ୍ଦା ଏହାକୁ ବିରୋଧ କରିଥିଲେ ସେତେବେଳେ ସେ ସିଧାସଳଖ କଲୋନୀ ବାସିନ୍ଦାଙ୍କୁ ଗାଳିଗୁଲଜ କରିଥିଲେ। କଲୋନୀର ଲୋକମାନେ ପୁଲିସକୁ ମଧ୍ୟ ଡାକିଥିଲେ ଏବଂ ପୁଲିସ ମଧ୍ୟ ଆସି ଫେରି ଯାଇଥିଲା।

ତେବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଅଂଶୁମାଲି କିଛି ବ୍ୟବସାୟ ସଂଘର ନେତାଙ୍କ ସହ ମେରଟର କଙ୍କରଖେଡା ପୁଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଥିଲେ। ଏହାପରେ ପଶୁମାନଙ୍କ ପ୍ରତି ଅତ୍ୟାଚାର ପାଇଁ ବିଏନଏସର ଧାରା ୩୨୫ ଅନୁଯାୟୀ ଉଭୟ ମହିଳାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୁଲିସ ପଚରାଉଚରା ବେଳେ କୁକୁରମାନେ ଜୋର୍‌ରେ ଭୁକୁ ଥିବାରୁ ସେମାନେ ଏହାକୁ ସହି ନପାରି ଏଭଳି କରିଥିବା ଦୁଇ ମହିଳା କହିଛନ୍ତି। ପୁଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି।

Burn Puppies Alive Dog Uttar Pradesh Meerut
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe