Advertisment

ଦିଲ୍ଲୀ ଅବକାରୀ ନୀତି: ଆଉ ଜଣଙ୍କୁ ବାନ୍ଧିଲା ଇଡି

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ କେନ୍ଦ୍ରୀୟ ଏଜେନ୍ସି ସିବିଆଇ ଓ ଇଡିର ଧରପଗଡ଼ ଜାରି ରହିଛି।

ED

ED

Advertisment

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ କେନ୍ଦ୍ରୀୟ ଏଜେନ୍ସି ସିବିଆଇ ଓ ଇଡିର ଧରପଗଡ଼ ଜାରି ରହିଛି। ଏହିକ୍ରମରେ ଆଜି ଇଡି ଏହି ଘଟଣାରେ ବ୍ୟବସାୟୀ ଅମନଦୀପ ଧଲ୍ଲଙ୍କୁ ଗିରଫ କରିଛି। ରବିବାର ସିବିଆଇ ତତ୍କାଳୀନ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା। ଏହି ଘଟଣାକୁ ନେଇ ହଇଚଇ ଜାରି ରହିଥିବା ବେଳେ ଇଡି ପକ୍ଷରୁ ଏବେ ମନଦୀପଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

Advertisment

ଦିଲ୍ଲୀ ଅବକାରୀ ନୀତି ସମ୍ପର୍କରେ ଅମନଦୀପଙ୍କୁ ଗତକାଲି ଠାରୁ ଇଡି ଜେରା କରୁଥିଲା। ଦୀର୍ଘ ଘଣ୍ଟାର ଜେରା ପରେ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରାଯାଇଛି। ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ ଅନୁସାରେ ଇଡି ତାଙ୍କ ବିରୋଧରେ ମାମଲା କରିଥିଲା। ତଦନ୍ତ ବେଳେ ଅନେକ କିଛି ପ୍ରମାଣ ତାଙ୍କ ବିରୋଧରେ ମିଳିବାରୁ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ବ୍ରିଣ୍ତକୋ ସେଲ୍ସର ନିର୍ଦ୍ଦେଶକ ଅମନଦୀପ ଦିଲ୍ଲୀ ସରକାର ଆଣିଥିବା ଅବକାରୀ ନୀତିର ଡ୍ରାଫ୍ଟରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ନାଁ ସିବିଆଇ ରୁଜୁ କରିଥିବା ଏଫଆଇଆରରେ ମଧ୍ୟ ରହିଛି। ଘଟଣାର ଅନ୍ୟତମ ଅଭିଯୁକ୍ତ ଅରୁଣ ରାମଚନ୍ଦ୍ରନ ପିଲ୍ଲାଇ ଦେଇଥିବା ତଥ୍ୟ ଅନୁସାରେ ଦିଲ୍ଲୀ ଅବକାରୀ ନୀତିରେ ହେଉଥିବା ପରିବର୍ତ୍ତନ ସମ୍ପର୍କରେ ବିସ୍ତୃତ ତଥ୍ୟ ଅମନଦୀପଙ୍କ ପାଖରେ ରହିଥିଲା।

Advertisment

ନୂଆ ଅବକାରୀ ନୀତିରେ ମାର୍କେଟ କେମିତି ଚାଲିବ ଓ ଅବକାରୀ ନୀତିରେ ଥିବା ବ୍ୟବସ୍ଥାର ଫାଇଦା କେମିତି ଫାଇଦା ଦେବ, ସେକଥା ଅମନଦୀପ କୁଆଡ଼େ ଅରୁଣଙ୍କୁ କହିଥିଲେ। ଏକଥା ଅରୁଣ ଇଡିକୁ କହିଥିଲେ। ଏହି ତଥ୍ୟକୁ ଆଧାର କରି ଇଡି ଅମନଦୀପଙ୍କୁ ଡାକିଥିଲା ଓ ଶେଷରେ ତାଙ୍କୁ ଗିରଫ କରିଛି।

ଅମନଦୀପ ଆମ ଆଦମୀ ପାର୍ଟିର କମ୍ୟୁନିକେସନ ଇନଚାର୍ଜ ତଥା ଅନ୍ୟତମ ଅଭିଯୁକ୍ତ ବିଜୟ ନାଏରଙ୍କ ସହ ମିଶି କାମ କରୁଥିଲା। ଉଭୟ ମିଳିତ ଭାବେ ଅବକାରୀ ନୀତିରେ ପରିବର୍ତ୍ତନ କରିଥିବା ଅଭିଯୋଗ ହୋଇଛି। 

Delhi AAP Liquor Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe