Advertisment

ଆଉ ଏକ ବେସମେଣ୍ଟ ଟ୍ରାଜେଡ଼ି ! ବନ୍ୟା ପାଣି ପଶିଯିବାରୁ ୩ ଜଣଙ୍କ ମୃତ୍ୟୁ

ମୃତକଙ୍କ ମଧ୍ୟରେ ଜଣେ ୪ ବର୍ଷର ଝିଅ ଥିବା ସୂଚନା।

author-image
Debibandita Barick
Rescue Team

Rescue Team

ଦିଲ୍ଲୀ ପରେ ରାଜସ୍ଥାନରେ ଏକ କୋଠାର ବେସମେଣ୍ଟରେ ବନ୍ୟା ପାଣି ପଶି ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୪ ବର୍ଷର ଝିଅ ଥିବା ଜଣାପଡ଼ିଛି। ରାଜସ୍ଥାନ ଜୟପୁରର ବିଶ୍ୱକର୍ମା ଅଞ୍ଚଳରେ ଘଟିଛି ଏହି ଦୁଃଖଦ ଘଟଣା। 

Advertisment

ସୂଚନା ଅନୁସାରେ, ପ୍ରବଳ ବର୍ଷା ପରେ ଜୟପୁରର କିଛି ତଳିଆ ଅଞ୍ଚଳରେ ପାଣି ପଶି ଯାଇଥିଲା। ଏହି ସମୟରେ ବିଶ୍ୱକର୍ମା ଅଞ୍ଚଳର ଏକ ବିଲ୍ଡିଂର ବେସମେଣ୍ଟରେ ବସିଥିବା ସମୟରେ ତିନି ଜଣ ପାଣିରେ ବୁଡ଼ି ଯାଇଥିଲେ। ଏତେ ମାତ୍ରାରେ ପାଣି ଥିଲା ଯେ, ଉଦ୍ଧାରକାରୀ ଟିମ୍ ସାତ ଘଣ୍ଟା ପରେ ସେମାନଙ୍କୁ ଉଦ୍ଧାର କରିଥିଲେ।

ହେଲେ ସେତବେଳକୁ ତିନି ଜଣଙ୍କ ଜୀବନ ଯାଇ ସାରିଥିଲା। ନିକଟରେ ଦିଲ୍ଲୀରେ ମଧ୍ୟ ଏକ ସମାନ ଘଟଣା ଘଟିଥିଲା। ରାଜେନ୍ଦ୍ର ନଗରରେ ଥିବା ଏକ ଆଇଏଏସ କୋଚିଂ ସେଣ୍ଟର ବେସମେଣ୍ଟରେ ବନ୍ୟା ପାଣି ପଶି ଯିବାରୁ ତିନି ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। 

Advertisment

ମୌସୁମୀ ପ୍ରବାହରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ରାଜସ୍ଥାନରେ ଗତ ୨୪ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ହାଲୁକା ବର୍ଷା ହୋଇ ଥିବାବେଳେ ପୂର୍ବାଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ବିଭିନ୍ନ ସ୍ଥାନରେ ବର୍ଷା ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହେଉଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। 

Rain Water Logging Floods