Advertisment

କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ, ୫ ମାସରେ ୭ଟି ମଲେଣି

ଗତକାଲି କୁନୋ ଜାତୀୟ ଉଦ୍ୟାନରେ ଆଉ ଦୁଇଟି ଚିତା ବାଘ- ପ୍ରଭାସ ଓ ପବକକୁ ଛଡ଼ା ଯାଇଥିବା ବେଳେ ଆଜି ତେଜସର ମୃତ୍ୟୁ ଘଟିଛି।

Cheetah

Cheetah

Advertisment

ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତା ବାଘର ମୃତ୍ୟୁ ଘଟିଛି। ତା’ ନାଁ ତେଜସ। ଏହାକୁ ମିଶାଇ କୁନୋ ଜାତୀୟ ଉଦ୍ୟାନରେ ଗତ ୫ ମାସରେ ୭ଟି ଚିତାର ମୃତ୍ୟୁ ଘଟିଛି। ତେଜସ ପୂର୍ବରୁ ୩ଟି ଚିତା ବାଘ ଓ ୩ଟି ଚିତା ଶାବକଙ୍କର ମୃତ୍ୟୁ ଘଟିଥିଲା।

Advertisment

ପ୍ରାଥମିକ ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୧୧ଟା ବେଳେ ମନିଟରିଂ ଟିମ୍ ତେଜସର ବେକର ଉପର ପାର୍ଶ୍ୱରେ କ୍ଷତ ଚିହ୍ନ ଦେଖିଥିଲେ। ସେମାନେ ତୁରନ୍ତ ଏ ସଂପର୍କରେ ପ୍ରାଣୀଧନ ଚିକିତ୍ସକଙ୍କୁ ସୂଚନା ଦେଇଥିଲେ। ସେମାନେ ପହଞ୍ଚି ତେଜସକୁ ଯାଞ୍ଚ କରିଥିଲେ। ତା’ ବେକରେ ଲାଗିଥିବା କ୍ଷତ ବେଶ୍ ଗଭୀର ଥିଲା। ସେମାନେ ବାଘଟିର ଚିକିତ୍ସା କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଅପରାହ୍ନ ପ୍ରାୟ ୨ଟା ବେଳେ ଚିତା ବାଘଟିର ମୃତ୍ୟୁ ହୋଇଯାଇଥିଲା।

ଶବ ବ୍ୟବଚ୍ଛେଦ ପରେ ତେଜସର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପ୍ରାଣୀଧନ ଚିକିତ୍ସକମାନେ କହିଛନ୍ତି। ତେବେ ତା’ ଦେହରେ କ୍ଷତ କେମିତି ହେଲା, ସେ ନେଇ ତଦନ୍ତ ଜାରି ରହିଛି।

Advertisment

ଗତକାଲି କୁନୋ ଜାତୀୟ ଉଦ୍ୟାନରେ ଆଉ ଦୁଇଟି ଚିତା ବାଘ- ପ୍ରଭାସ ଓ ପବକକୁ ଛଡ଼ା ଯାଇଥିବା ବେଳେ ଆଜି ତେଜସର ମୃତ୍ୟୁ ଘଟିଛି। ପ୍ରଭାସ ଓ ପବକକୁ ମଧ୍ୟ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଛି।

ଗତ ବର୍ଷ ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକାରୁ ୮ଟି ଚିତା ବାଘ ଅଣାଯାଇଥିଲା। ସେମାନଙ୍କ ମଧ୍ୟରେ ୫ଟି ମାଈ ଓ ୩ଟି ଅଣ୍ଡିରା ବାଘ ଥିଲେ। ପରେ ଚଳିତ ବର୍ଷ ଫେବ୍ରୁଆରୀ ମାସରେ ସେଠାରୁ ଆଉ ୧୨ଟି ଚିତା ବାଘକୁ କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିଲା। ଏହି ୧୨ଟି ମଧ୍ୟରୁ ୭ଟି ଅଣ୍ଡିରା ଓ ୫ଟି ମାଈ ବାଘ ଥିଲେ।

Cheetah Kuno National Park
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe