Advertisment

ସେକ୍ସ ବେଳେ ହିଂସ୍ର ହୋଇ ଉଠିଲେ ଦୁଇ ପୁରୁଷ ଚିତା, ଆଖି ବୁଜିଲା ମାଈ ଚିତା

ଈ ଚିତା ଦକ୍ଷା ଆଜି ମେଟିଂ ବା ଯୌନ ସମ୍ପର୍କ ରଖିବା ବେଳେ ଆହତ ହୋଇ ପ୍ରାଣ ହରାଇଛି।

ଅଦ୍ୟତନ ହୋଇଛି
Cheetah

Cheetah

Advertisment

ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ଚିତା ପ୍ରୋଜେକ୍ଟକୁ ପୁଣି ଶକ୍ତ ଝଟକା ଲାଗିଛି। ଦକ୍ଷିଣ ଆଫ୍ରିକାରୁ ଆସିଥିବା ଗୋଟିଏ ଚିତା ପୁଣି ଆଖି ବୁଜିଛି। ମାଈ ଚିତା ଦକ୍ଷା ଆଜି ମେଟିଂ ବା ଯୌନ ସମ୍ପର୍କ ରଖିବା ବେଳେ ଆହତ ହୋଇ ପ୍ରାଣ ହରାଇଛି।  

Advertisment

ଆଜି ସକାଳେ ଦକ୍ଷା ଆହତ ହୋଇ ପଡ଼ି ରହିଥିବା ମନିଟରିଂ ଟିମ୍‌ ଦେଖିବାକୁ ପାଇଥିଲେ। ଏହାପରେ ତାକୁ ତୁରନ୍ତ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା। କିନ୍ତୁ ଦିନ ପ୍ରାୟ ୧୨ଟା ବେଳେ ତା’ର ମୃତ୍ୟୁ ହୋଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। 

ମଧ୍ୟପ୍ରଦେଶ ମୁଖ୍ୟ ସିଏଫ ଜେଏସ୍‌ ଚୌହାନ କହିଛନ୍ତି, ସମ୍ଭବତଃ ମାଈ ଚିତାଟି ଦୁଇ ପୁରୁଷ ଚିତାଙ୍କ ସହ ମେଟିଂ କରିବା ବେଳେ ଆହତ ହୋଇଥିଲା। ମେଟିଂ ବେଳେ ଦୁଇ ପୁରୁଷ ଚିତା ବାୟୁ ଓ ଅଗ୍ନୀ ହିଂସ୍ର ହୋଇ ଯାଇଥିବାରୁ ଦକ୍ଷା ଏହା ଦ୍ୱାରା କ୍ଷତାକ୍ତ ହୋଇଥିଲା।

Advertisment

ଦକ୍ଷାକୁ ଏନକ୍ଲୋଜର ନମ୍ବର ୧ରୁ ରିଲିଜ କରାଯାଇଥିଲା। ସେହିପରି ବୋମା ଏନକ୍ଲୋଜରରୁ ଦୁଇ ପୁରୁଷ ଚିତା ବାୟୁ ଓ ଅଗ୍ନୀଙ୍କୁ ମଧ୍ୟ ଛଡ଼ା ଯାଇଥିଲା। ଏମାନଙ୍କୁ ସେକ୍ସ ବା ମେଟିଂ ପାଇଁ ରିଲିଜ କରାଯାଇଥିଲା। ହେଲେ ସେକ୍ସ ବେଳେ ଦୁଇ ପୁରୁଷ ଚିତା ହିଂସ୍ର ହୋଇ ଉଠିଥିବା ଜଣାପଡ଼ୁଛି। ସେମାନେ ହିଂସ୍ର ହୋଇ ଉଠିବାରୁ ଦକ୍ଷା ସହ ସଂଘର୍ଷ କରିଥିଲେ। ଏଥିଯୋଗୁ ସେ ଗୁରୁତର ଆହତ ହୋଇଥିଲା ଓ ପରବର୍ତ୍ତୀ ଅବସ୍ଥାରେ ତା’ର ମୃତ୍ୟୁ ଘଟିଥିବା ଶ୍ରୀ ଚୌହାନ କହିଛନ୍ତି। 

ପ୍ରୋଟକଲ ଅନୁସାରେ ଏବେ ମାଈ ଚିତାଟିର ଶବକୁ ବ୍ୟବଚ୍ଛେଦ କରାଯିବ। ଏହାପରେ ତା’ର ମୃତ୍ୟୁର କାରଣ ସାମ୍ନାକୁ ଆସିବ ।

ଗତ ୩ ମାସ ମଧ୍ୟରେ ଏହା ତୃତୀୟ ଘଟଣା। ଏହାପୂର୍ବରୁ ବିଦେଶରୁ ଆସିଥିବା ଆଉ ଦୁଇଟି ଚିତା ମଧ୍ୟ ପ୍ରାଣ ହରାଇଥିଲେ। ଜାତୀୟ ପାର୍କକୁ ଇତି ମଧ୍ୟରେ ଭାରତ ସରକାର ମୋଟ ୨୦ଟି ଚିତା ଆଣିଛନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ ମାର୍ଚ୍ଚ, ଗୋଟିଏ ଏପ୍ରିଲ ଓ ଆଜି ଆଉ ଗୋଟିଏ ବାଘ ପ୍ରାଣ ହରାଇଛି।

ମାର୍ଚ୍ଚ ମାସରେ ସାଶା ନାମକ ଚିତା ବାଘ କିଡ୍‌ନୀ ଜନିତ ସମସ୍ୟା ଯୋଗୁ ଆଖି ବୁଜିଥିଲା। ଏହି ମାଈ ଚିତାଟି ଭାରତକୁ ଆସିବା ପୂର୍ବରୁ ହିଁ କିଡ୍‌ନୀ ରୋଗରେ ଆକ୍ରାନ୍ତ ଥିଲା। ଜାନୁଆରୀ ୨୩ରେ ସେ ଅସୁସ୍ଥ ଅନୁଭବ କରିଥିଲା। ସେ ଧୀରେଧୀରେ ଦୁର୍ବଳ ହେଉଥିବାରୁ ଅଧିକାରୀମାନେ ତା’କୁ ଟ୍ରାଙ୍କୁଲାଇଜଡ୍‌ କରି ଚିକିତ୍ସା ଆରମ୍ଭ କରିଥିଲେ। କିନ୍ତୁ ମାର୍ଚ୍ଚ ମାସରେ ତା’ର ମୃତ୍ୟୁ ହୋଇଥିଲା।

ସେହିପରି ଏପ୍ରିଲ ମାସରେ ଉଦୟ ନାମକ ଆଉ ଗୋଟିଏ ଚିତା ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲା।

Cheetah Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe