Advertisment

ପ୍ରୋଜେକ୍ଟ ଚିତାକୁ ଶକ୍ତ ଝଟକା: ପୁଣି ଗୋଟିଏ ବାଘ ଆଖି ବୁଜିଲା, ସଂଖ୍ୟା ୯ରେ ପହଞ୍ଚିଲା

ପୂର୍ବରୁ ୮ଟି ଚିତା ପ୍ରାଣ ହରାଇଥିବା ବେଳେ ଆଜି ପୁଣି ଗୋଟିଏ ଚିତା କୁନୋ ଜାତୀୟ ଉଦ୍ୟାନରେ ଆଖି ବୁଜିଛି।

Tiger

Tiger

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତ ସରକାରଙ୍କ ପ୍ରୋଜେକ୍ଟ ଚିତାକୁ ପୁଣି ଝଟକା ଲାଗିଛି। ସେପ୍ଟେମ୍ବର ୨୦୨୨ରେ ଉକ୍ତ ପ୍ରୋଜେକ୍ଟ ମାଧ୍ୟମରେ ବିଦେଶରୁ କ୍ରମାଗତ ଭାବେ ଚିତାଙ୍କୁ ଭାରତ ଅଣା ଯାଇଉଛି। ଭାରତୀୟ ଜଙ୍ଗଲରେ ଚିତା ବାଘର ବଂଶବୃଦ୍ଧି ଏହାର ଲକ୍ଷ୍ୟ ଥିଲା।

Advertisment

ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିତାମାନଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଢ଼ି ଥିଲେ। କିନ୍ତୁ ସେମାନଙ୍କୁ ସୁରକ୍ଷା ଦେବାରେ ମଧ୍ୟପ୍ରଦେଶ ସରକାର ଓ ଉଦ୍ୟାନ କର୍ମଚାରୀ ବାରମ୍ବାର ବିଫଳ ହେବାରେ ଲାଗିଛନ୍ତି।

ଏଥିଯୋଗୁ କୁନୋ ଜାତୀୟ ଉଦ୍ୟାନରେ ଗୋଟିଏ ପରେ ଗୋଟିଏ ଚିତା ପ୍ରାଣ ହରାଉଛନ୍ତି। ପୂର୍ବରୁ ୮ଟି ଚିତା ପ୍ରାଣ ହରାଇଥିବା ବେଳେ ଆଜି ପୁଣି ଗୋଟିଏ ଚିତା କୁନୋ ଜାତୀୟ ଉଦ୍ୟାନରେ ଆଖି ବୁଜିଛି। ଫଳରେ ଗତ ୧୧ ମାସ ମଧ୍ୟରେ ୩ଟି ଛୁଆଙ୍କୁ ମିଶାଇ ମୋଟ ୯ଟି ଚିତା କୁନୋ ଜାତୀୟ ଉଦ୍ୟାନରେ ପ୍ରାଣ ହରାଇ ସାରିଲେଣି।

Advertisment

ଏବେ ପ୍ରାଣ ହରାଇଥିବା ଚିତାର ନାଁ ଧରିତ୍ରୀ। ସେ ୨୦୨୦ ଏପ୍ରିଲ ମାସରେ ନାମ୍ବିଆର ଇରିଣ୍ଡି ପ୍ରାଇଭେଟ ଗେମ ଅଭ୍ୟାୟରଣରେ ଜନ୍ମ ହୋଇଥିଲା। ତା’ର ମା’ ପ୍ରଥମେ ଚିଡ଼ିଆଖାନାରେ ରହୁଥିଲା। କିନ୍ତୁ ୩ ବର୍ଷ ତଳେ ତା’କୁ ପୁଣି ଜଙ୍ଗଲରେ ଛଡ଼ା ଯାଇଥିଲେ। ଜଙ୍ଗଲରେ ଥିବା ବେଳେ ଧରିତ୍ରୀ ଓରଫ ଟବିଲିସି ଜନ୍ମ ଗ୍ରହଣ କରିଥିଲା।

ଟିବିଲିସିକୁ ସାଢ଼େ ୩ ବର୍ଷ ବୟସ ହୋଇଥିବା ବେଳେ ସେ ଭାରତ ଆସିଥିଲା। କିନ୍ତୁ ଏବେ ତା’ର ମୃତ୍ୟୁ ଘଟିଛି। କୁନୋ ଜାତୀୟ ଉଦ୍ୟାନରେ ରହିବା ପରେ ଟିବିଲିସିର ନାଁ ଧରିତ୍ରୀ ରଖାଯାଇଥିଲା।

ଏଠାକୁ ଆସିବାର କିଛି ଦିନ ପରେ ହିଁ ସେ ଅସୁସ୍ଥ ହୋଇ ପଡ଼ିଥିଲା। ତେଣୁ ଦୁଇ ସପ୍ତାହ ହେଲା ତା’ର ଚିକିତ୍ସା ଚାଲିଥିଲା। ତା’ ସ୍ୱାସ୍ଥ୍ୟାବସ୍ଥା ଉପରେ ମଧ୍ୟ ନଜର ରଖାଯାଇଥିଲା। କିନ୍ତୁ କଲାର ସିଗ୍ନାଲ ଫେଲ ମାରିବାରୁ ଉଦ୍ୟାନ କର୍ତ୍ତୃପକ୍ଷ ତା’ ଗତିବିଧିକୁ ଟ୍ରାକ୍‌ କରିବାରେ ବିଫଳ ହୋଇଥିଲା। ଏଥିଯୋଗୁ ତା’କୁ ଉପଯୁକ୍ତ ମେଡିକାଲ ସୁବିଧା ମଧ୍ୟ ଯୋଗାଇ ଦିଆଯାଇ ପାରି ନଥିଲା। ଶେଷରେ ଆଜି ସକାଳୁ ଉଦ୍ୟାନ ଭିତରୁ ତା’ର ମୃତଦେହ ମିଳିଛି। 

ନାମ୍ବିଆରୁ ଭାରତ ସରକାର ୫ଟି ମାଈ ଚିତା ସମେତ ୮ଟି ବାଘ ଆଣିଥିଲେ। ମାଈ ଚିତାଙ୍କ ମଧ୍ୟରେ ଧରିତ୍ରୀ ଅନ୍ୟତମ। ଅନ୍ତର୍ଜାତୀୟ ଚିତା ଦିବସରେ ଧରିତ୍ରୀ କୁନୋରେ ତା’ର ପ୍ରଥମ ଶିକାର ମଧ୍ୟ କରିଥିଲା।

ଗତ ବର୍ଷ ସେପ୍ଟେମ୍ବର ମାସରେ ନାମ୍ବିଆରୁ ୮ଟି ଚିତା ବାଘ ଅଣାଯାଇଥିବା ବେଳେ ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତା ବାଘ ଏଠାକୁ ଆସିଥିଲେ। ଏହି ୧୨ଟି ମଧ୍ୟରୁ ୬ଟି କୁନୋ ଜାତୀୟ ଉଦ୍ୟାନରେ ଥିବା ବେଳେ ବାକି ୬ଟି କୁନୋର ବିଭିନ୍ନ ଖୁଆଡ଼ରେ ଅଛନ୍ତି।

ଏହି ଚିତା ଗୁଡ଼ିକ ମଧ୍ୟରୁ ଗତ ମାର୍ଚ୍ଚ ୨୭ ତାରିଖରେ ପ୍ରଥମେ ପ୍ରାଣ ହରାଇଥିଲା ସାଶା। ତାହା ଏକ ବାଘୁଣୀ ଥିଲା। ତା’ର କିଡ୍‌ନୀରେ ସମସ୍ୟା ଦେଖା ଦେଇଥିଲା।

ତା’ପରେ ଗତ ଏପ୍ରିଲ ମାସରେ ଉଦୟ ନାମକ ଅଣ୍ଡିରା ଚିତାର ମୃତ୍ୟୁ ଘଟିଥିଲା। ତା’ର ହୃତପିଣ୍ଡରେ ସମସ୍ୟା ଥିଲା। ଏହା ପରେ ମେ’ ମାସରେ ମାଈ ଚିତା ଦକ୍ଷାର ମୃତ୍ୟୁ ଘଟିଥିଲା। ଦୁଇଟି ଅଣ୍ଡିରା ଚିତାଙ୍କ ସହ ଲଢ଼େଇ ବେଳେ ତା’ର ମୃତ୍ୟୁ ଘଟିଥିବା କୁହାଯାଇଥିଲା।

ଗତ ମାର୍ଚ୍ଚ ମାସରେ ମାଈ ଚିତା ସିୟାୟା ଚାରୋଟି ଛୁଆ ଜନ୍ମ କରିଥିଲା। ସେମାନଙ୍କ ମଧ୍ୟରୁ ଗତ ମେ’ ମାସରେ ପ୍ରଥମେ ଗୋଟିଏ ଶାବକର ମୃତ୍ୟୁ ଘଟିଥିଲା। ଏହାର କିଛି ଦିନ ପରେ ସେହି ମାସରେ ସିୟାୟାର ଆଉ ଦୁଇଟି ଛୁଆଙ୍କ ମୃତ୍ୟୁ ଘଟିଥିଲା।

PM Modi Madhya Pradesh Cheetah Kuno National Park
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe