Advertisment

କୁନୋ ଜାତୀୟ ଉଦ୍ୟାନରେ ଗଲା ଆଉ ଏକର ଚିତାର ଜୀବନ, ୫ ମାସରେ ୮ଟି ମଲେଣି

ଗତ ମଙ୍ଗଳବାର କୁନୋ ଜାତୀୟ ଉଦ୍ୟାନରେ ତେଜସ ନାମକ ଏକ ଚିତା ବାଘର ମୃତ୍ୟୁ ଘଟିଥିଲା।

author-image
Jitendra Garnayak
Cheetah

Cheetah

ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଶୁକ୍ରବାର ଆଉ ଏକ ଚିତା ବାଘର ମୃତ୍ୟୁ ଘଟିଛି। ତା’ ନାଁ ସୂରଜ। ଏହା ସହିତ ଗତ ୫ ମାସରେ ଏଠାରେ ୩ଟି ଶାବକ ସମେତ ୮ଟି ଚିତା ବାଘର ମୃତ୍ୟୁ ଘଟିଛି। ଏହା ପୂର୍ବରୁ ଗତ ମଙ୍ଗଳବାର ଏଠାରେ ତେଜସ ନାମକ ଏକ ଚିତା ବାଘର ମୃତ୍ୟୁ ଘଟିଥିଲା।

Advertisment

ସୂରଜର ମୃତ୍ୟୁର କାରଣ ଜଣାପଡ଼ିନାହିଁ। ସୂରଜର ମୃତ୍ୟୁ ପରେ ଏବେ କୁନୋ ଜାତୀୟ ଉଦ୍ୟାନରେ ଆଉ ୧୦ଟି ଚିତା ବାଘ ଅଛନ୍ତି।

ଗତ ବର୍ଷ ସେପ୍ଟେମ୍ବର ମାସରେ ନାମିବିଆରୁ ୮ଟି ଚିତା ବାଘକୁ କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିଲା। ଏହା ପରେ ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତା ବାଘକୁ ଏଠାକୁ ଅଣାଯାଇଥିଲା। ଏହି ୧୨ଟି ମଧ୍ୟରୁ ୬ଟି କୁନୋ ଜାତୀୟ ଉଦ୍ୟାନରେ ଥିବା ବେଳେ ବାକି ୬ଟି କୁନୋର ବିଭିନ୍ନ ଖୁଆଡ଼ରେ ଅଛନ୍ତି।

Advertisment

ଏହି ଚିତା ଗୁଡ଼ିକ ମଧ୍ୟରୁ ଗତ ମାର୍ଚ୍ଚ ୨୭ ତାରିଖରେ ପ୍ରଥମେ ପ୍ରାଣ ହରାଇଥିଲା ସାଶା। ତାହା ଏକ ବାଘୁଣୀ ଥିଲା। ତା’ର କିଡ୍‌ନୀରେ ସମସ୍ୟା ଦେଖା ଦେଇଥିଲେ। ତା’ପରେ ଗତ ଏପ୍ରିଲ ମାସରେ ଉଦୟ ନାମକ ଅଣ୍ଡିରା ଚିତାର ମୃତ୍ୟୁ ଘଟିଥିଲା। ତା’ର ହୃତପିଣ୍ଡରେ ସମସ୍ୟା ଥିଲା। ଏହା ପରେ ମେ’ ମାସରେ ମାଈ ଚିତା ଦକ୍ଷାର ମୃତ୍ୟୁ ଘଟିଥିଲା। ଦୁଇଟି ଅଣ୍ଡିରା ଚିତାଙ୍କ ସହ ଲଢ଼େଇ ବେଳେ ତା’ର ମୃତ୍ୟୁ ଘଟିଥିଲା।

ଗତ ମାର୍ଚ୍ଚ ମାସରେ ମାଈ ଚିତା ସିୟାୟା ଚାରୋଟି ଛୁଆ ଜନ୍ମ କରିଥିଲା। ସେମାନଙ୍କ ମଧ୍ୟରୁ ଗତ ମେ’ ମାସରେ ପ୍ରଥମେ ଗୋଟିଏ ଶାବକର ମୃତ୍ୟୁ ଘଟିଥିଲା। ଏହାର କିଛି ଦିନ ପରେ ସେହି ମାସରେ ସିୟାୟାର ଆଉ ଦୁଇଟି ଛୁଆଙ୍କ ମୃତ୍ୟୁ ଘଟିଥିଲା।

Cheetah Kuno National Park