Advertisment

ରାମଚରିତମାନସ ବିଷୟରେ ଆପତ୍ତିଜନକ ମନ୍ତବ୍ୟ, ସ୍ୱୀମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ମାମଲା

ସନାତନ ଧର୍ମରେ ବିଶ୍ୱାସ କରୁଥିବା ଲୋକଙ୍କ ଧାର୍ମିକ ଭାବନାକୁ ସେ ଆଘାତ ଦେଇଥିବା ଅଭିଯୋଗ ହୋଇଛି।

Swami Prasad Maurya

Swami Prasad Maurya

Advertisment

ହିନ୍ଦୁ ଧାର୍ମିକ ପୁସ୍ତକ ରାମଚରିତମାନସ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ସମାଜବାଦୀ ପାର୍ଟି ନେତା ସ୍ୱୀମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ଆଉ ଏକ ଅଭିଯୋଗ ପଞ୍ଜିକୃତ ହୋଇଛି। ସନାତନ ଧର୍ମରେ ବିଶ୍ୱାସ କରୁଥିବା ଲୋକଙ୍କ ଧାର୍ମିକ ଭାବନାକୁ ସେ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ମହାଦେବ ସେନାର ସଭାପତି ପଙ୍କଜ ନନ୍ଦଙ୍କ ଦ୍ୱାରା ନୂଆଦିଲ୍ଲୀର ପଶ୍ଚିମ ବିହାର ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଛି। ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଉତ୍ତରପ୍ରଦେଶରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଜଣେ ତୁଙ୍ଗ ଓବିସି ନେତାର ଭାବେ ପରିଚିତ। ୧୬ଶହ ଶତାବ୍ଦୀରେ ସନ୍ଥ ତୁଳସୀ ଦାସଙ୍କ ଦ୍ୱାରା ଲିଖିତ ରାମ ଚରିତ ମାନସରେ ମହିଳା ଏବଂ ଦଳିତଙ୍କୁ ଆକ୍ଷେପ କରାଯାଇଥିବା ଅଭିଯୋଗ କରି ଏହି ବହିକୁ ବ୍ୟାନ କରିବାକୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଦାବି କରିଥିଲେ।

Advertisment

ବିହାର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ରାମଚରିତ ମାନସକୁ ନେଇ ବିବାଦୀୟ ବୟାନ ଦେବା ପରେ, ଏହାକୁ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଥିଲା । ଏହାପରେ ଏବେ ସମାଜବାଦୀ ପାର୍ଟିର ନେତା ତଥା ଏମଏଲଏସି ସ୍ୱାମୀ ପ୍ରସାଦ ମୌର୍ଯ୍ୟ ମଧ୍ୟ ରାମଚରିତ ମାନସକୁ ନେଇ ବିବାଦୀୟ ବୟାନ ରଖିଛନ୍ତି । ସେ କହିଥିଲେ ଯେ, ସବୁ ଧର୍ମକୁ ସେ ସମ୍ମାନ କରନ୍ତି । ହେଲେ ଧର୍ମ ନାଁରେ ଜାତି ବିଶେଷ ଓ ବର୍ଗ ବିଶେଷକୁ ଅପମାନିତ କରାଯାଉଛି । ଯାହାକୁ ନେଇ ସେ ଆପତ୍ତି ଉଠାଇଥିଲେ ।ସ୍ୱାମୀ ପ୍ରସାଦ ମୌର୍ଯ୍ୟ କହିଥିଲେ ଯେ, ଆଜି ବି କୋଟି କୋଟି ଲୋକ ରାମଚରିତ ମାନସ ପଢିନାହାଁନ୍ତି ।

ଏଥିରେ ସବୁକିଛି ଅଯଥା କଥା ଲେଖାହୋଇଛି । ରାମଚରିତ ମାନସର ରଚୟିତା ତୁଳସୀ ଦାସ ନିଜର ଖୁସି ପାଇଁ ଏହାକୁ ଲେଖିଥିଲେ । ତେଣୁ ସରକାର ରାମଚରିତ ମାନସର ଆପତ୍ତିଜନକ ଅଂଶକୁ ହଟେଇବା ସହ ଏହି ପୁସ୍ତକକୁ ବ୍ୟାନ କରିଦେବା ଉଚିତ୍ ବୋଲି ସେ କହିଥିଲେ। ୟୁପିର ଏହି ନେତାଙ୍କ କହିବା କଥା, ତୁଳସୀ ଦାସଙ୍କ ରାମଚରିତମାନସର କିଛି ଅଂଶ ଏମିତି ଅଛି, ଯାହାକୁ ନେଇ ଆପତ୍ତି ଉଠୁଛି । କୌଣସି ବି ଧର୍ମର ଲୋକ ଅନ୍ୟ ଧର୍ମକକୁ ଗାଳି କରିବାର ଅଧିକାର ନାହିଁ । ତୁଳସୀଦାସଙ୍କ ରାମଚରିତମାନସରେ ସେ ଶୁଦ୍ର ଜାତିକୁ ଅଧ୍ୟମ ଜାତି ହେବାର ସାର୍ଟିଫିକେଟ୍ ଦେଇଛନ୍ତି ବୋଲି ସେ କହିଥିଲେ। ଯାହାକୁ ନେଇ ଏକ ବଡ ବିବାଦ ଠିଆ ହୋଇଛି।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe