Advertisment

ରାହୁଲ ଗାନ୍ଧିଙ୍କ ବିରୋଧରେ ପୁଣି ଏକ ମାନହାନି ମାମଲା

ଭାରତ ଯୋଡା ଯାତ୍ରା ସମୟରେ ଆରଏସସ ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ମାନହାନି ମାମଲା ରୁଜୁ ହୋଇଛି।

author-image
Tapas Behera
undefined

Rahul Gandhi

ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଆଉ ଏକ ମାନହାନି ମାମଲା ରୁଜୁ ହୋଇଛି। ଚଳିତ ବର୍ଷ ଜାନୁଆରୀରେ ଭାରତ ଯୋଡା ଯାତ୍ରା ସମୟରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ(ଆରଏସସ) ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ମାନହାନି ମାମଲା ରୁଜୁ ହୋଇଛି।

Advertisment

ଉତ୍ତରପ୍ରଦେଶର ହରିଦ୍ୱାର କୋର୍ଟରେ ଆରଏସଏସ କର୍ମୀ କମଲ ଭଦୌରିଆଙ୍କ ଅଭିଯୋଗରେ ଆଡଭୋକେଟ ଅରୁଣ ଭଦୌରିଆଙ୍କ ଦ୍ୱାରା ଏହି ମାମଲା ପଞ୍ଜିକୃତ ହୋଇଥିଲା। ଗତ ଜାନୁୟାରୀ ୯ ତାରିଖରେ ହରିୟାଣାର ଅମ୍ବାଲାରେ ଭାରତ ଯୋଡା ଯାତ୍ରା ବେଳେ ରାହୁଲ ଗାନ୍ଧି ଏକ ରାଲାକୁ ସମ୍ବୋଧିତ କରି କହିଛନ୍ତି ଯେ, ‘ଆରଏସଏସ ସଦସ୍ୟମାନେ ଏକବିଂଶ ଶତାବ୍ଦୀର କୌରବ।’ ରାହୁଲ କହିଥିଲେ ଯେ, କୌରବ କିଏ ଥିଲେ? ମୁଁ ପ୍ରଥମେ ଆପଣଙ୍କୁ ଏକବିଂଶ ଶତାବ୍ଦୀର କୌରବ ବିଷୟରେ କହିବି।

ସେମାନେ ଖାକି ହାଫ ପ୍ୟାଣ୍ଟ ପିନ୍ଧନ୍ତି, ହାତରେ ଲାଠି ଧରନ୍ତି କରନ୍ତି ଏବଂ ସେମାନେ ଶାଖାଧାରୀ । ଭାରତର ୨-୩ ବିଲିୟନଆର୍ସ କୌରବଙ୍କ ସହ ଛିଡ଼ା ହୋଇଛନ୍ତି। ଏପ୍ରିଲ ମାମଲା ଆସନ୍ତା ଏପ୍ରିଲ ୧୨ରେ ଶୁଣାଣି ହେବ।

Advertisment

ସୂଚନା ଅନୁଯାୟୀ, କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ହୋଇଥିବା ମାନହାନି ମାମଲାରେ ଗତ ମାସରେ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ୨୦୧୯ ନିର୍ବାଚନ ସମୟରେ ଏହି ସ୍ଥାନରେ ରାହୁଲ ରାଲି କରି ମୋଦୀ ସରନେମ୍ ମନ୍ତବ୍ୟ ଦେଇଥିଲେ । ଯେଉଁଥିପାଇଁ ତାଙ୍କୁ ଲୋକସଭା ସଦସ୍ୟତା ପଦ ହରାଇବାକୁ ପଡ଼ିଛି । ୨୦୧୯ନିର୍ବାଚନ ପୂର୍ବରୁ କୋଲାରରେ ଏକ ରାଲିରେ ଶ୍ରୀ ଗାନ୍ଧୀ ଲଳିତ ମୋଦୀ ଓ ନୀରବ ମୋଦୀଙ୍କୁ ଟର୍ଗେଟ୍ କରି କହିଥିଲେ ଯେ 'ସବୁ ଚୋରଙ୍କ ସରନେମ୍ ମୋଦୀ କିପରି ?' କିନ୍ତୁ ବିଜେପି ଏହାକୁ ଓବିସି ଙ୍କ ପ୍ରତି ଅପମାନ ବୋଲି ଦର୍ଶାଇ ଗୁଜୁରାଟର ଦଳର ନେତା ପୂର୍ଣ୍ଣେଶ ମୋଦୀ ଏକ ମାମଲା ଦାୟର କରିଥିଲେ ।

India