Advertisment

ରଜୌରୀ ଏନକାଉଣ୍ଟର: ଆଉ ଜଣେ ଯବାନ ସହିଦ, ସଂଖ୍ୟା ୫ରେ ପହଞ୍ଚିଲା

ବୁଧବାର ଆତଙ୍କୀଙ୍କ ଗୁଳିରେ ୨ ଜଣ କ୍ୟାପ୍ଟେନ ଓ ୨ ଜଣ ଯବାନ ଦେଶ ପାଇଁ ବଳିଦାନ ଦେଇଥିଲେ।

Encounter

Encounter

Advertisment

ଜମ୍ମୁ-କଶ୍ମୀରର ରଜୌରୀରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ବୁଧବାର ଠାରୁ ଗୁଳିବିନିମୟ ଜାରି ରହିଛି। ଏନକାଉଣ୍ଟର ଚାଲିଥିବା ବେଳେ ଆଉ ଜଣେ ଯବାନ ଆଜି ସହିଦ ହୋଇଛନ୍ତି। ଫଳରେ ସହିଦଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି।

Advertisment

ବୁଧବାର ଆତଙ୍କୀଙ୍କ ଗୁଳିରେ ୨ ଜଣ କ୍ୟାପ୍ଟେନ ଓ ୨ ଜଣ ଯବାନ ଦେଶ ପାଇଁ ବଳିଦାନ ଦେଇଥିଲେ। ଗୁଳିମାଡ଼ରେ ଆଉ ଜଣେ କ୍ୟାପ୍ଟେନ ଓ ୨ ଜଣ ଯବାନ ଆହତ ବି ହୋଇଥିଲେ। ସେମାନଙ୍କୁ ଉଦ୍ଧମପୁର ଆର୍ମି କମାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଏନକାଉଣ୍ଟର୍‌ରେ ୨ ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି। ନିହତ ଦୁଇ ଆତଙ୍କୀଙ୍କ ମଧ୍ୟରେ ଲସ୍କରର କୁଖ୍ୟାତ କମାଣ୍ଡର କାରୀ ମଧ୍ୟ ରହିଛି। କାରୀ ହେଉଛି ପାକିସ୍ତାନ ନାଗରିକ। ସେ ବର୍ଷେ ହେଲାଣି ଉପତ୍ୟକାରେ ସକ୍ରିୟ ଥିଲା।

Advertisment

ବିଭିନ୍ନ ଆତଙ୍କୀ ହମଲାରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ତେବେ ଆଉ ଜଣେ ଆତଙ୍କୀର ପରିଚୟ ମିଳି ପାରିନାହିଁ। ସେହିପରି ଏବେ ବି ଆଉ କିଛି ଆତଙ୍କୀ ଘଟଣା ସ୍ଥଳରେ ଲୁଚି ରହିଥିବାରୁ ସର୍ଚ୍ଚ ଅପରେସନ ଜାରି ରହିଛି। 

ପୁଲିସ କହିଛି ଯେ ବୁଧବାର ଠାରୁ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ବିଳମ୍ବିତ ରାତିରେ ଗୁଳି ବିନିମୟ ବନ୍ଦ ହୋଇଥିଲେ ହେଁ ଆଜି ସକାଳୁ ପୁଣି ଅପରେସନ ଆରମ୍ଭ ହୋଇଛି। ଜମ୍ମୁ-କଶ୍ମୀର ପୁଲିସ୍‌ ଓ ସେନା ଯବାନମାନେ ମିଳିତ ଭାବେ ଅପରେସନ କରୁଛନ୍ତି।

ଏନକାଉଣ୍ଟର ସ୍ଥଳଟି ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି। ତେଣୁ ପୂରା ଅଞ୍ଚଳକୁ କର୍ଡନ କରାଯିବା ସହ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ମଧ୍ୟ ମୁତୟନ କରାଯାଇଛି। ଏଥିଯୋଗୁ ଆତଙ୍କବାଦୀମାନେ ସେଠାରୁ ଖସି ଯିବାକୁ ସକ୍ଷମ ହୋଇନାହାନ୍ତି। ଏବେ ବି ଏନକାଉଣ୍ଟର ଚାଲିଥିବାରୁ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ।

Jammu Kashmir Terrorist Encounter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe