Advertisment

ବାତ୍ୟା ପରେ ଭୁଶୁଡ଼ିଲା ଆଉ ଏକ ଘର, ଫସି ରହିଛନ୍ତି ୭ ଜଣ

ତାମିଲନାଡ଼ୁରେ ବାତ୍ୟା ପରେ ବନ୍ୟା ପରିସ୍ଥିତି ହନ୍ତସନ୍ତ କରୁଛି।

Landslide area

Landslide area

Advertisment

ତାମିଲନାଡ଼ୁରେ ବାତ୍ୟା ପରେ ବନ୍ୟା ପରିସ୍ଥିତି ହନ୍ତସନ୍ତ କରୁଛି। ଗୋଟିଏ ପରେ ଗୋଟିଏ ସ୍ଥାନରେ ଭୂସ୍ଖଳନ ଘଟି ଜନ-ଜୀବନ ହାନୀ ହେଉଛି। ଏହି କ୍ରମରେ ରାଜ୍ୟରେ ଆଉ ଏକ ସ୍ଥାନରେ ଭୂସ୍ଖଳନ ହୋଇଛି।

Advertisment

ଏଥିରେ ଗୋଟିଏ ପରିବାରର ୭ ଜଣ ସଦସ୍ୟ ଭଗ୍ନାବଶେଷ ତଳେ ଚାପିହୋଇ ରହିଥିବା ପ୍ରାରମ୍ଭିକ ସୂଚନା ମିଳୁଛି। ଖବର ମୁତାବକ, ଥିରୁଅନନ୍ତପୁରମରେ ଏହି ଅଘଟଣ ଘଟିଛି। ଖବର ପାଇ ଉଦ୍ଧାରକାରୀ ଟିମ୍ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଛନ୍ତି। ଖବର ଲେଖାହେବା ସୁଦ୍ଧା ଉଦ୍ଧାରକାର୍ଯ୍ୟ ଜାରି ରହିଥିଲା।

ପ୍ରକାଶ ଥାଉକି, ରାଜ୍ୟରେ ବାତ୍ୟା ଫେଙ୍ଗଲ ଲ୍ୟାଣ୍ଡଫଲ୍ କରିବା ପରଠାରୁ ବର୍ଷା ଜାରିରହିଛି। ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଘଟି ଚାରିଆଡ଼େ ପାଣି ମାଡ଼ିଯାଇଛି। ଅନେକ ଲୋକ ଘେରାବନ୍ଦୀ ଅବସ୍ଥାରେ ଅଛନ୍ତି। 

Advertisment

ରାସ୍ତାଘାଟରେ ବନ୍ୟାଜଳ ପ୍ରଭାହିତ ହେଉ ଥିବାବେଳେ ଗାଡ଼ି-ମୋଟର ଭାସିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି। ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉ ଥିବାବେଳେ ସେନା କର୍ମଚାରୀ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଛନ୍ତି।  

Fengal Tamil Nadu Cyclone Cyclone
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe