Advertisment

ରଦ୍ଦ ହୋଇଯିବ ଆଉ ଜଣେ ନେତାଙ୍କ ସାଂସଦ ପଦ

୨୦୦୫ ବିଜେପି ବିଧାୟକ କୃଷ୍ଣନନ୍ଦ ରାୟଙ୍କ ହତ୍ୟା ମାମଲାରେ ବିଏସ୍‌ପି ସାଂସଦ ଅଫଜଲ ଅନସାରୀଙ୍କୁ ୪ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି।

MP Afzal Ansari

MP Afzal Ansari

Advertisment

ରାହୁଲ ଗାନ୍ଧିଙ୍କ ପରେ ଆଉ ଜଣେ ନେତାଙ୍କ ଲୋକସଭା ସାଂସଦ ପଦ ରଦ୍ଦ ହୋଇଯାଇପାରେ। ସେ ହେଉଛନ୍ତି ଉତ୍ତରପ୍ରଦେଶର ବହୁଜନ ସମାଜବାଦୀ ପାର୍ଟି (ବିଏସ୍‌ପି) ସାଂସଦ ଅଫଜଲ ଅନସାରୀ। ୨୦୦୫ରେ ବିଜେପି ବିଧାୟକ କୃଷ୍ଣନନ୍ଦ ରାୟ ହତ୍ୟା ମାମଲାରେ ଉତ୍ତର ପ୍ରଦେଶର ଗାଜିପୁରର ଏକ କୋର୍ଟ ଆଜି ତାଙ୍କୁ ୪ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇବା ସହିତ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିୟମ ଅନୁଯାୟୀ ଯଦି ଜଣେ ସାଂସଦ କୌଣସି ମାମଲାରେ ୨ କିମ୍ବା ତା’ଠାରୁ ଅଧିକ ବର୍ଷର ଜେଲ ଦଣ୍ଡାଦେଶ ପାଆନ୍ତି, ତା’ହେଲେ ତାଙ୍କ ସାଂସଦ ପଦ ରଦ୍ଦ ହୋଇଯିବ। ‘ମୋଦି ସରନେମ’ ମାନହାନି ମାମଲାରେ ସୁରତର ଏକ କୋର୍ଟ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ପରେ ତାଙ୍କ ଲୋକସଭା ସାଂସଦ ପଦ ରଦ୍ଦ ହୋଇଯାଇଥିଲା।

Advertisment

୨୦୦୫ ବିଜେପି ବିଧାୟକ କୃଷ୍ଣନନ୍ଦ ରାୟଙ୍କ ହତ୍ୟା ମାମଲାରେ ବିଏସ୍‌ପି ସାଂସଦ ଅଫଜଲ ଅନସାରୀଙ୍କୁ ୪ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିବା ବେଳେ ଏହି ମାମଲାରେ ତାଙ୍କ ଭାଇ ତଥା ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ମୁଖତାର ଅନସାରୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏହା ସହିତ ତାଙ୍କ ଉପରେ ୫ ଲକ୍ଷ ଜରିମାନା ହୋଇଛି। ପୂର୍ବରୁ ଅନ୍ୟାନ୍ୟ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ରେ ଅଛନ୍ତି ମୁଖତାର ଅନସାରୀ। ସେ ଉତ୍ତରପ୍ରଦେଶର ମଉ ଆସନରୁ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେଥିରୁ ୨ ଥର ସେ ବିଏସ୍‌ପି ଟିକେଟରେ ନିର୍ବାଚନ ଜିତିଥିଲେ।

ମୁଖତାର ଅନସାରୀ ଆଜି ଭିଡିଓ କନ୍‌ଫରେନ୍ସ ଯୋଗେ କୋର୍ଟରେ ହାଜର ହୋଇଥିଲେ। କିନ୍ତୁ ତାଙ୍କ ଭାଇ ବିଏସ୍‌ପି ସାଂସଦ ଅଫଜଲ ଅନସାରୀ ନିଜେ କୋର୍ଟ ରୁମରେ ଉପସ୍ଥିତ ରହିଥିଲେ। ଅଫଜଲଙ୍କ ନାଁରେ ଏହା ହେଉଛି ପ୍ରଥମ ମାମଲା। ଆଉ ଏଥିରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାରେ ୧୦ ଜଣ ସାକ୍ଷୀ ରହିଥିଲେ।

Advertisment

୨୦୦୩ରେ ଜଣେ ଜେଲରଙ୍କୁ ଆକ୍ରମଣ କରିବା ମାମଲାରେ ଗତ ବର୍ଷ ସେପ୍ଟେମ୍ବର ମାସରେ ଆହ୍ଲାବାଦ ହାଇକୋର୍ଟ ମୁଖତାର ଅନସାରୀଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ଏହା ପରେ ହାଇକୋର୍ଟ ଅନ୍ୟ ଏକ ମାମଲାରେ ଅନସାରୀଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ୧୯୯୯ରେ ଉତ୍ତର ପ୍ରଦେଶ ଗ୍ୟାଙ୍ଗଷ୍ଟର ଆଇନରେ ତାଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିଲା। ଗତ ବର୍ଷ ଡିସେମ୍ବର ୧୫ ତାରିଖରେ ଗାଜିପୁରର ଏକ କୋର୍ଟ ମୁଖତାର ଅନସାରୀଙ୍କୁ ଆଉ ଏକ ମାମଲରେ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଏହି ମାମଲାରେ ତାଙ୍କର ଜଣେ ସହଯୋଗୀ ଭୀମ ସିଂହଙ୍କୁ ମଧ୍ୟ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି।

୨୦୦୫ରେ ମୁଖତାର ଅନସାରୀ ଓ ତାଙ୍କ ସାଥୀମାନେ ତତ୍‌କାଳୀନ ବିଜେପି ବିଧାୟକ କୃଷ୍ଣନନ୍ଦ ରାୟଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ମାମଲାରେ ଆଜି କୋର୍ଟଙ୍କ ରାୟ ଆସିବା ପରେ ତାଙ୍କ ପତ୍ନୀ କହିଛନ୍ତି ଉତ୍ତର ପ୍ରଦେଶରେ ମାଫିଆ ରାଜ୍ ଶେଷ ହୋଇଯାଇଛି। ଦେଶର ବିଚାର ବ୍ୟବସ୍ଥା ଉପରେ ତାଙ୍କର ଭରସା ରହିଛି।

Afzal Ansari Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe