Advertisment

NEET ପେପର୍‌ ଲିକ୍‌ ମାମଲା, ବନ୍ଧା ହେଲେ ଆଉ ଜଣେ ଡାକ୍ତରୀ ଛାତ୍ର

ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ପାଟନା AIIMS ର ୪ଜଣ ଛାତ୍ରଙ୍କ ସମେତ ସମାଧାନକାରୀ ଭାବରେ କାର୍ଯ୍ୟ କରିଥିବା ମୋଟ ୯ଜଣ ଡାକ୍ତରୀ ଛାତ୍ରଙ୍କୁ ଗିରଫ କରାଯାଇଛି।

Arrest

Arrest

Advertisment

ନିଟ୍‌ ପେପର୍‌ ଲିକ୍‌ ମାମଲାରେ ଦିନକୁ ଦିନ ଧରା ପଡୁଛନ୍ତି ଜଣକ ପରେ ଜଣେ ଅଭିଯୁକ୍ତ। ଏହି ମାମଲାରେ ଏବେ ସିବିଆଇ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ସଲଭର୍‌ ତଥା ସମାଧାନକାରୀ

Advertisment

ଶନିବାର ସିବିଆଇ ଭିଲଓ୍ୱାଡା ସ୍ଥିତ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ପଢ଼ୁଥିବା ସନ୍ଦୀପକୁ ପଚରାଉଚରା କରିଥିଲା। ଏହା ପରେ ତାଙ୍କୁ ଗିରଫ କରାଯାଇ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ଏଠାରେ କୋର୍ଟ ସନ୍ଦୀପଙ୍କୁ ୫ ଦିନ ପାଇଁ ସିବିଆଇ ରିମାଣ୍ଡରେ ପଠାଇଛନ୍ତି। ସନ୍ଦୀପଙ୍କ ପୂର୍ବରୁ ସିବିଆଇ ରାଜସ୍ଥାନରୁ କୁମାର ମଙ୍ଗଲମ ବିଷ୍ଣୁ ଏବଂ ଦୀପେନ୍ଦ୍ର ଶର୍ମାଙ୍କୁ ଗିରଫ କରିଥିଲା।

ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ପାଟନା AIIMS ର ଚାରିଜଣ ଛାତ୍ରଙ୍କ ସମେତ ସମାଧାନକାରୀ ଭାବରେ କାର୍ଯ୍ୟ କରିଥିବା ମୋଟ ୯ଜଣ ଡାକ୍ତରୀ ଛାତ୍ରଙ୍କୁ ଗିରଫ କରାଯାଇଛି।

Advertisment

କହିରଖୁ ଯେ, ନିଟ୍‌ ପେପର୍‌ ଲିକ୍‌ ମାମଲାରେ ଗୁରୁବାର ସିବିଆଇ ଚାର୍ଜସିଟ୍‌ ଦାଖଲ କରିଥିଲା। ଏହି ଚାର୍ଜସିଟରେ, କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ୧୩ ଜଣଙ୍କ ନାମ ପଞ୍ଜିକରଣ କରିଛି, ଯେଉଁଥିରେ ଚାରିଜଣ ପ୍ରାର୍ଥୀ, ଜଣେ ଜୁନିୟର ଇଞ୍ଜିନିୟର ଏବଂ ଦୁଇ କିଙ୍ଗପିନଙ୍କ ନାମ ରହିଛି। ସିବିଆଇ ଅଧିକାରୀ କହିଛନ୍ତି ଯେ ଏହି ଘଟଣାରେ କିଛି ଛାତ୍ରଙ୍କ ବାପା-ମା'ଙ୍କ ନାମ ମଧ୍ୟ ସାମିଲ ଅଛି।

CBI NEET Paper Leak Issue
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe