/odisha-reporter/media/post_attachments/uploadimage/library/16_9/16_9_0/IMAGE_1709883711.jpg)
student-suicide
'ସରି ପାପା…ମୁଁ JEE କରିପାରିବିନି।' ଏଭଳି କିଛି ଲେଖି ଆତ୍ମତହ୍ୟା କରିଛନ୍ତି ଛାତ୍ର। ରାଜସ୍ଥାନର କୋଟାରୁ ଆସିଛି ପୁଣି ଏଭଳି କିଛି ଖବର। ଏଠାରେ JEE ପାଇଁ କୋଚିଂ ନେଉଥିବା ଜଣେ ଛାତ୍ର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ରୁମ୍ରୁ ଏକ ସୁ-ସାଇଡ୍ ନୋଟ୍ ମଧ୍ୟ ଜବତ ହୋଇଛି।
ପୁଲିସ ଏବଂ ପ୍ରଶାସନର ଉଦ୍ୟମ ସତ୍ତ୍ୱେ କୋଟାରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା କରିବା ଘଟଣା ଥମିବାର ନାଁ ନେଉନାହିଁ। ପରୀକ୍ଷା ଏବଂ ପରଫରମାନ୍ସ ଚାପରେ ଆସି ଗୁରୁବାର କୋଟାରେ ପୁଣି ଜଣେ କୋଚିଂ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର ଜଣକ ହେଲେ ଅଭିଷେକ କୁମାର। ସେ ବିହାର ଭାଗଲପୁରର ବାସିନ୍ଦା। ସେ ରାଜସ୍ଥାନର କୋଟାରେ ଏକ ଘୋରୋଇ କୋଚିଂ ସେଣ୍ଟରରେ JEE Mains ପାଇଁ ପ୍ରସ୍ତୁତ ହେଉଥିଲେ।
ମୃତ ଛାତ୍ର ଅଭିଷେକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ରୁମ୍ରୁ ପୁଲିସ ଏକ ବୋତଲ ସଲଫାସ୍ ଜବତ କରିଛି। ଅଭିଷେକ ଗତ ଏକ ବର୍ଷ ଧରି କୋଟାର ବିଜ୍ଞାନ ନାଗର ପୁଲିସ ଷ୍ଟେସନ ପରିସରରେ ଏକ ପିଜିରେ ରହୁଥିଲେ।
କୋଚିଂ ସେଣ୍ଟରରେ ପଚରାଉଚରା ବେଳେ ପୁଲିସ ଜାଣିବାକୁ ପାଇଛି ଯେ, ଫେବ୍ରୁଆରୀ ୨୯ ତାରିଖରେ ଏକ ପରୀକ୍ଷା ଥିଲା। ତେବେ ଅଭିଷେକ ଏହି ପରୀକ୍ଷା ଦେବାକୁ ଯାଇନଥିଲେ। କେବଳ ସେତିକି ନୁହେଁ ଫେବ୍ରୁଆରୀ ୧୯ ତାରିଖରେ ଥିବା ପରୀକ୍ଷାରେ ମଧ୍ୟ ସେ ଉପସ୍ଥିତ ନଥିଲେ। ପୁଲିସ ଅଭିଷେକଙ୍କ ରୁମ୍ରୁ ଏକ ସୁସାଇଡ୍ ନୋଟ୍ ଜବତ କରିଛି। ଏଥିରେ 'ସରି ପାପା, ମୁଁ ଜେଇ କରିପାରିବି ନାହିଁ' ବୋଲି ଲେଖା ଅଛି।
ପୁଲିସ ଅଭିଷେକଙ୍କ ମୃତଦେହକୁ ଜବତ କରିବା ସହ ପରିବାର ଲୋକଙ୍କୁ ଜଣାଇଛି। ପରିବାର ଲୋକେ ଆସିବା ପରେ ହିଁ ଅଭିଷେକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୁଲିସ କହିଛି।
କହିରଖୁ ଯେ, କୋଟାରେ ଛାତ୍ର ଆତ୍ମହତ୍ୟା ଘଟଣାର ଏହା ହେଉଛି ଷଷ୍ଠ ମାମଲା। ଗତ ବର୍ଷ ମଧ୍ୟ ୨୯ ପିଲା ଆତ୍ମହତ୍ୟା କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
