Advertisment

ଆନ୍ଧ୍ରରେ ଟାର୍ଗେଟରେ ଟମାଟୋ ଚାଷୀ, ୮ ଦିନରେ ପୁଣି ଗଡ଼ିଲା ମୁଣ୍ଡ

ବିଲ ମଝିରେ ରାତି ଅଧରେ ହୋଇଛି ନିର୍ମମ ହତ୍ୟାକାଣ୍ଡ। ଆଉ ହତ୍ୟାର ଶିକାର ହୋଇଛନ୍ତି ଜଣେ ଯୁବ ଟମାଟୋ ଚାଷୀ।

Tomato

Tomato

Advertisment

ଟମାଟୋ ଦର ବୃଦ୍ଧି ପାଇଁ ପୁଣି ଥରେ ଆନ୍ଧ୍ରପ୍ରଦେଶରେ ଘଟିଛି ନାରକୀୟ କାଣ୍ଡ। ବିଲ ମଝିରେ ରାତି ଅଧରେ ହୋଇଛି ନିର୍ମମ ହତ୍ୟାକାଣ୍ଡ। ଆଉ ହତ୍ୟାର ଶିକାର ହୋଇଛନ୍ତି ଜଣେ ଯୁବ ଟମାଟୋ ଚାଷୀ। ଗତ ୭ ଦିନ ମଧ୍ୟରେ ଆନ୍ଧପ୍ରଦେଶରେ ପୁଣି ଥରେ ଏପରି ଜଘନ୍ୟ କାଣ୍ଡ ଘଟିଛି।

Advertisment

ଏପରି ଏକ ସାଂଘାତିକ ଘଟଣା ବିଜୟୱାଡାର ଅନ୍ନମୟ ଜିଲ୍ଲାରେ ଗତ ରବିବାର ଘଟିଛି। ମୃତ ଚାଷୀ ହେଲେ ୨୮ ବର୍ଷୀୟ ବାତୁଲା ମଧୁକର ରେଡ୍ଡି ।

ବାତୁଲା ମଧୁକର ରେଡ୍ଡି ଗତ ରବିବାର ରାତିରେ ନିଜ ଟମାଟୋ ଚାଷକୁ ଜଗିବାକୁ ବିଲ ମଝିରେ ଶୋଇଥିଲେ। ମାତ୍ର ସୋମବାର ସକାଳୁ ବିଲରେ ତାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ।

Advertisment

ଖୁବ୍‌ ଶୀଘ୍ର ହତ୍ୟାକାଣ୍ଡର କାରଣ ଖୋଜାଯାଇ ଅଭିଯୁକ୍ତଙ୍କଚ ଗିରଫ କରାଯିବ ବୋଲି ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି।

ଗତ ୧୩ ତାରିଖରେ ୬୨ ବର୍ଷୀୟ ଟମାଟୋ ଚାଷୀ ନାରେମ ରାଜଶେଖର ରେଡ୍ଡିଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଥିଲେ। ଟମାଟୋ ବିକି ନାରେମ ରାଜଶେଖର ପ୍ରାୟ ୩୦ ଲକ୍ଷ ଟଙ୍କା ରୋଜଗାର କରିଥିବା ବେଳେ ତାକୁ ହାତେଇବାକୁ ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଥିଲା।

Andhra Pradesh Murder Tomato
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe