ଲୋକପାଳଙ୍କୁ ଦରକାର BMW
ଦୁର୍ନୀତି(Corruption) ଉପରେ ନଜର ରଖିବା ଓ ଏହାକୁ ରୋକିବା ପାଇଁ ତିଆରି ହୋଇଛି ଲୋକପାଳ। ବିଶେଷ କରି ସରକାରୀ ବିଭାଗରେ ଚାଲିଥିବା ଦୁର୍ନୀତି ଉପରେ(Corruption Case) ଲୋକପାଳଙ୍କ ନଜର ରହିଥାଏ। ଦୁର୍ନୀତି ନିରୋଧ ସଂସ୍ଥା ଭାବେ ଲୋକପାଳ ବେଶ ପରିଚିତ।
କିନ୍ତୁ ଦୁର୍ନୀତିକୁ ରୋକିବାକୁ ତିଆରି ହୋଇଥିବା ଏହି ସଂସ୍ଥାକୁ ଦରକାର ଦାମୀ ଗାଡ଼ି। ତା’ ପୁଣି ଏମିତି ସେମିତି ଗାଡ଼ି ନୁହେଁ, ବରଂ ଲମ୍ବା ତଥା ଅତ୍ୟାଧୁନିକ BMWର ନୂଆ ମଡେଲ। ସେହିପରି ଗୋଟିଏ କି ଦୁଇଟି ନୁହେଁ, ବରଂ ୭ଟି BMW ଲୋକପାଳଙ୍କୁ ଦରକାର। ଏହି ସଂସ୍ଥାର ଅଧ୍ୟକ୍ଷ ହେଉଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅଜୟ ମାନିକରାଓ ଖାନୱିଲକର। ଅଧ୍ୟକ୍ଷଙ୍କ ସମେତ ଲୋକପାଳରେ ଥିବା ସମସ୍ତ ୬ ସଦସ୍ୟଙ୍କୁ BMW ଆବଶ୍ୟକ।
ଲୋକପାଳ ଯେଉଁ ଅତ୍ୟାଧୁନିକ BMW ଆବଶ୍ୟକ କରୁଛନ୍ତି, ତା’ର ଦାମ ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହେବେ। କାରଣ ପ୍ରତିଟି BMWର ଦାମ ମାର୍କେଟରେ ଏବେ ୭୦ ଲକ୍ଷ ଟଙ୍କା ରହିଛି। ତେଣୁ ୭ଟି BMW ପାଇଁ ଖର୍ଚ୍ଚ ହେବ ପ୍ରାୟ ୫ କୋଟି ଟଙ୍କା। ଏପରି ଦାମୀ ଗାଡ଼ି ପାଇଁ ଲୋକପାଳ ଟେଣ୍ଡର ଡାକିବା ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଛି।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କାର ନିର୍ମାଣକାରୀ କମ୍ପାନୀ BMWକୁ ଲୋକପାଳ ଡ୍ରାଇଭର ଓ କର୍ମଚାରୀମାନଙ୍କୁ ୭ ଦିନିଆ ଟ୍ରେନିଂ ଦେବାକୁ କୁହାଯାଇଛି। ଏହି ସମୟରେ କମ୍ପାନୀ ପକ୍ଷରୁ କାରର ବୈଦ୍ୟୁତିକ ବ୍ୟବସ୍ଥା ଓ କେମିତି ଏହାକୁ ବ୍ୟବହାର କରାଯିବ, ସେସବୁର ତାଲିମ ଦିଆଯିବ।
ଅକ୍ଟୋବର ୧୬ରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଭାରତର ଲୋକପାଳ ପ୍ରଖ୍ୟାତ ଏଜେନ୍ସିଗୁଡ଼ିକ ଠାରୁ ୭ଟି BMW ୩ ସିରିଜର ଲି କାର ପାଇଁ ଟେଣ୍ଡରକୁ ନିମନ୍ତ୍ରଣ କରୁଛନ୍ତି। ଏହି କାରଗୁଡ଼ିକ ଭାରତର ଲୋକପାଳ ବ୍ୟବହାର କରିବେ। ଟେଣ୍ଡର ନୋଟିସ ଅନୁସାରେ ଏହି ପ୍ରସ୍ତାବ ୯୦ ଦିନ ଯାଏ ବୈଧ ରହିବ। ତେବେ ଲୋକପାଳ(Anti-Corruption Day) ଭଳି ସଂସ୍ଥା ନିଜ ପାଇଁ ଦାମୀ କାର ମାଗିବା ସମସ୍ତଙ୍କୁ ଚକିତ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/21/bmw-2025-10-21-18-02-10.jpg)