Advertisment

ରାମେଶ୍ୱରମ୍‌ କାଫେ ବିସ୍ଫୋରଣ ମାମଲାର ତଦନ୍ତ କରିବ NIA

ଶୁକ୍ରବାର ବେଙ୍ଗାଲୁରୁର ପ୍ରସିଦ୍ଧ ରାମେଶ୍ୱରମ୍‌ କାଫେରେ ଭୟଙ୍କର ବିସ୍ଫୋରଣ ଘଟିଥିଲା।

Rameshwaram Cafe blast case

Rameshwaram Cafe blast case

Advertisment

ବେଙ୍ଗାଲୁରୁର ରାମେଶ୍ୱରମ୍‌ କାଫେ ବିସ୍ଫୋରଣ ମାଲାରେ ଏଯାଏଁ ପୁଲିସ ହାତ ଖାଲି ଅଛି। କାଫେରେ ଆଇଇଡି ରଖିଥିବା ମାସ୍କ ମ୍ୟାନ୍‌ ବେଙ୍ଗାଲୁରୁ ପୁଲିସ ପାଇଁ ମିଷ୍ଟ୍ରି ମ୍ୟାନ୍‌ ପାଲଟିଛି। ଏହାରି ଭିତରେ ଗୃହ ମନ୍ତ୍ରଣାଳୟ ଏହି ବିସ୍ଫୋରଣ ମାମଲାର ତଦନ୍ତ ଭାର ନେସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି (ଏନ୍‌ଆଇଏ)କୁ ହସ୍ତାନ୍ତର କରିଛି। ଏହାପର ଠାରୁ ଆକ୍ସନ ମୁଡ୍‌କୁ ଆସିଛି ଏନ୍‌ଆଇଏ। ଏହି ମାମଲାକୁ ପୁଣି ଥରେ ରେଜିଷ୍ଟ୍ରେସନ କରି ଏନ୍‌ଆଇଏ ତଦନ୍ତ ଆରମ୍ଭ କରିଛି । ବିସ୍ଫୋରଣ ପରେ ଏନଆଇଏ ଘଟଣାସ୍ଥଳକୁ ଯାଇଥିଲା।

Advertisment

ଶୁକ୍ରବାର ଦିନ ବେଙ୍ଗାଲୁରୁର ପ୍ରସିଦ୍ଧ କାଫେ ରାମେଶ୍ୱରମ୍‌ରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏଥିରେ ୧୦ ଜଣ ଆହତ ହୋଇଥିଲେ। ଏହାପରେ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ପୁଲିସ୍‌ ୭-୮ଟି ଟିମ ଗଠନ କରିଥିଲା। ସିସିଟିଭି ଯାଞ୍ଚ୍‌ କରିବାରୁ ପୁଲିସ୍‌ ଶନିବାର ଦିନ ଦେଖିବାକୁ ପାଇଥିଲା ଯେ ବ୍ୟକ୍ତି ଜଣକ ଏକ ଧଳା ସାର୍ଟ ପିନ୍ଧି କାନ୍ଧରେ ବ୍ୟାଗ୍‌ ପକାଇ ଓ ମୁଣ୍ଡରେ ଟୋପି ପିନ୍ଧି କ୍ୟାଫେ ଆଡକୁ ଯାଉଥିଲେ। ଉକ୍ତ ବ୍ୟକ୍ତିଙ୍କ ବୟସ ୨୮ରୁ ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଇଛି।

ଶୁକ୍ରବାର ଦିନ ବେଙ୍ଗାଲୁରୁର ରମେଶ୍ୱରମ୍ କାଫେରେ ଟାଇମର୍ ବ୍ୟବହାର କରି ଆଇଡି ବୋମା ଖଞ୍ଜା ଯାଇଥିଲା। ବୋମା ବିସ୍ଫୋରଣ ଘଟିବାରୁ ସେଠାରେ ଥିବା ୧୦ ଜଣ ଆହତ ହୋଇଥିଲେ। ସମସ୍ତ ଆହତଙ୍କ ଚିକିତ୍ସା ଘରୋଇ ହସ୍ପିଟାଲରେ ଜାରି ରହିଛି। ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି) ଦଳ ଏହାର ଯାଞ୍ଚ ପାଇଁ ଶନିବାର ସକାଳେ ବିସ୍ଫୋରଣ ସ୍ଥଳରେ ପହଞ୍ଚିଥିଲେ।

Advertisment

ସେହିପରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ମଧ୍ୟ ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ଏଥିସହ ହସ୍ପିଟାଲାକୁ ଯାଇ ଆହତଙ୍କୁ ଭେଟିଛନ୍ତି। ଏହି ମାମଲାକୁ ନେଇ ସେ ସମସ୍ତ ବରିଷ୍ଠ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଏହାପରେ ଏହି ମାମଲାର ନରପେକ୍ଷ ତଦନ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଆବଶ୍ୟକ ପଡିଲେ ରାମେଶ୍ୱରମ୍‌ କାଫେ ବିସ୍ଫୋରଣ ମାମଲର ତଦନ୍ତ ଏନ୍‌ଆଇଏ କରିବ ବୋଲି ସେ କହିଥିଲେ।

Bengaluru NIA Investigation Rameshwaram Cafe Blast Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe