Advertisment

ପୂର୍ବତନ ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କୁ ଜାମିନ; ଅସୁସ୍ଥ ପତ୍ନୀଙ୍କୁ ସାକ୍ଷାତ କରିବେ

ପ୍ରଦୀପ ଶର୍ମା ପୂର୍ବରୁ ଜାମିନ ପାଇଁ ବାରମ୍ବାର ଆବେଦନ କରୁଥିବା ବେଳେ ବମ୍ବେ ହାଇକୋର୍ଟରେ ତାହାକୁ ଖାରଜ କରି ଦେଉଥିଲେ। କିନ୍ତୁ ଚଳିତ ଥର ଜାମିନ ପାଇଁ କରିଥିବା ଆବେଦନପତ୍ରରେ ସେ ଅସୁସ୍ଥ ପତ୍ନୀଙ୍କ ବିଷୟରେ ଉଲ୍ଲେଖ କରିଥିଲେ ।

Pradeep Sharma

Pradeep Sharma

Advertisment

ମୁମ୍ବାଇ ପୁଲିସର ପୂର୍ବତନ ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କୁ ମିଳିଛି ଆଶ୍ୱସ୍ତି। ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ବାସଭବନ ନିକଟରୁ ବିସ୍ଫୋରକ ଠାବ ହେବା ଓ ବ୍ୟବସାୟୀ ମନସୁଖ ହିରାନୀଙ୍କ ହତ୍ୟା ମାମଲାରେ ଗିରଫ ହୋଇ ପ୍ରାୟ ୨ ବର୍ଷ ହେବ ଜେଲ୍‌ରେ ଥିବା ପ୍ରଦୀପ ଶର୍ମାଙ୍କୁ ମିଳିଛି ଅନ୍ତରୀଣ ଜାମିନ । ଅସୁସ୍ଥ ପତ୍ନୀଙ୍କ ଯତ୍ନ ନେବା ପାଇଁ ପ୍ରଦୀପ ଶର୍ମା କୋର୍ଟରେ ଗୁହାରି କରିବା ପରେ ତାଙ୍କୁ ୩ ସପ୍ତାହର ଅନ୍ତରୀଣ ଜାମିନ ମିଳିଛି।

Advertisment

ପ୍ରଦୀପ ଶର୍ମା ପୂର୍ବରୁ ଜାମିନ ପାଇଁ ବାରମ୍ବାର ଆବେଦନ କରୁଥିବା ବେଳେ ବମ୍ବେ ହାଇକୋର୍ଟରେ ତାହାକୁ ଖାରଜ କରି ଦେଉଥିଲେ। କିନ୍ତୁ ଚଳିତ ଥର ଜାମିନ ପାଇଁ କରିଥିବା ଆବେଦନପତ୍ରରେ ସେ ଅସୁସ୍ଥ ପତ୍ନୀଙ୍କ ବିଷୟରେ ଉଲ୍ଲେଖ କରିଥିଲେ । ପ୍ରଦୀପ ଉଲ୍ଲେଖ କରିଥିଲେ ଯେ, ଅସୁସ୍ଥ ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଖୁବ୍‌ ଜଲଦି ଅସ୍ତ୍ରୋପଚାର କରା ନ ଗଲେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଯିବ । ଏହାକୁ ଆଖି ଆଗରେ ରଖି କୋର୍ଟ ତାଙ୍କୁ ୩ ସପ୍ତାହ ପାଇଁ ଜାମିନ ମଞ୍ଜୁର କରିଛନ୍ତି।

ଶିଳ୍ପପତୀ ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ବାସଭବନ ନିକଟରୁ ୨୦୨୧ ମସିହା ଫେବୃଆରୀରେ ବିସ୍ଫୋରକ ଖଚିତ ଗାଡ଼ି ମିଳିବା ଘଟଣାରେ ଏନଆଇଏ ପ୍ରଦୀପ ଶର୍ମାଙ୍କୁ ଗିରଫ କରିଥିଲା। ମୁମ୍ବାଇର ପୂର୍ବତନ ପୁଲିସ୍‌ ଅଧିକାରୀ ସଚିନ ବାଜେଙ୍କର ପ୍ରଦୀପ ଥିଲେ ଘନିଷ୍ଠ ସହଯୋଗୀ । ତେଣୁ ତାଙ୍କର ମଧ୍ୟ ବିସ୍ଫୋରକ ଠାବ ଓ ମନସୁଖଙ୍କ ହତ୍ୟା ମାମଲାରେ ହାତ ଥିବା ସନ୍ଦେହରେ ଏନଆଇଏ ତାଙ୍କୁ ଗିରଫ କରିଥିଲେ।

Advertisment

 ଏନଆଇଏ ବମ୍ବେ ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ, ମନସୁଖ ହିରେନଙ୍କୁ ମାରିବା ପାଇଁ ପୂର୍ବତନ ପୁଲିସ ଅଧିକାରୀ ସଚିନ ବାଜେ ସୁପାରି କିଲର ସହ ଡିଲ୍ କରିଥିଲେ । ଏହି ସୁପାରୀ କିଲର ହେଉଛନ୍ତି ତାଙ୍କର ସହଯୋଗୀ ତଥା ପୂର୍ବତନ ପୁଲିସ ଅଧିକାରୀ ପ୍ରଦୀପ ଶର୍ମା । ହତ୍ୟା ପାଇଁ ପ୍ରଦୀପ ୪୫ ଲକ୍ଷ ଟଙ୍କା ସଚିନ ବାଜେଙ୍କ ପାଖରୁ ନେଇଥିଲେ। ଆଉ ଡିଲ୍ ଅନୁଯାୟୀ ଏକ ନଦୀରେ ମନସୁଖଙ୍କୁ ହତ୍ୟା କରି ଫିଙ୍ଗିଦେଇଥିଲେ । 

ମାତ୍ର ନିଜ ବିରୋଧରେ ଲାଗିଥିବା ସମସ୍ତ ଅଭିଯୋଗକୁ ପ୍ରଦୀପ ଶର୍ମା ଖଣ୍ଡନ କରିବା ସହ ପୁଲିସ୍‌ ବିଭାଗର ଅନ୍ତରୀଣ ଶତ୍ରୁତାରେ ଛନ୍ଦି ହୋଇ ବନ୍ଧା ହୋଇଥିବା କହିଥିଲେ।

ସୂଚନାଯୋଗ୍ୟ, ୧୯୮୩ରେ ସବ ଇନସପେକ୍ଟର ଭାବେ ପ୍ରଦୀପ ମୁମ୍ବାଇ ପୁଲିସ୍‌ରେ ଯୋଗଦେଇଥିଲେ। ସେ ପ୍ରାୟ ୧୧୩ଟି ଏନକାଉଣ୍ଟରରେ ସାମିଲ ହୋଇଥିଲେ। ତେବେ ସେ ୨୦୧୯ରେ ସ୍ୱେଚ୍ଛାକୃତ ଅବସର ନେଇ ଶିବସେନାରେ ଯୋଗଦେଇଥିଲେ। ପ୍ରଦୀପ ନାଲା ସୁପାରା ବିଧାନସଭା ଆସନରୁ ଶିବସେନା ଟିକେଟରେ ନିର୍ବାଚନ ଲଢ଼ିଥିଲେ ହେଁ ପରାସ୍ତ ହୋଇଥିଲେ।

Maharashtra Police Mumbai Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe