Advertisment

India-EU Trade Pact: ଇୟୁ ବସ୍‌ଙ୍କ ଗୋଆ ଲିଙ୍କ୍‌, ଦେଖାଇଲେ OCI କାର୍ଡ

ଆଣ୍ଟୋନିଓ କୋଷ୍ଟାଙ୍କ ବାପା ଗୋଆରେ ଜନ୍ମ ଗ୍ରହଣ କରିବା ସହ ସେଠାରେ ବଡ଼ ହୋଇଥିଲେ। ପୂର୍ବତନ ପର୍ତ୍ତୁଗିଜ କଲୋନୀ ସହ ସେ ଜଡ଼ିତ। ତାଙ୍କୁ ୧୮ ବର୍ଷ ବୟସ ହୋଇଥିବା ବେଳେ ସେ ପର୍ତ୍ତୁଗାଲକୁ ଚାଲି ଯାଇଥିଲେ।

OCI

ୟୁରୋପୀୟ ପରିଷଦର ସଭାପତି କୋଷ୍ଟା

Advertisment

ଭାରତ(India)-ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ବାଣିଜ୍ୟ ଡିଲ ଘୋଷଣା ସମୟରେ ଗୋଟିଏ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଛି। ୟୁରୋପୀୟ ପରିଷଦର ସଭାପତି ଆଣ୍ଟୋନିଓ ଲୁଇସ ସାଣ୍ଟୋସ ଡା କାଷ୍ଟୋ ଅପ୍ରତ୍ୟାଶିତ ଭାବେ ଦେଖାଇଛନ୍ତି ନିଜର OCI କାର୍ଡ। ଏଥିସହ ଭାରତ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି।

Advertisment

କୋଷ୍ଟା ନିଜର ଗୋଆ ଲିଙ୍କ କଥା କହିବା ସମୟରେ ମଞ୍ଚରେ ଉପସ୍ଥିତ ଥିବା ପ୍ରଧାମନନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇୟୁ ସଭାପତି ଉର୍ସୁଲା ଭନ ଡେର ଲିୟିନ ମଧ୍ୟ ସ୍ମିତ ହାସ୍ୟ ଦେଇଛନ୍ତି। ଆଣ୍ଟୋନିଓ କୋଷ୍ଟାଙ୍କ ବାପା ଗୋଆରେ ଜନ୍ମ ଗ୍ରହଣ କରିବା ସହ ସେଠାରେ ବଡ଼ ହୋଇଥିଲେ। ପୂର୍ବତନ ପର୍ତ୍ତୁଗିଜ କଲୋନୀ ସହ ସେ ଜଡ଼ିତ। ତାଙ୍କୁ ୧୮ ବର୍ଷ ବୟସ ହୋଇଥିବା ବେଳେ ସେ ପର୍ତ୍ତୁଗାଲକୁ ଚାଲି ଯାଇଥିଲେ। ପିଲାବେଳେ କୋଷ୍ଟାଙ୍କୁ ବାବୁଶ ମଧ୍ୟ ଡକା ଯାଉଥିଲା। ଏହା କୋଙ୍କଣିର ଗୋଟିଏ ଲୋକପ୍ରିୟ ଡାକନାମ। 

କୋଷ୍ଟା କହିଛନ୍ତି, “ମୁଁ ୟୁରୋପୀୟ ପରିଷଦର ସଭାପତି। କିନ୍ତୁ ମୁଁ ବିଦେଶରେ ରହୁଥିବା ଭାରତୀୟ ନାଗରିକ ମଧ୍ୟ।” ଏହି ସମୟରେ ସେ ବିଦେଶରେ ରହୁଥିବା ଭାରତୀୟ ନାଗରିକଙ୍କୁ ମିଳୁଥିବା OCI କାର୍ଡ ଦେଖାଇଥିଲେ। ଏଥିସହ ବେଶ ଭାବବିହ୍ୱଳ ହୋଇଯାଇଥିଲେ। ଏହାପରେ ସେ ନିଜର ଗୋଆ ଲିଙ୍କ ସହ କହି ସମସ୍ତଙ୍କୁ ଚକିତ କରିଥିଲେ। 

Advertisment

ସେ କହିଛନ୍ତି, “ଆପଣମାନେ ବିଶ୍ୱାସ କରନ୍ତୁ ଯେ ଏହା ମୋ ପାଇଁ ଗୋଟିଏ ସ୍ୱତନ୍ତ୍ର ମୂଲ୍ୟ ବହନ କରେ। ମୋର ଗୋଆ ମୂଳ ପାଇଁ ମୁଁ ବେଶ ଗର୍ବିତ। ଗୋଆରୁ ମୋ ପରିବାର ଆସିଥିଲେ। ୟୁରୋପ ଓ ଭାରତ ମଧ୍ୟରେ ସହଭାଗିତା ମୋ ପାଇଁ ବେଶ ବ୍ୟକ୍ତିଗତ।” କୋଷ୍ଟା ୨୦୧୫ରୁ ୨୦୨୪ ଯାଏ ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏବେ ସେ ୟୁରୋପୀୟ ପରିଷଦର ସଭାପତି ଭାବେ କାର୍ଯ୍ୟ କରୁଛନ୍ତି। 

ଆଣ୍ଟୋନିଓ କୋଷ୍ଟାଙ୍କ ଗୋଆ ଲିଙ୍କ

କୋଷ୍ଟାଙ୍କ ଭାରତ ଗସ୍ତ ପୁଣିଥରେ ତାଙ୍କର ପିଲା ବେଳର ସ୍ମୃତିକୁ ତାଜା କରିଛି। ୨୦୧୭ରେ ସେ ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ଭାବେ ଭାରତ ଗସ୍ତ କରିଥିଲେ। ସେ ତାଙ୍କ ବାପା ତଥା କବି ଓର୍ଲାଣ୍ଡୋ କୋଷ୍ଟାଙ୍କ ଇଂରାଜୀ ଅନୁବାଦ ଲେଖନୀକୁ ଉନ୍ମୋଚନ କରିବାକୁ ଭାରତକୁ ଆସିଥିଲେ। ୧୯୬୧ରେ ଲିସବନରେ ଜନ୍ମ ଗ୍ରହଣ କରିଥିବା କୋଷ୍ଟା ନିଜର କିଶୋର ଅବସ୍ଥାରେ ବାପା ମା’ଙ୍କ ସହ ଗୋଆ ବୁଲିବାକୁ ପ୍ରଥମଥର ଆସିଥିଲେ।

କୋଷ୍ଟାଙ୍କ ଜେଜେବାପା ମାରଗାଓରେ ଜନ୍ମ କରିବା ସହ ଜୀବନର ଅଧିକାଂଶ ସମୟ ସେଠାରେ କାଟିଥିଲେ। କୋଷ୍ଟାଙ୍କ ବାପା ଓର୍ଲାଣ୍ଡୋ ହେଉଛନ୍ତି ଜଣେ ଲେଖକ। ତାଙ୍କ ଲେଖାଓରେ ଗୋଆର ଛାପ ରହିଛି। ସେ ରବୀନ୍ଦ୍ରନାଥ ଟାଗୋରଙ୍କ ଉପରେ ମଧ୍ୟ ଲେଖିଥିଲେ। 

କୋଷ୍ଟା କହିଛନ୍ତି, “ମୋ ବାପା ଲିସବନ ଚାଲି ଯାଇଥିଲେ। କିନ୍ତୁ ସେ କେବେ ହେଲେ ଗୋଆକୁ ଭୁଲି ନଥିଲେ। ତାଙ୍କ କାମରେ ସବୁବେଳେ ଗୋଆର ଝଲକ ରହିଥିଲା।” 

ଆବାଡେ ଫରିଆ ରୋଡରେ ଥିବା ମାରଗାଓରେ ୨୦୦ ବର୍ଷ ପୁରୁଣା କୋଷ୍ଟାଙ୍କ ପୂର୍ବପୁରୁଷଙ୍କ ଘର ଏବେ ବି ରହିଛି। ସେଠାରେ ଏବେ ତାଙ୍କ ଦୂର ସମ୍ପର୍କୀୟମାନେ ରହୁଛନ୍ତି। ୨୦୧୭ରେ କୋଷ୍ଟା ସେଠାକୁ ଯିବା ସହ ପରିବାର ଲୋକଙ୍କ ସହ କଥା ହୋଇଥିଲେ। 

India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe