Advertisment

ପୁଅର ପଦକ୍ଷେପରେ ଏକେ ଆଣ୍ଟୋନୀ ମର୍ମାହତ

ପୁଅର ପଦକ୍ଷେପ ସଂପର୍କରେ ସେ ଆଉ କିଛି କହିବାକୁ ଚାହୁଁନାହାନ୍ତି ଓ ଗଣମାଧ୍ୟମ ତାଙ୍କୁ ଏ ସଂପର୍କରେ ଆଉ ଯୋଗାଯୋଗ ନ କରୁ ବୋଲି ଅନୁରୋଧ କରିଛନ୍ତି।

author-image
Jitendra Garnayak
AK Antony

AK Antony

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନୀଙ୍କ ପୁଅ ଅନୀଲ କେ ଆଣ୍ଟୋନୀ ଗୁରୁବାର ବିଜେପିରେ ମିଶିଛନ୍ତି। ପୁଅ ଅନୀଲଙ୍କ ଏଭଳି ପଦକ୍ଷେପରେ ଖୁବ୍ ଦୁଃଖିତ ହୋଇଛନ୍ତି ଏକେ ଆଣ୍ଟୋନୀ। ଏହା ତାଙ୍କୁ ଆଶ୍ଚର୍ଯ୍ୟ କରିଛି। ଏ କଥା ସେ ଖୋଲାଖୋଲି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ତା’ ସହିତ ପୁଅ ଭୁଲ ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି।

Advertisment

୮୨ ବର୍ଷୀୟ ଏକେ ଆଣ୍ଟୋନୀ କହିଛନ୍ତି, ମୁଁ ମୋ ରାଜନୀତିକ କ୍ୟାରିୟରର ଶେଷ ସୋପାନରେ ପହଞ୍ଚିଛି। ଆଉ କେତେ ଦିନ ବଞ୍ଚିବି ଜାଣିନି। କିନ୍ତୁ ଯେତେଦିନ ପର୍ଯ୍ୟନ୍ତ ଜୀବିତ ଅଛି କଂଗ୍ରେସରେ ରହିବି।

ଏକେ ଆଣ୍ଟୋନୀ କହିଛନ୍ତି ଯେ ସେ କେବେ ବି ବିଜେପି ଓ ଆରଏସଏସର ଆଦର୍ଶକୁ ସମର୍ଥନ କରିବେ ନାହିଁ। ସାଂପ୍ରଦାୟିକ ଏଜେଣ୍ଡା ଯୋଗୁ ସେ ସବୁବେଳେ ବିଜେପି ଓ ଆରଏସଏସକୁ ବିରୋଧ କରି ଆସିଛନ୍ତି ଏବଂ ଆଗକୁ ବି ବିରୋଧ କରିବେ। ସେ କଂଗ୍ରେସର ଅନୁଗତ ହୋଇ ରହିବେ। ଇନ୍ଦିରା ଗାନ୍ଧିଙ୍କଠାରୁ ପ୍ରେରଣା ପାଇ ସେ ରାଜନୀତିରେ ଯୋଗ ଦେଇଥିଲେ। ଇନ୍ଦିରା ଗାନ୍ଧୀ ତାଙ୍କୁ ରାଜନୀତିରେ ଯୋଗଦେବାକୁ ଉତ୍ସାହିତ କରିଥିଲେ। କିନ୍ତୁ ଥରେ ଏକ ପ୍ରସଙ୍ଗରେ ସେ ଇନ୍ଦିର ଗାନ୍ଧିଙ୍କ ସହିତ ଏକମତ ନହୋଇ ଦଳଠାରୁ ଦୂରେଇ ଯାଇଥିଲେ। କିନ୍ତୁ ପରେ ପୁଣି ଦଳକୁ ଫେରିଥିଲେ ଓ ପୂର୍ବାପେକ୍ଷା ଇନ୍ଦିର ଗାନ୍ଧିଙ୍କୁ ଆହୁରି ଅଧିକ ସମ୍ମାନ ଦେଇଥିଲେ। ଏହା ସହିତ ପୁଅର ପଦକ୍ଷେପ ସଂପର୍କରେ ସେ ଆଉ କିଛି କହିବାକୁ ଚାହୁଁନାହାନ୍ତି ଓ ଗଣମାଧ୍ୟମ ତାଙ୍କୁ ଏ ସଂପର୍କରେ ଆଉ ଯୋଗାଯୋଗ ନ କରୁ ବୋଲି ଅନୁରୋଧ କରିଛନ୍ତି। 

Advertisment

ଅନୀଲ ଆଣ୍ଟୋନୀ କଂଗ୍ରେସରେ ଥିଲେ। ସେ ଦଳ ଡିଜିଟାଲ କ୍ୟାମ୍ପେନ ଓ ଅନ୍ୟାନ୍ୟ କାର୍ଯ୍ୟ ସହିତ ଜଡ଼ିତ ଥିଲେ। ତେବେ ଗତ ଜାନୁଆରୀରେ ସେ ଦଳରୁ ଇସ୍ତଫା ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୁଜରାଟ ଦଙ୍ଗାକୁ ନେଇ ବିବିସି ପ୍ରସ୍ତୁତ କରିଥିବା ବିବାଦୀୟ ଡକ୍ୟୁମେଣ୍ଟାରୀକୁ ସମାଲୋଚନା କରିଥିଲେ ଅନୀଲ । ଫଳରେ ତାଙ୍କୁ ନେଇ କଂଗ୍ରେସ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।

Bjp Congress AK Antony