Advertisment

ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କ ଝିଅ ସୁକନ୍ୟାଙ୍କୁ ଗିରଫ କଲା ଇଡି

ସୁକନ୍ୟା ହେଉଛନ୍ତି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଗୋଟିଏ ପ୍ରାଥମିକ ସ୍କୁଲର ଶିକ୍ଷୟିତ୍ରୀ।

TMC

TMC

Advertisment

ଗୋରୁ ଚୋରା ଚାଲାଣ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କ ଝିଅ ସୁକନ୍ୟାଙ୍କୁ ଗିରଫ କରିଛି। ଏହି ଘଟଣାରେ ଆଜି ସୁକନ୍ୟାଙ୍କୁ ଇଡି ଜେରା ପାଇଁ ଡାକିଥିଲା। ଦୀର୍ଘ ଘଣ୍ଟାର ଜେରା ପରେ ଶେଷରେ ତାଙ୍କୁ ଗିରଫ କରାଯାଇଛି।

Advertisment

ଗୋରୁ ଚୋରା ଚାଲାଣ ମାମଲାରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଯାଞ୍ଚ ବେଳେ ସୁକନ୍ୟା ଏହି ମାମଲାରେ ଜଡ଼ିତ ଥିବା ଜଣାପଡ଼ିଥିଲା। ତାଙ୍କ ନାଁରେ ବିପୁଳ ପରିମାଣର ହିସାବ ବାହାରେ ସମ୍ପତ୍ତି ଓ ବ୍ୟାଙ୍କ ଜମା ରହିଥିଲା। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଇଡି ତାଙ୍କୁ ସମନ କରିଥିଲା। ସେ ଜେରା ବେଳେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଇଡି ତାଙ୍କୁ ଗିରଫ କରିଛି।

ସୁକନ୍ୟା ହେଉଛନ୍ତି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଗୋଟିଏ ପ୍ରାଥମିକ ସ୍କୁଲର ଶିକ୍ଷୟିତ୍ରୀ। ତେବେ ତାଙ୍କ ନାଁରେ ବିପୁଳ ପରିମାଣର ସମ୍ପତ୍ତି ରହିଥିବାରୁ ଇଡି ତାଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ପ୍ରକାଶ କରିଥିଲା।

Advertisment

ଏହାପୂର୍ବରୁ ମଧ୍ୟ ତାଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଜେରା ପାଇଁ ସମନ କରିଥିଲେ ମଧ୍ୟ ସେ ହାଜର ହୋଇ ନଥିଲେ। ହେଲେ ଏଥର ସେ ହାଜର ହେବା ପରେ ତାଙ୍କୁ ଗିରଫ କରାଯାଇଛି।

ସୁକନ୍ୟାଙ୍କ ବାପା ଟିଏମସିର ବୀରଭୂମି ଜିଲ୍ଲା ସଭାପତି ଭାବେ କାମ କରୁଥିଲେ। ତାଙ୍କୁ ଗୋରୁ ଚୋରା ଚାଲାଣ ମାମଲାରେ ଇଡି ୨୦୨୨ ନଭେମ୍ବର ୧୭ରେ ଗିରଫ କରିଥିଲା। ଏହାପୂର୍ବରୁ ସମାନ ମାମଲାରେ ସିବିଆଇ ଅନୁବ୍ରତଙ୍କୁ ଗିରଫ କରିଥିଲା।

ED Raid TMC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe