Rupali Ganguly Join BJP
ଅଭିନେତ୍ରୀ ପାଲଟିଲେ ରାଜନେତ୍ରୀ। ଲୋକପ୍ରିୟ ଟିଭି ସିରିଏଲ୍ 'ଅନୁପମା' ଫେମ୍ ରୁପାଲି ଗାଙ୍ଗୁଲି ଅଭିନୟ ଜଗତରେ ନିଜର ଦମ୍ଦାର ପ୍ରଦର୍ଶନ ଦେଖାଇବା ପରେ ଏବେ ସେ ରାଜନୀତିରେ ଏଣ୍ଟ୍ରି କରିଛନ୍ତି। ସେ ବିଧିବଦ୍ଧ ଭାବେ ଆଜି ବିଜେପିରେ ସାମିଲ ହୋଇଛନ୍ତି।
ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ବିନୋଦ ତାଓ୍ୱଡେ ଓ ଅନୀଲ ବଲୁନିଙ୍କ ଉପସ୍ଥିତିରେ ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ଆଜି ବଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ତାଙ୍କ ସହ ଫିଲ୍ମ ନିର୍ଦ୍ଦେଶକ ଅମୟ ଯୋଶୀ ମଧ୍ୟ ବିଜେପିରେ ମିଶିଛନ୍ତି। ଅମୟ ଜଣେ ମରାଠି ଫିଲ୍ମର ନିର୍ଦ୍ଦେଶକ ଅଟନ୍ତି।
ବିଜେପିରେ ସାମିଲ ହେବା ପରେ ଅଭିନେତ୍ରୀ ରୁପାଲି କହିଛନ୍ତି, 'ଯେତେବେଳେ ମୁଁ ବିକାଶର ଏହି ମହାଯଜ୍ଞକୁ ଦେଖିଲି, ସେତେବେଳେ ମୁଁ ଅନୁଭବ କଲି ଯେ ମୁଁ ମଧ୍ୟ ଏଥିରେ ଭାଗ ନେବା ଉଚିତ୍। ମୋତେ ଆପଣ ସମସ୍ତଙ୍କର ଆଶୀର୍ବାଦ ଏବଂ ସମର୍ଥନ ଆବଶ୍ୟକ। ମୁଁ ଯାହା ବି କରିବି ତାହା ଠିକ୍ ଏବଂ ଭଲ ହେବା ଉଚିତ୍।'
ବର୍ତ୍ତମାନ ଅଭିନେତ୍ରୀ ରୁପାଲି ଟିଭି ଇଣ୍ଡିଷ୍ଟ୍ରିରେ ସିରିଏଲ୍ ଅନୁପମା ଜରିଆରେ ରାଜ କରୁଛନ୍ତି। ସେ ଟିଭି ଇଣ୍ଡଷ୍ଟ୍ରିର ସବୁଠାରୁ ଟପ୍ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସେ ଏହି ସିରିଏଲ୍ ମୁଖ୍ୟ ଚରିତ୍ର ଅନୁପମା ଭୂମିକାରେ ଅଭିନୟ କରୁଛନ୍ତି। ତାଙ୍କର ଏହି ଭୂମିକାକୁ ପ୍ରଶଂସକମାନେ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି। ଏହି ସିରିଏଲ୍ ଜରିଆରେ ରୁପାଲିଙ୍କ ଲୋକପ୍ରିୟତା ଢ଼େର ବଢ଼ି ଯାଇଛି। ତାଙ୍କୁ ୨.୯ ମିଲିୟନ ଅର୍ଥାତ୍ ଇନଷ୍ଟାଗ୍ରାମରେ ୨୦ଲକ୍ଷରୁ ଅଧିକ ଲୋକ ଫଲୋ କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1714547948.jpg)