Advertisment

ରେସଲରଙ୍କୁ ଆଲୋଚନା ନିମନ୍ତେ ନିମନ୍ତ୍ରଣ କଲେ କ୍ରୀଡ଼ା ମନ୍ତ୍ରୀ, କହିଲେ- ଖେଳ ଓ ଖେଳାଳି ପ୍ରାଥମିକତା

ଦେଶର ଷ୍ଟାର ରେସଲରଙ୍କୁ ଆଲୋଚନା ନିମନ୍ତେ ନିମନ୍ତ୍ରଣ କରିଛନ୍ତି କେନ୍ଦ୍ରୀୟ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର। ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ରେସଲରମାନେ ଆଣିଥିବା ସମସ୍ତ ଅଭିଯୋଗର ନିରପେକ୍ଷ ଯାଞ୍ଚ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ଅଦ୍ୟତନ ହୋଇଛି
Sports Minister & Wrestlers

Sports Minister & Wrestlers

Advertisment

ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ମାସ ମାସ ଧରି ଆନ୍ଦୋଳନ କରୁଥିବା ଦେଶର ଷ୍ଟାର ରେସଲରଙ୍କୁ ଆଲୋଚନା ନିମନ୍ତେ  ନିମନ୍ତ୍ରଣ କରିଛନ୍ତି କେନ୍ଦ୍ରୀୟ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର। ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ରେସଲରମାନେ ଆଣିଥିବା ସମସ୍ତ ଅଭିଯୋଗର ନିରପେକ୍ଷ ଯାଞ୍ଚ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ରେସଲରମାନେ ମଧ୍ୟ ଏହି ଆଲୋଚନା ପାଇଁ ପ୍ରସ୍ତୁତ ଥିବା ଜଣାଯାଇଛି। 

Advertisment

ଗତ ଶନିବାର ବିଳମ୍ବିତ ରାତିରେ ସାକ୍ଷୀ ମଲିକ, ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟ ପ୍ରମୁଖ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଦୀର୍ଘ ସମୟ ଆଲୋଚନା କରିଥିଲେ। ଏହାପରେ ଦିଲ୍ଲୀ ପୁଲିସ୍‌ ଗତକାଲି ବ୍ରିଜ ଭୂଷଣଙ୍କ ଉତ୍ତରପ୍ରଦେଶ ଘରେ ପହଞ୍ଚି ତନାଘନା କରିଥିବା ବେଳେ ଏହାପରେ କ୍ରୀଡ଼ା ମନ୍ତ୍ରୀ ସେମାନଙ୍କୁ ଆଲୋଚନା ନିମନ୍ତେ ଆମନ୍ତ୍ରୀତ କରିବା ପଛରେ କ’ଣ ରହସ୍ୟ ରହିଛି ତାହା ସହଜେ ବୁଝାପଡ଼ୁନି।

ମନ୍ତ୍ରୀ ଠାକୁର ଗତକାଲି ଟ୍ୱିଟ କରି ଖେଳ ଓ ଖେଳାଳି ସବୁବେଳେ ଆମ ପ୍ରାଥମିକତା । ଏହି ଘଟଣାର ତଦନ୍ତ ନିମନ୍ତେ ସରକାର ପୂର୍ବରୁ ଏକ କମିଟି ଗଠନ କରି ସାରିଛନ୍ତି। ଏନେଇ ଏଫଆଇଆର ରୁଜୁ ହୋଇଥିବା ବେଳେ ଏହାର ନିରପେକ୍ଷ ତଦନ୍ତ ଚାଲିଥିବା କହିଛନ୍ତି। ରେସଲରମାନେ କ୍ରୀଡ଼ା ମନ୍ତ୍ରୀଙ୍କ ସହ ଆଲୋଚନା ନିମନ୍ତେ ସମ୍ମତି ଜଣାଇଥିବା ବେଳେ ଏଥିନିମନ୍ତେ ସମୟ ଓ ସ୍ଥାନ ସ୍ଥିର ହୋଇ ନ ଥିବା ଜଣାଯାଇଛି। 

Advertisment

ଦିଲ୍ଲୀ ପୁଲିସ୍‌ ମଧ୍ୟ ଏହି ମାମଲାରେ ତତ୍ପରତା ପ୍ରକାଶ କରି ଯାଞ୍ଚକୁ ତ୍ୱରାନ୍ୱିତ କରିଛି। ଦିଲ୍ଲୀ ପୁଲିସ୍‌ର ଏକ ଟିମ୍‌ ବ୍ରିଜ ଭୂଷଣଙ୍କ ଉତ୍ତରପ୍ରଦେଶସ୍ଥିତ ଘରେ ପହଞ୍ଚି ତନାଘନା କରିବା ସହ ତାଙ୍କ ସମ୍ପର୍କୀୟଙ୍କୁ ପଚରାଉଚରା କରିଛନ୍ତି।

ଏପ୍ରିଲ ୨୮ରେ ବ୍ରିଜ ଭୂଷଣଙ୍କ ବିରୋଧରେ ୨ଟି ମାମଲା ରୁଜୁ ହୋଇ ଥିବା ବେଳେ ଏଯାଏ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ରେସଲରମାନେ ଅଭିଯୋଗ କରିଛନ୍ତି।  ଏପରିକି ନିଜକୁ ଅସହାୟ ମନେ କରି ସେମାନେ  ଗଙ୍ଗା ନଦୀରେ ମେଡାଲ ଭସାଇ ଦେବାକୁ ଧମକ ଦେଇଥିଲେ।  ଏହାପରେ ଖାପ୍‌ ପଞ୍ଚାୟତ ଓ ବହୁ ଚାଷୀ ସଙ୍ଗଠନ ଦେଶର ଷ୍ଟାର ରେସଲରଙ୍କ ସପକ୍ଷରେ ବାହାରି ସେମାନଙ୍କୁ ନ୍ୟାୟ ନ ମିଳିବା ଯାଏ ଲଢ଼େଇ କରିବେ ଘୋଷଣା କରିଛନ୍ତି।  

Protest Indian Wrestler
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe