Advertisment

ମିସରୁ ହେଲେ ମିଷ୍ଟର୍, ବଦଳିଲା IRS ଅଧିକାରୀଙ୍କ ନଥିପତ୍ର

ଭାରତୀୟ ପ୍ରଶାସନିକ ସେବା ଇତିହାସରେ ପ୍ରଥମ କରି ଏପରି ପରିବର୍ତ୍ତନ କରାଯାଇଛି।

ଅଦ୍ୟତନ ହୋଇଛି
IRS Officer

IRS Officer

Advertisment

ଭାରତୀୟ ପ୍ରଶାସନିକ ସେବା ଇତିହାସରେ ପ୍ରଥମ କରି ଏକ ମାମଲା ସାମ୍ନାକୁ ଆସିଛି। ରେକର୍ଡ ପତ୍ରରେ ଜଣେ ବରିଷ୍ଠ ଅଧିକାରୀଙ୍କ ନାମ ଓ ଲିଙ୍ଗ ପରିବର୍ତ୍ତନ କରାଯାଇଛି। ଭାରତୀୟ ରାଜସ୍ୱ ସେବା (IRS)ର ଜଣେ ବରିଷ୍ଠ ଅଧିକାରୀ ନାମ ଏବଂ ଲିଙ୍ଗ ପରିବର୍ତ୍ତନ ପାଇ କରିଥିବା ଆବେଦନକୁ ଅନୁମୋଦନ ଦେଇଛନ୍ତି ଅର୍ଥ ମନ୍ତ୍ରଣାଳୟ। 

Advertisment

ଖବର ମୁତାବକ IRS ଅଧିକାରୀ ଏମ ଅନୁସୂୟା ବର୍ତ୍ତମାନ ହାଇଦ୍ରାବାଦର କଷ୍ଟମ୍ସ ଏକ୍ସାଇଜ୍ ଏବଂ ସର୍ଭିସ ଟ୍ୟାକ୍ସ ଆପିଲେଟ ଟ୍ରିବ୍ୟୁନାଲରେ ଯୁଗ୍ମ କମିଶନର ଭାବରେ ନିଯୁକ୍ତ ହୋଇଛନ୍ତି। ସେ ତାଙ୍କ ନାମ ଅନୁସୂୟା ପରିବର୍ତ୍ତେ ଅନୁକଥିର ସୂର୍ଯ୍ୟ ଏବଂ ଲିଙ୍ଗ ମହିଳା ପରିବର୍ତ୍ତେ ପୁରୁଷ କରିବାକୁ ଏକ ଆବେଦନ କରିଥିଲେ।  

ଏହାକୁ ବିଚାରକୁ ନେଇ ତାଙ୍କୁ ଅନୁମୋଦନ ଦିଆ ଯାଇଥିବା ଅର୍ଥ ମନ୍ତ୍ରଣାଳୟ କହିଛି। ବର୍ତ୍ତମାନଠାରୁ ଏହି ଅଧିକାରୀଙ୍କୁ ସମସ୍ତ ସରକାରୀ ରେକର୍ଡରେ ମିଷ୍ଟର୍ ଏମ ଅନୁକଥୀର ସୂର୍ଯ୍ୟ ମାନ୍ୟତା ଦିଆଯିବ ବୋଲି ଆୟକର ବିଭାଗ ସୂତ୍ରରୁ ପ୍ରକାଶ ପାଇଛି।

Advertisment

ଲିଙ୍କଡଇନ୍ ପ୍ରୋଫାଇଲରେ ଉଲ୍ଲେଖ ହୋଇଥିବା ତଥ୍ୟ ଅନୁସାରେ, 35 ବର୍ଷୀୟ IRS ଅଧିକାରୀ ଅନୁକଥୀର 2013ରେ ଚେନ୍ନାଇରେ ଆସିଷ୍ଟାଣ୍ଟ କମିଶନର ଭାବରେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ 2018ରେ ଡେପୁଟି କମିଶନର୍ ପଦବୀକୁ ଉନ୍ନୀତ ହୋଇଥିଲେ। 

IRS Officer Name And Gender Change
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe