Advertisment

ଆତଙ୍କବାଦ ଓ ଯୁଦ୍ଧକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ପାକିସ୍ତାନ ସେନା ଆତଙ୍କୀ ଆଡ୍ଡାରେ ହୋଇଥିବା ଆକ୍ରମଣର ବଦଲା ନେବାକୁ ଭାରତ ଉପରେ ହମଲା କରି ସ୍ଥିତିକୁ ଉତ୍ତେଜନାପୂର୍ଣ୍ଣ କରିଛି।

Pak

Pak

Advertisment

ପାକିସ୍ତାନ ସହ ବିବାଦ ଚରମସୀମାରେ ପହଞ୍ଚିଥିବା ବେଳେ ଆତଙ୍କବାଦ ଓ ଆତଙ୍କୀ କାର୍ଯ୍ୟକଳାପ ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏଣିକି ଭାରତ ବିରୋଧରେ ଯେକୌଣସି ଆତଙ୍କବାଦ କାର୍ଯ୍ୟକଳାକୁ ଯୁଦ୍ଧ ଭାବେ ବିବେଚନା କରାଯିବ। ଆତଙ୍କୀ କାର୍ଯ୍ୟକଳାପ ଭାରତ ବିରୋଧରେ ଏକ ପ୍ରକାରର ଯୁଦ୍ଧ ଭାବେ ଗଣାଯିବ। ଏହାର ଜବାବ ମଧ୍ୟ ସେହି ଅନୁସାରେ ହେବ। ଏହାର ଜବାବରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭାରତ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Advertisment

ଭାରତର ସରକାରଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ଏବେ ଠାରୁ ଆତଙ୍କବାଦ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ। ଭବିଷ୍ୟତରେ ଯେକୌଣସି ଆତଙ୍କବାଦ ଗତିବିଧିକୁ ଭାରତ ବିରୋଧରେ ଯୁଦ୍ଧ ବୋଲି ବିବେଚନା କରାଯିବ। ଏହାର ଜବାବ ସେହି ଅନୁସାରେ ଦିଆଯିବ।

ଭାରତରେ ବୋମା ବିସ୍ଫୋରଣ, ଗୁଳି ମାଡ଼, ବିମାନ ଅପହରଣ, ସାଇବର ଆଟାକ ଓ କେମିକାଲ ଆଟାକ ଆଦି ଆତଙ୍କବାଦ ଯୁଦ୍ଧ ବୋଲି ଧରାପଯିବ। ସରକାରୀ ପ୍ରତିଷ୍ଠାନ, ସାମରିକ କ୍ୟାମ ଓ ଅନୁଷ୍ଠାନକୁ ଆକ୍ରମଣ ଆଦି ମଧ୍ୟ ଆତଙ୍କବାଦ କାର୍ଯ୍ୟକଳାପ ଶ୍ରେଣୀରେ ଆସିବ।

Advertisment

ବିଗତ ୩ ଦିନ ହେଲାଣି ପାକିସ୍ତାନ ପକ୍ଷରୁ ଭାରତର ସାମରିକ ଘାଟି ଓ ଜନବସତିକୁ ଟାର୍ଗେଟ କରି ଡ୍ରୋନ ଓ ମିସାଇଲ ମାଡ଼ କରାଯାଉଥିବା ବେଳେ ଭାରତ ସରକାର ଏପରି ଏକ ନିଷ୍ପତ୍ତି ନେଇଛି। ଭାରତ ଦୀର୍ଘ ବର୍ଷ ହେଲାଣି ସୀମା ପାର ଆତଙ୍କବାଦର ଶିକାର ହୋଇ ଆସୁଛି। ନିକଟରେ ଏହାର ଜ୍ୱଳନ୍ତ ଉଦାହରଣ କଶ୍ମୀରର ପହଲଗାମରେ ଦେଖିବାକୁ ମିଳିଥିଲା। ଏଠାରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଭାରତର ୨୬ ଜଣ ନିରୀହ ଲୋଙ୍କୁ ଗୁଳି କରି ହତ୍ୟା କରିଥିଲେ।

ଏହାର ଜବାବରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ୯ଟି ଆତଙ୍କୀ ଆଡ୍ଡା ଉପରେ ମିସାଇଲ ମାଡ଼ କରିଥିଲା। ଭାରତୀୟ ସେନା ପକ୍ଷରୁ ପାକିସ୍ତାନର ସାମରିକ ପ୍ରତିଷ୍ଠାନକୁ ଆଦୌ ଟାର୍ଗେଟ କରି ନଥିଲା। ହେଲେ ପାକିସ୍ତାନ ସେନା ଆତଙ୍କୀ ଆଡ୍ଡାରେ ହୋଇଥିବା ଆକ୍ରମଣର ବଦଲା ନେବାକୁ ଭାରତ ଉପରେ ହମଲା କରି ସ୍ଥିତିକୁ ଉତ୍ତେଜନାପୂର୍ଣ୍ଣ କରିଛି।

ଏଥିରୁ ପାକିସ୍ତାନ ସେନା ସମର୍ଥନରେ ଆତଙ୍କବାଦୀମାନେ ଭାରତରେ ହମଲା କରୁଥିବା ପ୍ରମାଣିତ ହୋଇଛି। ପାକିସ୍ତାନ ସରକାର ଓ ସେନା ସେମାନଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦେଉଥିବା ସ୍ପଷ୍ଟ ଭାବେ ସାମ୍ନାକୁ ଆସିଛି। ଖାସ ସେଥିପାଇଁ ଭାରତ ଆତଙ୍କୀ ଆଡ୍ଡା ଧ୍ୱଂସ କରିଥିବାରୁ ପାକିସ୍ତାନ ସେନା ପ୍ରତିଶୋଧ ନେବାକୁ ଭାରତକୁ ଟାର୍ଗେଟ କରୁଛି।

ଭାରତୀୟ ସେନା ଓ ଗୁଇନ୍ଦା ସଂସ୍ଥା ଜାଣିବାକୁ ପାଇଛି ଯେ ପାକିସ୍ତାନ ଆର୍ମି ବିଶେଷ କରି ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସବୁବେଳେ ପିଓକରେ ଆତଙ୍କବାଦୀଙ୍କୁ ସବୁ ପ୍ରକାରର ସହାୟତା କରୁଛି। ସେମାନଙ୍କ ଟ୍ରେନିଂ ଠାରୁ ପାଣ୍ଠି ଯୋଗାଣ ଦାୟିତ୍ୱ ଆଇଏସଆଇ ବୁଝୁଛି। ଭାରତ ଆକ୍ରମଣରୁ ବର୍ତ୍ତିବା ପାଇଁ ଆତଙ୍କବାଦୀମାନେ ପାକିସ୍ତାନ ସେନାର ଭିତ୍ତିଭୂମିକୁ ମଧ୍ୟ ବ୍ୟବହାର କରୁଥିବାର ନଜିର ରହିଛି।

କିନ୍ତୁ ଏଣିକି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ଯଦି ଭାରତରେ ହମଲା କରିବେ କିମ୍ବା ଭାରତକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେ, ତା’ହେଲେ ଏହାକୁ ଯୁଦ୍ଧ ଭାବେ ବିବେଚନା କରାଯିବ।

Terror Attack Jammu Kashmir Pahalgam Operation Sindoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe