Advertisment

ଚାଷ ଜମିରେ ଓହ୍ଲାଇଲା ହେଲିକପ୍ଟର, ଦେଖିବାକୁ ଜମିଲା ଭିଡ଼

ଯାନ୍ତ୍ରୀକ ତ୍ରୁଟି ଯୋଗୁ ପାଇଲଟଜଣକ ହେଲିକପ୍ଟରର ଜରୁରୀ ଅବତରଣ କରିଥିବା ବେଳେ ଏଥିଯୋଗୁ ଏକ ବଡ଼ ଅଘଟଣ ଟଳି ଯାଇଥିବା ଜଣାଯାଇଛି। ଏଥିରେ କେହି ଆହତ କିମ୍ବା ମୃତାହତ ହୋଇ ନାହାନ୍ତି।

 Apache Helicopter

Apache Helicopter

Advertisment

ଚାଷ ଜମିରେ ଜରୁରୀ ଅବତରଣ କଲା ଆପାଚେ ହେଲିକପ୍ଟର। ଯାନ୍ତ୍ରୀକ ତ୍ରୁଟି ଯୋଗୁ ପାଇଲଟଜଣକ ହେଲିକପ୍ଟରର ଜରୁରୀ ଅବତରଣ କରିଥିବା ବେଳେ ଏଥିଯୋଗୁ ଏକ ବଡ଼ ଅଘଟଣ ଟଳି ଯାଇଥିବା ଜଣାଯାଇଛି। ଏଥିରେ କେହି ଆହତ କିମ୍ବା ମୃତାହତ ହୋଇ ନାହାନ୍ତି। ଏପରି ଏ ଘଟଣା ଆଜି ମଧ୍ୟପ୍ରଦେଶ ଭିଣ୍ଡ ଅଞ୍ଚଳରେ ଘଟିଛି।

Advertisment

ମଧ୍ୟପ୍ରଦେଶ ଭିଣ୍ଡ ଅଞ୍ଚଳ ଆକାଶରେ ଆଜି ସକାଳେ ଏକ ଆପାଚେ ହେଲିକପ୍ଟର ଟିନ ଟ୍ରେନିଂରେ ଉଡ଼ୁଥିଲା। ଇତି ମଧ୍ୟରେ ପାଇଲଟଜଣକ ହେଲିକପ୍ଟରରେ ଯାନ୍ତ୍ରୀକ ତ୍ରୁଟି ଥିବା ଜାଣି ପାରିଥିଲେ। ଏହାପରେ ସେ ସକାଳ ୮ଟା୪୫ରେ ତୁରନ୍ତ ଏକ ଚାଷ ଜମିରେ ହେଲିକପ୍ଟରର ଜରୁରୀ ଅବତରଣ କରିଥିଲେ। ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ନିଶ୍ଚିତ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି । କ୍ରିଓରେ ଥିବା ସମସ୍ତେ ସୁସ୍ଥ ଅଛନ୍ତି।

ଖବର ପାଇ ରେସକ୍ୟୁ ଅପରେସନ ନିମନ୍ତେ ଘଟଣାସ୍ଥଳକୁ ଆଉ ଏକ ହେଲିକପ୍ଟର ପଠା ଯାଇଥିବା ବାୟୁସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଜମିରେ ଛିଡ଼ା ହୋଇଥିବା ହେଲିକପ୍ଟରକୁ ଦେଖିବାକୁ ବହୁ ଲୋକ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି।

Advertisment
Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe