Advertisment

ହ୍ୟାକ୍‌ ଆଲର୍ଟ ଆସିବା ପରେ ସଫେଇ ଦେଲେ ସରକାର

କଂଗ୍ରେସ ନେତା ରାହୁଲ ଗାନ୍ଧି, ଶଶି ଥରୁର, ଶିବସେନା ସାଂସଦ ପ୍ରିୟଙ୍କା ଚର୍ତୁବେଦୀ, ମହୁଆ ମୋଇତ୍ରା ଓ ଏଆଇଏମ୍‌ଆଇଏମ୍‌ ନେତା ଅସଦୁଦ୍ଦିନ ଓଓ୍ୱେସିଙ୍କ ସମେତ ଅନେକ ବିରୋଧୀ ସାଂସଦଙ୍କ ମୋବାଇଲ୍‌ ହ୍ୟାକ୍ ଅଲର୍ଟ ଆସିଥିଲା।

author-image
Madhupriya Mistry
undefined

Ashwini Vaishnaw

ହଠାତ୍‌ ଥରି ଉଠିଲା ଫୋନ୍। କିଛି ନିର୍ଦ୍ଧିଷ୍ଟ ଲୋକଙ୍କ ଆଇ ଫୋନ୍‌କୁ ଆସିଲା ହ୍ୟାକ୍‌ ଆଲର୍ଟ। କଂଗ୍ରେସ ନେତା ରାହୁଲ ଗାନ୍ଧି, ଶଶି ଥରୁର, ଶିବସେନା ସାଂସଦ ପ୍ରିୟଙ୍କା ଚର୍ତୁବେଦୀ, ମହୁଆ ମୋଇତ୍ରା ଓ ଏଆଇଏମ୍‌ଆଇଏମ୍‌ ନେତା ଅସଦୁଦ୍ଦିନ ଓଓ୍ୱେସିଙ୍କ ସମେତ ଅନେକ ବିରୋଧୀ ସାଂସଦଙ୍କ ମୋବାଇଲ୍‌ ହ୍ୟାକ୍ ଅଲର୍ଟ ଆସିଥିଲା। ଏହାପରେ ସେମାନଙ୍କ ଫୋନ୍‌କୁ ମୋଦି ସରକାର ହ୍ୟାକ୍‌ କରି ନେଇଥିବା ଅଭିଯୋଗ ଆଣିଥିଲେ। ଏବେ ଏହା ଉପରେ ସଫେଇ ଦେଇଛନ୍ତି ସରକାର।

Advertisment

ଆଜି କିଛି ଲୋକେ ଆପଲ୍‌ରୁ ଆଲର୍ଟ ମେସେଜ ପାଇଛନ୍ତି। କେନ୍ଦ୍ର ସରକାର ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଗୁରୁତର ସହ ନେଇଛନ୍ତି। ଏହା ପଛର ମୁଖ୍ୟ କାରଣ କ'ଣ ରହିଛି ତାର ତଦନ୍ତ କରାଯିବ। ଆପଲକୁ ମଧ୍ୟ ତଦନ୍ତରେ ସହଯୋଗ କରିବାକୁ କୁହାଯାଇଛି। ୧୫୦ଟି ଦେଶକୁ ଏଭଳି ଆଲର୍ଟ ମେସେଜ ଯାଇଛି। ଏହା କୌଣସି ପରୀକ୍ଷାମୂଳକ ସତର୍କ ସୂଚନା ହୋଇଥାଇପାରେ ବୋଲି କେନ୍ଦ୍ର ଟେଲିକମ୍‌ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

Advertisment

ଏଥିସହ ବିରୋଧୀ ନେତାମାନେ ଆଣିଥିବା ଅଭିଯୋଗକୁ ସେ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି। ଶିବସେନା ସାଂସଦ ପ୍ରିୟଙ୍କା ଚର୍ତୁବେଦୀ ଓ ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୀବ୍ର ସମାଲୋଚକ। ଏଭଳି ସମାଲୋଚକମାନେ ବିଧ୍ୱଂସକାରୀ ରାଜନୀତୀ କରୁଛନ୍ତି। ସେମାନଙ୍କ ପାଖରେ ପ୍ରସଙ୍ଗ ନଥିଲେ, ସେମାନେ ସର୍ଭେଲାନ୍ସ ବା ହ୍ୟାକ୍‌ କଥା କହୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହେଉଥିବା ବିକାଶରୁ ଲୋକଙ୍କ ଧ୍ୟାନଚ୍ୟୁତ କରିବା ପାଇଁ ସେମାନେ ଏଭଳି ଭେଳିକି ଦେଖାଉଛନ୍ତି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ।

ସେ ଆହୁରି କହିଛନ୍ତି, ଏହା ପୂର୍ବରୁ ପେଗାସସ୍ ଗୁଇନ୍ଦାଗିରି ନେଇ ମଧ୍ୟ ଦେଶରେ ଝଡ ଦେଖିବାକୁ ମିଳିଥିଲା। ଆଜି ଅଶ୍ୱିନୀ ବୈଷ୍ଣବ ପୁଣିଥରେ ସେହି ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, ବିରୋଧୀ କିଛି ବର୍ଷ ହେଲା ଏମିତି ଅଭିଯୋଗ ଆଣୁଛନ୍ତି। ଆମେ ନ୍ୟୟପାଳିକାର ତତ୍ତ୍ୱାବଧାନରେ ତଦନ୍ତ କରିଥିଲୁ। କିନ୍ତୁ କିଛି ମିଳିଲା ନାହିଁ। ତେଣୁ କିଛି ଲୋକେ କେବଳ ମିଥ୍ୟାର ପ୍ରଚାର କରିବାକୁ ଉଦ୍ୟମ କରୁଛନ୍ତି।

ଅନ୍ୟପଟେ ହ୍ୟାକ୍‌ ଅଲର୍ଟକୁ ନେଇ ଆପଲ ମଧ୍ୟ ସ୍ପଷ୍ଟୀକରଣ ରଖିଛି। ଆପଲ୍‌ ଏଭଳି କୌଣସି ନୋଟିଫିକେସନ୍‌ ଜାରି କରିନଥିବା ସଫେଇ ଦେଇଛି। ଏଥିସହ ଆମେ କୌଣସି ନିର୍ଦ୍ଧିଷ୍ଟ ସରକାରୀ ପ୍ରାୟୋଜିତ ହ୍ୟାକର୍‌ ବିଷୟରେ କହିପାରିବୁ ନାହିଁ। ଏହା ମିଥ୍ୟା ଚେତାବନୀ ମଧ୍ୟ ହୋଇପାରେ। ଏହା ଉପରେ ଅଧିକ ତଦନ୍ତ କରିବା ଅର୍ଥ ହ୍ୟାକର୍‌ମାନଙ୍କୁ ପରୋକ୍ଷରେ ସହଯୋଗ କରିବା ସହ ସମାନ ବୋଲି କମ୍ପାନୀ କହିଛି।

Apple Ashwini Vaishnaw Hack Alert