Advertisment

Apple Watch Ultra: ଯୁବକଙ୍କ ଜୀବନ ବଞ୍ଚାଇ ଦେଲା ଆପଲ୍‌ ଘଣ୍ଟା

୨୬ ବର୍ଷୀୟ ଯୁବକ ଜଣଙ୍କ ହେଲେ କ୍ଷୀତିଜ ଜୋଡାପୀ। ସେ ଗଭୀର ପାଣିରେ ସ୍କୁବା ଡାଇଭିଂ କରୁଥିବା ବେଳେ ବିପଦର ସାମ୍ନା କରିଥିଲେ। କିନ୍ତୁ ପାଣି ଭିତରୁ ଠିକଣା ସମୟରେ ସେ ବାହାରିବାକୁ ସକ୍ଷମ ହୋଇ ନଥିଲେ। ଏହି ସମୟରେ ସେ ପିନ୍ଧିଥିବା ଆପଲ ୱାଚ ଅଲଟ୍ରା ନିଜର ଜଲୱା ଦେଖାଇଥିଲା।

author-image
Hemant Lenka
Diving

କ୍ଷୀତିଜ

ଜୀବନ ବଞ୍ଚାଇ ଦେଇଛି ସ୍ମାର୍ଟ ଡିଭାଇସ। ଜୀବନ ବଞ୍ଚାଇ ଦେଇଥିବା ସ୍ମାର୍ଟ ଡିଭାଇସଟି ହେଲା ଆପଲ ୱାଚ୍‌ ଅଲଟ୍ରା ବା ଆପଲ ଘଣ୍ଟା। ଠିକଣା ସମୟରେ ଏହି ଘଣ୍ଟାଟି ଜଣେ ୨୬ ବର୍ଷୀୟ ଯୁବକଙ୍କ ଜୀବନ ବଞ୍ଚାଇ ଦେଇଛି। ଆପଲ ଘଣ୍ଟା ପିନ୍ଧି ଥିବା ଯୁବକ ଜଣଙ୍କ ମୃତ୍ୟୁମୁଖରେ ପଡ଼ିଥିବା ବେଳେ ଏମର୍ଜେନ୍ସି ସାଇରନ୍‌ ଯୋଗୁ ସେ ବର୍ତ୍ତି ଯାଇଛନ୍ତି। 

Advertisment

ଘଣ୍ଟା ପାଇଁ ନୂଆ ଜୀବନ ପାଇଥିବା ମୁମ୍ବାଇ(Mumbai)ର ୨୬ ବର୍ଷୀୟ ଯୁବକ ଜଣଙ୍କ ଗୋଟିଏ ଇ-କମର୍ସ କମ୍ପାନୀରେ କାମ କରନ୍ତି। ସେ ଗରମରୁ ବର୍ତ୍ତିବା ପାଇଁ ପୁଡୁଚେରୀ ଉପକୂଳରେ ସ୍କୁବା ଡାଇଭିଂ କରୁଥିଲେ। ଅର୍ଥାତ ଗଭୀର ଜଳରାଶିରେ ପହଁରୁ ଥିଲେ। ଏହି ସମୟରେ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ହେଁ ଆପଲ ଘଣ୍ଟା ଯୋଗୁ ଉଦ୍ଧାର ହୋଇ ପାରିଛନ୍ତି। 

୨୬ ବର୍ଷୀୟ ଯୁବକ ଜଣଙ୍କ ହେଲେ କ୍ଷୀତିଜ ଜୋଡାପୀ। ସେ ଗଭୀର ପାଣିରେ ସ୍କୁବା ଡାଇଭିଂ କରୁଥିବା ବେଳେ ବିପଦର ସାମ୍ନା କରିଥିଲେ। କିନ୍ତୁ ପାଣି ଭିତରୁ ଠିକଣା ସମୟରେ ସେ ବାହାରିବାକୁ ସକ୍ଷମ ହୋଇ ନଥିଲେ। ଏହି ସମୟରେ ସେ ପିନ୍ଧିଥିବା ଆପଲ(Apple) ୱାଚ ଅଲଟ୍ରା ନିଜର ଜଲୱା ଦେଖାଇଥିଲା। ଏହି ଘଣ୍ଟାରେ ଥିବା ଜରୁରୀକାଳିନ ସାଇରନ ବାଜି ଉଠିଥିଲା। ଫଳରେ ତାଙ୍କ ଜୀବନ ବଞ୍ଚି ଯାଇଥିଲା। 

Advertisment

କିଛି ମାସ ତଳେ କ୍ଷୀତିଜ ବଙ୍ଗୋପସାଗରର ୩୬ ମିଟର ଗଭୀର ଜଳରାଶିରେ ଏପରି ସ୍ଥିତିର ସମ୍ମୁଖୀନ ହୋଇଥିଲେ। ହଠାତ୍‌ ତାଙ୍କ ଓଜନ ବେଲ୍ଟ ଖୋଲି ଯାଇଥିଲା। ଏଥିଯୋଗୁ ସେ ଆଉ ପହଁରିବାକୁ ସକ୍ଷମ ହୋଇ ନଥିଲେ। ବିପଦକୁ ସେ ସାମ୍ନାରୁ ଦେଖୁଥିଲେ ହେଁ ସହାୟତା ମାଗିବାକୁ ସକ୍ଷମ ହୋଇ ନଥିଲେ। ଠିକ ଏହି ସମୟରେ ତାଙ୍କ ୱାଚ୍‌ ଅଲଟ୍ରା(Apple Users)ରୁ ସାଇରନ ବାଜିବା ଆରମ୍ଭ ହୋଇଥିଲା। 

୨୦୨୦ରୁ ସ୍କୁବା ଡାଇଭିଂ କରୁଥିବା କ୍ଷୀତିଜ ଘଟଣା ସମ୍ପର୍କରେ ମନେପକାଇ କହିଛନ୍ତି ଯେ “ପାଣି ବହୁତ ଚହଲୁ ଥିବା ବେଳେ ଠିକ ଭାବେ କିଛି ଦେଖାଯାଉ ନଥିଲା। ଆମେ କେବଳ ୫ରୁ ୧୦ ମିଟର ଦୂରକୁ ଦେଖିବାକୁ ସକ୍ଷମ ହେଉଥିଲୁ। ଆମେ ୩୬ ମିଟିର ତଳେ ରହିଥିବା ବେଳେ ହଠାତ୍‌ ମୋତେ ଉପରକୁ ଉଠିବାକୁ ଧକ୍କା ଲାଗିବା ଭଳି ଅନୁଭବ ହୋଇଥିଲା।” 

ପାଣି ଏତେ ଜୋରରେ ଅସ୍ଥିର ହୋଇ ପଡ଼ିଥିଲା ଯେ କ୍ଷୀତିଜ ତାଙ୍କ ସହ କ’ଣ ଘଟୁଛି, ସେକଥା ଜାଣିବାକୁ ସକ୍ଷମ ହୋଇ ନଥିଲେ। ଏ ସମ୍ପର୍କରେ କ୍ଷୀତିଜ କହିଛନ୍ତି, “ଘଟଣାକୁ ମୁଁ ଜାଣିବା ପୂର୍ବରୁ ମୋ ଘଣ୍ଟା ବିପଦ ସଙ୍କେତ ଦେବା ଆରମ୍ଭ କରିଥିଲା। ସେ ମୋତେ ସ୍ଥିର ହେବାର ସଙ୍କେତ ଦେଇଥିଲା। ମୁଁ ଅସ୍ଥିର ହେଉଥିବାରୁ ଏହା ମୋ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଘଣ୍ଟା ବୁଝି ପାରିଥିଲା।

ତଥାପି ମୁଁ ନିଜକୁ ନିୟନ୍ତ୍ରଣ କରିପାରି ନଥିଲି। ମୁଁ ଉପରକୁ ତରବରିଆ ଭାବେ ଉଠିବାକୁ ଲାଗିଥିଲି। ସତର୍କ ସୂଚନା ପରେ ମୋ ଭିତରେ କୌଣସି ପରବର୍ତ୍ତନ ନ ହେବାରୁ ଘଣ୍ଟାଟି ତା’ର ସାଇରନକୁ ଆକ୍ଟିଭ କରିଥିଲା। ଏହି ସାଇରନ ଶବ୍ଦ ମୋ ସହ ଥିବା ପରାମର୍ଶଦାତାଙ୍କ ପାଖରେ ପହଞ୍ଚିଥିଲେ। ସେ ମୋ ଆଗରେ ଥିଲେ। ସାଇରନ ଶବ୍ଦ ଶୁଣି ସେ ପଛକୁ ଫେରିଥିଲେ। ସେ ମୋ ପାଖକୁ ଆସି ମୋତେ ଉଦ୍ଧାର କରିଥିଲେ।” 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଘଣ୍ଟାରେ ଏପରି ଏମର୍ଜେନ୍ସି ସାଇରନ ବ୍ୟବସ୍ଥା କଥା କ୍ଷୀତିଜ ପୂର୍ବରୁ ଜାଣି ନଥିଲେ। ଘଟଣା ପରେ ସେ ବେଶ ଖୁସି ହୋଇ ଆପଲ ସିଇଓ ଟିମ କୁକଙ୍କୁ ଧନ୍ୟବାଦ ଦେଇ ତାଙ୍କ ପାଖକୁ ଗୋଟିଏ ଚିଠି ଲେଖିଥିଲେ। ଏକଥା ଜାଣି କୁକ ମଧ୍ୟ ପାଲଟା ଇ-ମେଲରେ କ୍ଷୀତିଜଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

ଆପଲ ପକ୍ଷରୁ ୨୦୨୨ରେ ଏହି ଘଣ୍ଟାକୁ ଲଞ୍ଚ କରାଯାଇଥିଲା। ଏଥିରେ ଏମର୍ଜେନ୍ସି ସାଇରନ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁରକ୍ଷା ସମ୍ପର୍କିତ ବ୍ୟବସ୍ଥା ରହିଛି। 

Mumbai Apple Apple Users