Advertisment

ବିଶ୍ୱକୁ ରାଜନାଥ ସିଂହଙ୍କ ପ୍ରଶ୍ନ: କ’ଣ ପରମାଣୁ ଯୁଦ୍ଧାସ୍ତ୍ର ପାକିସ୍ତାନ ପାଖରେ ସୁରକ୍ଷିତ ?

ଇସଲାମାବାଦର ପରମାଣୁ ବ୍ଲାକମେଲକୁ ଭାରତ ଆଉ ସହ୍ୟ କରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୟାନ ଦେବା ପରେ ରାଜନାଥ ଏପରି ପ୍ରଶ୍ନ ଉଠାଇଛନ୍ତି।

ଅଦ୍ୟତନ ହୋଇଛି
Rajnath

Rajnath

Advertisment

ଆଣବିକ ଯୁଦ୍ଧାସ୍ତ୍ରର ପରିଚାଳନାରେ ପାକିସ୍ତାନର ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଇସଲାମାବାଦର ପରମାଣୁ ବ୍ଲାକମେଲକୁ ଭାରତ ଆଉ ସହ୍ୟ କରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୟାନ ଦେବା ପରେ ରାଜନାଥ ଏପରି ପ୍ରଶ୍ନ ଉଠାଇଛନ୍ତି। ଏଥିସହ ଅନ୍ତର୍ଜାତୀୟ ସମୂହ ପାକିସ୍ତାନର ପରମାଣୁ ଯୁଦ୍ଧାସ୍ତ୍ର ପରିଚାଳନା ଉପରେ ନଜର ରଖୁ ବୋଲି ଶ୍ରୀ ସିଂହ ଆହ୍ୱାନ ଦେଇଛନ୍ତି।

Advertisment

ଅପରେସନ ସିନ୍ଦୂର ପରେ ଯବାନଙ୍କୁ ଏଲଓସିରେ ଭେଟିଥିବା ଶ୍ରୀ ସିଂହ କହିଛନ୍ତି, “ପୂରା ବିଶ୍ୱ ଜାଣିଛି ଯେ ଟାର୍ଗେଟକୁ ହିଟ କରିବା ବେଳେ ଆମ ସେନାର ଲକ୍ଷ୍ୟ ବେଶ ସଠିକ ଓ ସ୍ପଷ୍ଟ। ସେମାନେ କ୍ଷୟକ୍ଷତିର ଗଣତି କଥା ଶତ୍ରୁ ପକ୍ଷ ଉପରେ ଛାଡ଼ି ଦିଅନ୍ତି। ଆତଙ୍କବାଦ ବିରୋଧରେ ଭାରତର ପ୍ରତିଜ୍ଞା କ’ଣ, ସେକଥା ସମସ୍ତେ ଜାଣିବାକୁ ପାଇଛନ୍ତି। ଆମେ ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ବେଳେ ଆଣବିକ ବ୍ଲାକମେଲକୁ ମଧ୍ୟ ଖାତିର କରି ନଥାଉ।

ଭାରତକୁ ଅପରିପକ୍ୱ ପାକିସ୍ତାନ କେମିତି ଦାୟିତ୍ୱହୀନ ଭାବେ ଧମକ ଦେଉଛି, ସେକଥା ପୂରା ବିଶ୍ୱ ଦେଖୁଛି। ଆଜି ଶ୍ରୀନଗର ମାଟିରୁ ମୁଁ ପ୍ରଶ୍ନ କରିବାକୁ ଚାହୁଁଛି ଯେ ଗୋଟିଏ ଦାୟିତ୍ୱହୀନ ଓ ଦୁଷ୍ଟ ରାଷ୍ଟ୍ର ହାତରେ ପରମାଣୁ ଯୁଦ୍ଧାସ୍ତ୍ର କେତେ ସୁରକ୍ଷିତ? ମୋର ଆଶା ଓ ବିଶ୍ୱାସ ପାକିସ୍ତାନର ଆଣବିକ ଯୁଦ୍ଧାସ୍ତ୍ରକୁ ଅନ୍ତର୍ଜାତୀୟ ଆଟୋମିକ ଏନର୍ଜୀ ଏଜେନ୍ସି (ଆଇଏଇଏ) ସମୀକ୍ଷା କରି ନିଜ ନିୟନ୍ତ୍ରଣରେ ରଖୁ।”

Advertisment

ଆଜି ରାଜନାଥ ସିଂହ ଶ୍ରୀନଗରରେ ଥିବା ସ୍ଥଳର ସେନାର ୧୫ କ୍ରପ୍ସ ମୁଖ୍ୟାଳୟକୁ ଯିବା ସହ ସେଠାରେ ଯବାନଙ୍କୁ ଭେଟିଛନ୍ତି। ଅପରେସନ ସିନ୍ଦୂର ପରେ ଏହା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ପ୍ରଥମ ଶ୍ରୀନଗର ଗସ୍ତ। ଏହି ସମୟରେ ସେ ଜମ୍ମୁ-କଶ୍ମୀରର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏଥିସହ ଆତଙ୍କବାଦ ନିରୋଧ ଅପରେସନର ସ୍ଥିତି ପରଖିଛନ୍ତି। ଅପରେସନ ସିନ୍ଦୂରରେ ସହିଦ ହୋଇଥିବା ଯବାମନମାନଙ୍କୁ ଯବାନମାନଙ୍କୁ ମଧ୍ୟ ଶ୍ରୀ ସିଂହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Pakistan Rajnath Singh India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe