Advertisment

ପୁଣି ଆସିବ କି ୧୦୦୦ ଟଙ୍କିଆ ନୋଟ? ଜବାବ ରଖିଲେ ଆରବିଆଇ ଗଭର୍ଣ୍ଣର

୨୦୧୬ ନଭେମ୍ବର ମାସରେ ବିମୁଦ୍ରାକରଣ ଲାଗୁ କରାଯାଇଥିଲା। ଫଳରେ ବଜାରରେ ପ୍ରଚଳିତ ଥିବା ସମସ୍ତ ପ୍ରକାରର ୫୦୦ ଓ ହଜାରେ ଟଙ୍କିଆ ନୋଟ ଅଚଳ ହୋଇଯାଇଥିଲା।

RS 1000

RS 1000

Advertisment

୨୦୧୬ ମସିହା ବିମୁଦ୍ରାକରଣ ପରେ ବଜାରକୁ ଆସିଥିବା ୨ ହଜାର ଟଙ୍କିଆ ନୋଟକୁ ଆରିବିଆଇ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ଆରବିଆଇର ଏପରି ନିଷ୍ପତ୍ତି ପରେ ୨୦୧୬ ବିମୁଦ୍ରାକରଣ ପୂର୍ବରୁ ବଜାରରେ ବ୍ୟବହାର କରାଯାଉଥିବା ୧୦୦୦ ଟଙ୍କିଆ ନୋଟ ପୁଣି ଆସିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment

ଆଜି ଏ ସଂକ୍ରାନ୍ତରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ। ଏହାର ଜବାବ ମଧ୍ୟ ସେ ରଖିଛନ୍ତି। ତାଙ୍କ କହିବା କଥା ଯେ ଆରବିଆଇ ପୁଣିଥରେ ହଜାରେ ଟଙ୍କିଆ ନୋଟ ବଜାରକୁ ଛାଡ଼ିବା ପାଇଁ କୌଣସି ପ୍ରକାରର ଯୋଜନା କରିନାହିଁ। ସେ କହିଛନ୍ତି, “୧୦୦୦ ଟଙ୍କିଆ ନୋଟକୁ ନେଇ ଅନେକ ପ୍ରକାରର ଆକଳନ କରାଯାଉଛି। କିନ୍ତୁ ସେହିପରି ଯୋଜନା ବର୍ତ୍ତମାନ ସୁଦ୍ଧା କିଛି ନାହିଁ।”

୨୦୧୬ ନଭେମ୍ବର ମାସରେ ବିମୁଦ୍ରାକରଣ ଲାଗୁ କରାଯାଇଥିଲା। ଫଳରେ ବଜାରରେ ପ୍ରଚଳିତ ଥିବା ସମସ୍ତ ପ୍ରକାରର ୫୦୦ ଓ ହଜାରେ ଟଙ୍କିଆ ନୋଟ ଅଚଳ ହୋଇଯାଇଥିଲା। ଏହାପରେ ଟଙ୍କାର ପ୍ରାଥମିକ ଚାହିଦା ମେଣ୍ଟାଇବା ପାଇଁ ଆରବିଆଇ ନୂଆ ୫୦୦ ଟଙ୍କିଆ ନୋଟ ସହ ୨ ହଜାର ଟଙ୍କିଆ ନୋଟର ପ୍ରଚଳନ କରିଥିଲା।

Advertisment

ବିମୁଦ୍ରାକରଣ ନିଷ୍ପତ୍ତି ଯୋଗୁ ୧୦ ଲକ୍ଷ କୋଟି ଟଙ୍କାର ୫୦୦ ଓ ହଜାରେ ଟଙ୍କିଆ ନୋଟ ଅଚଳ ହୋଇଥିଲା। ୨ ହଜାର ଟଙ୍କିଆ ନୋଟ ବଜାରକୁ ଛଡ଼ା ଯାଇଥିଲେ ହେଁ ୨୦୧୯-୧୯ ପରଠାରୁ ଏହାକୁ ଆଉ ଛପା ଯାଉ ନଥିଲା। ଏହାପରେ ଆରବିଆଇ ଶୁକ୍ରବାର ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିଥିଲା।

ଆରବିଆଇ ଏହି ନୋଟକୁ ବଦଳ କରି ନୂଆ ଟଙ୍କା ନେବାକୁ ସେପ୍ଟେମ୍ବର ୩୦ ଯାଏ ସମୟ ଦେଇଛି। ଏ ସମ୍ପର୍କରେ ଆଜି ଶକ୍ତିକାନ୍ତ ଦାସ ସୂଚନା ଦେବା ସହ ୨ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ଲୋକମାନେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି।

ସେ କହିଛନ୍ତି, ବର୍ତ୍ତମାନ ଟଙ୍କା ବଦଳାଇବା ପାଇଁ ବ୍ୟାଙ୍କରେ ଭିଡ଼ କରିବାର କୌଣସି ଆବଶ୍ୟକ ନାହିଁ। ନୋଟ ବଦଳାଇବା ପାଇଁ ୪ ମାସର ସମୟ ରହିଛି। ସେପ୍ଟେମ୍ବର ୩୦ ଯାଏ ଲୋକମାନେ ୨ ହଜାର ଟଙ୍କିଆ ନୋଟ ବଦଳାଇ ପାରିବେ।

ନୋଟ ବଦଳାଇବା ନିଷ୍ପତ୍ତିକୁ ଗୁରୁତର ସହ ନେବା ପାଇଁ ଗୋଟିଏ ସମୟ ଧାର୍ଯ୍ୟ କରାଯାଇଛି। ଏହାକୁ ନେଇ କେହି ବ୍ୟସ୍ତ ହୁଅନ୍ତୁ ନାହିଁ। ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ନିଷ୍ପତ୍ତି ଭାରତର ଅର୍ଥନୀତି ଉପରେ ଅତ୍ୟନ୍ତ କମ ପ୍ରଭାବ ପକାଇବ। କାରଣ ପ୍ରଚଳିତ ଥିବା ମୋଟ ନୋଟରୁ ୨ ହଜାର ଟଙ୍କିଆ ନୋଟର ଭାଗ କେବଳ ୧୦.୮% ବୋଲି ସେ କହିଛନ୍ତି।

RBI 2000 Notes RS 2000
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe