Advertisment

ଆତଙ୍କବାଦୀଙ୍କ ସହ ଲଢ଼େଇ ବେଳେ ଆର୍ମି କ୍ୟାପ୍ଟେନ ସହିଦ

ଡୋଡାର ଅସାର ଅଞ୍ଚଳରେ ଥିବା ଶିବଗଡ଼-ଅସାର ବେଲ୍ଟରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ଅପରେସନ ଆରମ୍ଭ ହୋଇଥିଲା।

Army

Army

Advertisment

ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାରେ ଚାଲିଥିବା ଏନକାଉଣ୍ଟରରେ ଜଣେ ଆର୍ମି କ୍ୟାପ୍ଟେନ ସହିଦ ହୋଇଛନ୍ତି। କ୍ୟାପ୍ଟେନ ଦୀପକ ସିଂହ ଆତଙ୍କବାଦୀଙ୍କ ଗୁଳିରେ ଦେଶ ପାଇଁ ଜୀବନ ଦେଇଥିବା ସେନା ପକ୍ଷରୁ ନିଶ୍ଚିତ କରାଯାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଡୋଡାର ଅସାର ଅଞ୍ଚଳରେ ଥିବା ଶିବଗଡ଼-ଅସାର ବେଲ୍ଟରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ଅପରେସନ ଆରମ୍ଭ ହୋଇଥିଲା। ୪ରୁ ଅଧିକ ଆତଙ୍କବାଦୀ ଜଙ୍ଗଲ ଭିତରେ ଲୁଚି ରହିଥିବାରୁ ସୁରକ୍ଷାକର୍ମୀ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟର ସୁରକ୍ଷାକର୍ମୀମାନେ ଗୋଟିଏ ଏମ ୪ ରାଇଫଲ, କିଛି ପୋଷାକ ଓ ୩ଟି ପଥର ବସ୍ତା ଠାବ କରିଥିଲେ।

ଆତଙ୍କବାଦୀମାନେ ସ୍ଥାନୀୟ ଅଞ୍ଚଳରେ ଥିବା ସୁରକ୍ଷାକର୍ମୀମାନେ ନିଶ୍ଚିତ ହେବା ପରେ କ୍ୟାପ୍ଟେନ ଦୀପକ ସିଂହଙ୍କ ନେତୃତ୍ୱରେ ଅପରେସନକୁ ଆହୁରି ଜୋରଦାର କରାଯାଇଥିଲା। କ୍ୟାପ୍ଟେନ ଦୀପକ ହେଉଛନ୍ତି ଆର୍ମିର କ୍ରପ୍ସ ଅଫ ସିଗ୍ନାଲର ସଦସ୍ୟ। ସେ ୪୮ ରାଷ୍ଟ୍ରୀୟ ରାଇଫଲ୍ସକୁ ଡେପୁଟେସନରେ ଯାଇଥିଲେ।

Advertisment

ଆଜି ତାଙ୍କୁ ଫିଲ୍ଡ ମେଜର ଭାବେ ପୂରା ଅପରେସନର ନେତୃତ୍ୱ ମିଳିଥିଲା। ସେ ନିଜର ୟୁନିଟ ସହ ଆଗକୁ ବଢ଼ୁଥିବା ବେଳେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା।

ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିମୟରେ କ୍ୟାପ୍ଟେନ ଦୀପକ ସିଂହ ସହିଦ ହୋଇଛନ୍ତି। ଏବେ ବି ଡୋଡାରେ ଅପରେସନ ଅସାର ଜାରି ରହିଥିବା ପ୍ରତିରକ୍ଷା ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ପ୍ରବଳ ଗୁଳି ବିନିମୟ ଭିତରେ ସର୍ଚ୍ଚ ଅପରେସନ ଜାରିଥିବା ଆର୍ମିର ହ୍ୱାଇଟ ନାଇଟ କ୍ରପ୍ସ ମଧ୍ୟ ଏକ୍ସରେ କହିଛି। କୁହାଯାଇଛି ଯେ ଆତଙ୍କବାଦୀମାନେ ଶିବଗଡ଼ ଅସାର ବେଲ୍ଟରେ ଲୁଚି ରହିଛନ୍ତି। ଗୁଳି ବିନିମୟରେ ସେମାନଙ୍କ ମଧ୍ୟରୁ ୪ ଜଣ ଆହତ ହୋଇଛନ୍ତି। କାରଣ ରକ୍ତ ଭିଜା ୪ଟି ବସ୍ତା ସ୍ଥାନୀୟ ଅଞ୍ଚଳରୁ ଉଦ୍ଧାର ହୋଇଛି। ସେହିପରି ଏନକାଉଣ୍ଟର ସ୍ଥଳରୁ ଗୋଟିଏ ଏମ ୪ ରାଇଫଲ ମଧ୍ୟ ମିଳିଛି।

ଆତଙ୍କବାଦୀମାନେ ଉଦ୍ଧମପୁର ଜିଲ୍ଲାକୁ ଲାଗିଥିବା ପାଟନିଟପ୍‌ ସ୍ଥିତ ଜଙ୍ଗଲ ଦେଇ ଡୋଡାକୁ ଆସିଛନ୍ତି। କାରଣ ସେଠାରେ ମଧ୍ୟ କିଛି ସମୟ ପାଇଁ ସୁରକ୍ଷାକର୍ମ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ମଙ୍ଗଳବାର ସନ୍ଧ୍ୟା ୬ଟାରେ ସୁରକ୍ଷାକର୍ମୀମାନେ ଉଦ୍ଧମପୁର ଠାରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହାର ୩୦ ମିନିଟ ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ବେଶ କିଛି ଘଣ୍ଟା ଧରି ଗୁଳି ବିନିମୟ ପରେ ଏହା ବନ୍ଦ ହୋଇଥିଲା।

ବୁଧବାର ସକାଳ ୭.୩୦ରୁ ପୁଣି ଡୋଡାରେ ଏନକାଉଣ୍ଟର ଆରମ୍ଭ ହୋଇଛି। ଏବେ ବି ଗୁଳି ବିନିମୟ ଜାରି ରହିତିବା ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁହାଯାଇଛି।

Jammu Kashmir Police Encounter Encounter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe