/odisha-reporter/media/post_attachments/uploadimage/library/16_9/16_9_0/Hamas_1754915723.jpg)
Hamas
ଭାରତର ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ରବିବାର ବଡ଼ ବୟାନ ଦେଇଛନ୍ତି। ହମାସକୁ ସେ ପ୍ରଥମଥର ଆତଙ୍କବାଦୀ ସଂଗଠନ ବୋଲି କହିଛନ୍ତି। ଭାରତର ଚିନ୍ତିତ ଥିବା ଆତଙ୍କବାଦୀ ସଂଗଠନଗୁଡ଼ିକ ମଧ୍ୟରେ ହମାସ ରହିଥିବା ସେ କହିବା ସହ ଏହାକୁ ଲସ୍କର ଓ ଟିଆରଏଫ ଭଳି ଗ୍ରୁପ ତାଲିକାରେ ରଖିଛନ୍ତି।
ଆଇଆଇଟି ମାଡ୍ରାସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜେନେରାଲ ଦ୍ୱିବେଦୀ କହିଛନ୍ତି, “ହମାସ, ଲସ୍କର, ଟିଆରଏଫ ଭଳି ଅନେକ ଆତଙ୍କବାଦୀ ସଂଗଠନ ରହିଛନ୍ତି। ଏମାନେ ଏମିତି ସଂଗଠନ ଯେଉଁମାନଙ୍କ ପ୍ରତି ଭାରତ ଚିନ୍ତିତ।”
ପ୍ରଥମ ଥର ପାଇଁ ଭାରତର କୌଣସି ସ୍ଥଳ ସେନା ମୁଖ୍ୟ ଖୋଲାଖୋଲି ଭାବେ ହମାସକୁ ଆତଙ୍କବାଦୀ ସଂଗଠନ ବୋଲି କହିଛନ୍ତି। ଆମେରିକା, ବ୍ରିଟେନ ଓ ୟୁରୋପୀୟ ୟୁନିୟନ ପକ୍ଷରୁ ହମାସକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରାଯାଇ ସାରିଛି।
ହେଲେ ଭାରତ ବିଧିବଦ୍ଧ ଭାବେ ହମାସକୁ ଆତଙ୍କବାଦୀ ସଂଗଠନ ଭାବେ କେବେ ହେଲେ ଘୋଷଣା କରି ନାହିଁ କିମ୍ବା ହମାସକୁ ଆତଙ୍କୀ ସଂଗଠନ କହି ନାହିଁ। ମିଳିତ ଜାତିସଂଘ ମଧ୍ୟ ହମାସକୁ ଏଯାଏ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
