Advertisment

ଭାରତୀୟ ସେନାରେ କମିବ ଯବାନଙ୍କ ସଂଖ୍ୟା: ସେନା ମୁଖ୍ୟ

ଯବାନଙ୍କ ସଂଖ୍ୟା କମି ସେନାରେ ପାଖାପାଖି ୧ ଲକ୍ଷ ଲୋକ ରହିବେ।

ଅଦ୍ୟତନ ହୋଇଛି
Army Chief Manoj Pandey

Army Chief Manoj Pandey

Advertisment

କମିବ ଯବାନଙ୍କ ସଂଖ୍ୟା। ଭାରତୀୟ ସେନାରେ ଯବାନଙ୍କ ସଂଖ୍ୟାକୁ କମ୍‌ କରାଯିବ। ୨୦୨୭ ସୁଦ୍ଧା ସେନାରେ ଅପ୍ଟିମାଇଜେସନ୍ ପ୍ରକ୍ରିୟା ଶେଷ ହେବ। ଯାହା ପରେ ସେନାରେ ପାଖାପାଖି ୧ ଲକ୍ଷ ଲୋକ ରହିବେ। ଆଜି ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଏଭଳି କିଛି ବଡ଼ ବୟାନ ଦେଇଛନ୍ତି।

Advertisment

ସେନା ଦିବସ ଅବସରରେ ଗଣମାଧ୍ୟମକୁ ବୟାନ ଦେଇ ସେନା ମୁଖ୍ୟ କହିଛନ୍ତି, ଚୀନ୍ ଏଲ୍ଏସିର ଉତ୍ତର ସୀମାରେ ସ୍ଥିତି ସ୍ଥିର ରହିଛି, କିନ୍ତୁ ତଥାପି ଆମେ ଅନୁମାନ କରୁଛୁ ଯେ ଏହି ପ୍ରସଙ୍ଗ ସମ୍ବେଦନଶୀଳ। ସେନା ଏହା ଉପରେ ତୀକ୍ଷ୍ଣ ନଜର ରଖିଛି।

ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି, ସେନା ଭିତରେ ପରିବହନ ହ୍ରାସ ପାଇଛି, ଏବେ ଏହାର ସ୍ଥାନରେ ଡ୍ରୋନ୍ ଲଗାଯାଇଛି। ଅଗ୍ନିପଥ ଯୋଜନା ଅଧୀନରେ ଥିବା ଅଗ୍ନିବୀରଙ୍କ ଦୁଇଟି ବ୍ୟାଚ୍‌କୁ ଏହି କ୍ଷେତ୍ରରେ ମୁତୟନ କରାଯାଇଛି। ଅଗ୍ନିବୀରଙ୍କ ବିଷୟରେ ମତାମତ ଉତ୍ସାହଜନକ ବୋଲି ସେ ସୂଚନା ଦେଇଛନ୍ତି।

Advertisment

ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି ଯେ ଜମ୍ମୁ-କଶ୍ମୀର ସଂଲଗ୍ନ ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ କଡ଼ାକଡ଼ି ରହିଛି। ବିଶେଷ କରି ରଜୌରୀ, ପୁଞ୍ଚ ଆଦି ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। 

ଏହି ସମ୍ବେଦନଶୀଳ ଅଂଚଳରେ ସ୍ଥାନୀୟ ପୁଲିସ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଏଜେନ୍ସି ସହ ସେନା ସମନ୍ୱୟ ରକ୍ଷା କରି କାମ କରୁଛି। ଏହାବ୍ୟତୀତ ବର୍ଷକ ମଧ୍ୟରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ହିଂସା ଓ ଅନ୍ୟାନ୍ୟ ପ୍ରସଙ୍ଗଉପରେ ଭଲ ଭାବେ କାର୍ଯ୍ୟ କରାଯାଇଛି ବୋଲି ସେ ଦାବି କରିଛନ୍ତି।

୭୬ତମ ସେନା ଦିବସ ପରେଡ୍ ଚଳିତ ବର୍ଷ ଜାନୁଆରୀ ୧୫ ତାରିଖରେ ଲକ୍ଷ୍ନୌରେ ଅନୁଷ୍ଠିତ ହେବ ବୋଲି ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କିନ୍ତୁ ଏହା ପୂର୍ବରୁ ଅନେକ କାର୍ଯ୍ୟକ୍ରମ ହେବ। ଏହି ସବୁ କାର୍ଯ୍ୟକ୍ରମରେ ସାଧାରଣ ଲୋକ ସାମିଲ ହୋଇପାରିବେ।

Indian Army Army Chief Manoj Pandey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe