ସ୍ଥଳ ସେନା ମୁଖ୍ୟ
ଆତଙ୍କୀସ୍ତାନ ପାକିସ୍ତାନକୁ କଡ଼ା ଚେତାବାନୀ ଦେଇଛନ୍ତି ଭାରତର ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ପାକିସ୍ତାନ ଆତଙ୍କବାଦର ସମର୍ଥନ ବନ୍ଦ କରୁ। ନଚେତ ପାକିସ୍ତାନ ନିଜର ଭୌଗଳିକ ଉପସ୍ଥିତିକୁ ହରାଇବ।
ଯଦି ପାକିସ୍ତାନ ବିଶ୍ୱ ମାନଚିତ୍ରରେ ନିଜର ସ୍ଥାନ ଅତୁଟ ରଖିବାକୁ ଚାହୁଁଛି, ତା’ହେଲେ ରାଜ୍ୟ ପ୍ରାୟୋଜିତ ଆତଙ୍କବାଦକୁ ବନ୍ଦ କରୁ। ନଚେତ ଆମେ ପାକିସ୍ତାନର ଉପସ୍ଥିତିକୁ ମାନଚିତ୍ରରୁ ଲିଭାଇ ଦେବୁ। ଏଭଳି ଭାଷାରେ ଆଜି ପାକିସ୍ତାନ(Pakistan)କୁ କଡ଼ା ଚେତାବନୀ ଦେଇଛନ୍ତି ଜେନେରାଲ ଦ୍ୱିବେଦୀ।
ରାଜସ୍ଥାନର ଅନୁପଗଡ଼ରେ ଥିବା ଆର୍ମି ପୋଷ୍ଟରେ ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ ଭାରତୀୟ ସେନା ବାହିନୀ ଏଥର କୌଣସି ପ୍ରକାରର ସଂଯମତା ଦେଖାଇବ ନାହିଁ। ପାକିସ୍ତାନ ଯଦି ଆତଙ୍କବାଦର ରପ୍ତାନୀ ବନ୍ଦ ନ କରିବ, ତା’ହେଲେ ଅପରେସନ ସିନ୍ଦୂରର ଦ୍ୱିତୀୟ ଭାଗ ବେଶୀ ଦୂର ନୁହେଁ ବୋଲି ସେ ଆଜି ସଙ୍କେତ ଦେଇଛନ୍ତି।
ଜେନେରାଲ ଦ୍ୱିବେଦୀ(Army Chief) କହିଛନ୍ତି, “ଅପରେସନ ସିନ୍ଦୁର ୧.୦ରେ ଆମେ ଯେଉଁ ଭଳି ସଂଯମତା ଦେଖାଇଥିଲୁ, ଏଥର ଆଉ ସେମିତି କରିବୁ ନାହିଁ। ଏଥର ଆମେ ଏମିତି କିଛି କରିବୁ, ଯାହାକୁ ଦେଖିବା ପରେ ପାକିସ୍ତାନ ନିଜର ଭୂଗୋଳରେ ନିଜର ଉପସ୍ଥିତି ରହିବା ଉଚିତ କି ନୁହେଁ, ତା’ର ବିଚାର କରିବ। ଯଦି ପାକିସ୍ତାନ ବିଶ୍ୱ ଇତିହାସ ଓ ନିଜର ଭୌଗଳିକ ଉପସ୍ଥିତି ଚାହୁଁଛି, ତା’ହେଲେ ରାଜ୍ୟ ପ୍ରାୟୋଜିତ ଆତଙ୍କବାଦକୁ ବନ୍ଦ କରୁ। ଭାରତକୁ ଉସକାଇବା ବନ୍ଦ କରୁ। ନଚେତ ଏହାର ଜବାବ କଳ୍ପନା ବାହାରେ ରହିବ। ପାକିସ୍ତାନ ଆଶା ଠାରୁ ଅନେକ କିଛି ଅଧିକା ଅନୁଭବ କରିବ।”
ସେ ଭାରତୀୟ ସୁରକ୍ଷା ବାହିନୀକୁ ଆଗାମୀ ଅପରେସନ ପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, “ଯଦି ଭଗବାନ ଚାହିଁବେ, ଆପଣମାନେ ଖୁବଶୀଘ୍ର ଗୋଟିଏ ସୁଯୋଗ ପାଇବେ। ସେଥିପାଇଁ ଶୁଭେଚ୍ଛା।” ଏପରି କହି ସେ ଅପରେସନ ସିନ୍ଦୁରର ଦ୍ୱିତୀୟ ଭାଗ ଖୁବଶୀଘ୍ର ଆରମ୍ଭ ହେବାର ସଙ୍କେତ ଦେଇଛନ୍ତି।
ପହଲଗାମ ନରସଂହାରର ବଦଲନା ନେବାକୁ ଭାରତୀୟ ସେନା ମେ’ ୭ରେ ଅପରେସନ ସିନ୍ଦୁର(Operation Sindoor) ଆରମ୍ଭ କରିଥିଲା। ଏହାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ସାମରିକ ବିବାଦ ତୀବ୍ର ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/03/army-chief-2025-10-03-16-39-05.jpg)