Advertisment

Army Chief: ଅପରେସନ ସିନ୍ଦୂର କେବଳ ଟ୍ରେଲର ଥିଲା: ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ସେନା ମୁଖ୍ୟ

ଏପ୍ରିଲ ୨୨ ପହଲାଗାମ ନରସଂହାରର ବଦଲା ନେବାକୁ ମେ’ ୭ରେ ଭାରତୀୟ ସେନା ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହି ଅପରେସନରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ୧୦ରୁ ଅଧିକ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିଲା।

army-chief

ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ

Advertisment

ଆତଙ୍କୀସ୍ତାନ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି ସ୍ଥଳ ସେନା(Army Chief) ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ଅପରେସନ ସିନ୍ଦୂର କେବଳ ଗୋଟିଏ ଟ୍ରେଲର ଥିଲା ବୋଲି ସେ ସିଧାସଳଖ ପାକିସ୍ତାନକୁ ଇଙ୍ଗିତ କରି ମତ ରଖିଛନ୍ତି। ଯଦି ପଡ଼ୋଶୀ ନିଜର ଆଭିମୁଖ୍ୟ ନ ବଦଳାଇବ, ତା’ହେଲେ ଭାରତ ତା’କୁ କେମିତି ଦାୟିତ୍ୱବାନ ଭାବେ ବ୍ୟବହାର କରିବାକୁ ହୋଇଥାଏ ସେକଥା ବୁଝାଇ ଦେବ ବୋଲି ଜେନେରାଲ ଦ୍ୱିବେଦୀ କହିଛନ୍ତି।

Advertisment

ଚାଣକ୍ୟ ଡିଫେନ୍ସ ଡାଏଲଗରେ ଯୋଗ ଦେଇ ସ୍ଥଳ ସେନା ମୁଖ୍ୟ ଜେନେରାଲ ଦ୍ୱିବେଦୀ କହିଛନ୍ତି, “ଅପରେସନ ସିନ୍ଦୂର କେବଳ ଗୋଟିଏ ଟ୍ରେଲର ଥିଲା। ଏହା ମାତ୍ର ୮୮ ଘଣ୍ଟାରେ ଶେଷ ହୋଇଥିଲା। ଆମେ ଭବିଷ୍ୟତର ସବୁ ପ୍ରକାରର ପରିସ୍ଥିତି ପାଇଁ ପ୍ରସ୍ତୁତ। ଯଦି ପାକିସ୍ତାନ ଗୋଟିଏ ସୁଯୋଗ ଦେବ, ତା’ହେଲେ ଗୋଟିଏ ପଡ଼ୋଶୀ ଦେଶ କେମିତି ଦାୟିତ୍ୱବାନ ଭାବେ ବ୍ୟବହାର କରେ ସେକଥା ଆମେ ଶିଖାଇ ଦେବୁ।” 

ଏପ୍ରିଲ ୨୨ ପହଲାଗାମ ନରସଂହାରର ବଦଲା ନେବାକୁ ମେ’ ୭ରେ ଭାରତୀୟ ସେନା ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହି ଅପରେସନରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ୧୦ରୁ ଅଧିକ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିଲା। ଏହାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ସାମରିକ ବିବାଦ ଦେଖାଯାଇଥିଲା। ଶେଷରେ ମେ’ ୧୦ରେ ଉଭୟ ଦେଶ ପରସ୍ପର ସହ ଯୁଦ୍ଧ ବିରତି ଲାଗୁ କରିଥିଲେ। 

Advertisment

ଆତଙ୍କବାଦ ଓ ଆଲୋଚନା ଏକାଠି ଚାଲି ପାରିବ ନାହିଁ କଥାକୁ ଦୋହରାଇ ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ “ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ପୂର୍ବଭଳି ଜାରି ରଖିଛି। ରାଜନୀତିକ ଇଚ୍ଛା ଶକ୍ତି, ସୈନ୍ୟ ଶକ୍ତି ଉପରେ ବିଶ୍ୱାସ ଓ ଆବଶ୍ୟକ ସୈନ୍ୟ କ୍ଷମତା ରହିଥିଲେ ନିବାରଣ ସଫଳ ହୋଇଥାଏ। ଏବେ ଆମ ପାଖରେ ସମସ୍ତ ୩ଟି ଯାକ ରହିଛି।” 

ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ-କଶ୍ମୀରର ସ୍ଥିତି କେମିତି ବଦଳିଛି, ସେକଥା ମଧ୍ୟ ଜେନେରାଲ ଦ୍ୱିବେଦୀ କହିଛନ୍ତି। ସେ କହିଛନ୍ତି, “୨୦୧୯ ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ ହୋଇଥିଲା। ଏହାର ଅନେକ ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି। ପୂର୍ବରୁ ସ୍ୱାଧୀନତା ଦିବସରେ ପିଲାମାନେ କେଉଁ ପତାକା ସେମାନେ ଉଡ଼ାଇବେ ବୋଲି ପ୍ରଶ୍ନ କରିଥିଲେ। ହେଲେ ଏବେ ସେ ଦ୍ୱନ୍ଦ୍ୱ ଆଉ ନାହିଁ। ଉପତ୍ୟକାରେ ଆତଙ୍କବାଦ ଦ୍ରୁତଗତିରେ ହ୍ରାସ ପାଇଛି।” 

ପାକିସ୍ତାନ(Pakistan)ର ନାଁ ନ ନେଇ ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ ଯେତେବେଳେ ଗୋଟିଏ ଦେଶ ଆତଙ୍କବାଦକୁ ପ୍ରୋତ୍ସାହିତ କରିବ ସେତେବେଳେ ଏହା ନିଶ୍ଚିତ ଭାରତ ପାଇଁ ଚିନ୍ତାର ବିଷୟ। ସେ କହିଛନ୍ତି, “ଯଦି କେହି ଆମ ରାସ୍ତାରେ ପ୍ରତିବନ୍ଧକ ସୃଷ୍ଟି କରିବ, ତା’ହେଲେ ଆମେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବୁ। 

ଆତଙ୍କବାଦ ଓ ଆଲୋଚନା ଏକାଠି ଚାଲି ପାରିବ ନାହିଁ। ଆମେ ସମସ୍ତେ ଗୋଟିଏ ଶାନ୍ତି ପ୍ରକ୍ରିୟା ଚାହୁଁଛୁ। କିନ୍ତୁ ସେ ଯାଏ ଆମେ ଆତଙ୍କବାଦୀ ଓ ସେମାନଙ୍କ ପ୍ରାୟୋଜକଙ୍କୁ ଏକ ଭାବେ ଦେଖିବୁ। ଆତଙ୍କବାଦୀଙ୍କୁ ଉତ୍ସାହିତ କରୁଥିବା ଲୋକଙ୍କୁ ଆମେ ଜବାବ ଦେବୁ। ଭାରତ ଆଜି ଏପରି ଏକ ସ୍ଥିତିରେ ପହଞ୍ଚି ଯାଇଛି ଯେଉଁ ଆଉ ବ୍ଲାକମେଲ ଉଦ୍ୟମକୁ ଡରିବ ନାହିଁ।” 

Pakistan Army Chief
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe