Accident
Advertisment
ଜମ୍ମୁ ଓ କଶ୍ମୀରର କିସ୍ତୱାଡ଼ ଜିଲ୍ଲାର ମରୱାହ ତହସିଲର ମାଛନା ଗାଁ ନିକଟରେ ଆଜି ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ୨ ଜଣ ପାଇଲଟଙ୍କ ସମେତ ମୋଟ ୩ ଜଣ ଥିଲେ। ପାଇଲଟ ଦ୍ୱୟ ଆହତ ହୋଇଥିବା ସେନା ପକ୍ଷରୁ କୁହାଯାଇଛି।
Advertisment
ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ହେଉଛି ସେନାର ଆଡଭାନ୍ସଡ ଲାଇଟ ହେଲିକପ୍ଟର ‘ଧ୍ରୁବ’। ଗତ ଦୁଇ ମାସରେ ତିନିଟି ଧ୍ରୁବ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି।
ଗତ ମାର୍ଚ୍ଚ ମାସରେ ଭାରତୀୟ ସେନାର ଏକ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ଜଣ ପାଇଲଟଙ୍କ ମୃତ୍ୟ ଘଟିଥିଲା। ଅରୁଣାଚଳ ପ୍ରଦେଶର ମଣ୍ଡଳ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Accident_1683184251.jpg)