Advertisment

ଭାରତୀୟ ବାୟୁ ସେନାର ହେଲିକପ୍ଟର ‘ଚେତକ’ର ଜରୁରୀ ଅବତରଣ

ହେଲିକପ୍ଟରଟି ଅଯୋଧ୍ୟାରୁ ପ୍ରୟାଗରାଜ ଅଭିମୁଖେ ଆସୁଥିବା ବେଳେ ସେଥିରେ ବୈଷୟିକ ତ୍ରୁଟି ଦେଖାଯାଇଥିଲା।

Chopper

Chopper

Advertisment

ଭାରତୀୟ ବାୟୁ ସେନାର ଏକ ଚେତକ ହେଲିକପ୍ଟର ଆଜି ଉତ୍ତର ପ୍ରଦେଶର ପ୍ରୟାଗରାଜ ନିକଟସ୍ଥ ହୋଲାଗଡ଼ରେ ଜରୁରୀ ଅବତରଣ କରିଥିଲା। ବୈଷୟିକ ତ୍ରୁଟି ଦେଖାଦେବାରୁ ଏହା ଜରୁରୀ ଅବତରଣ କରିଥିଲା ବୋଲି ବାୟୁ ସେନା ପକ୍ଷରୁ କୁହାଯାଇଛି।

Advertisment

ସେନାର ଏକ ଇଞ୍ଜିନିୟରିଂ ୟୁନିଟ ଘଟଣାସ୍ଥଳରେ ପହଞ୍ଚି ହେଲିକପ୍ଟରକୁ ଯାଞ୍ଚ କରିଥିଲେ। ସେମାନେ ହେଲିକପ୍ଟରକୁ ସଜାଡ଼ିବା ପରେ ତାହା ବାୟୁ ସେନାର ବେସ୍‌ କ୍ୟାମ୍ପକୁ ଫେରି ଯାଇଥିଲା। ଜରୁରୀ ଅବତରଣ ବେଳେ କେହି ଆହତ ହୋଇନଥିବା ଭାରତୀୟ ବାୟୁ ସେନାର ଜଣେ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ହେଲିକପ୍ଟରଟି ଅଯୋଧ୍ୟାରୁ ପ୍ରୟାଗରାଜ ଅଭିମୁଖେ ଆସୁଥିବା ବେଳେ ସେଥିରେ ବୈଷୟିକ ତ୍ରୁଟି ଦେଖାଯାଇଥିଲା।

Advertisment
Chetak Indian AirForce
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe