Advertisment

ସୀମାରେ ଆତଙ୍କୀ ହମଲା; ଜଣେ ଯବାନ ଶହୀଦ, ୪ ଆହତ

ଆଜି ସକାଳେ କୁପୱାଡା ଜିଲ୍ଲାରେ ଯବାନଙ୍କ ଉପରକୁ ଆକ୍ରମଣ କରିଥିଲା ପାକିସ୍ତାନ ବୋର୍ଡର ଆକ୍ସନ ଟିମ୍ (BAT)।

author-image
Debibandita Barick
ଅଦ୍ୟତନ ହୋଇଛି
Soldier

Soldier

ସୀମାରେ କିଛି ଦିନ ହେବ ଲାଗି ରହିଛି ଆତଙ୍କୀ ହମଲା। ଆଜି ସକାଳେ ପୁଣି ଆତଙ୍କବାଦୀ ଓ ସୈନ୍ୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଆତଙ୍କବାଦୀ ନିପାତ ହୋଇ ଥିବାବେଳେ ୫ ଜଣ ଯବାନ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିଲା। ପରବର୍ତ୍ତୀ ସମୟରେ ଜଣେ ଯବାନ ଶହୀଦ ହୋଇଥିବା ଜଣାପଡ଼ିଛି। 

Advertisment

ସୂଚନା ଅନୁସାରେ, ଆଜି ସକାଳେ ଜମ୍ମୁ କଶ୍ମୀର କୁପୱାଡା ଜିଲ୍ଲାର ମଛିଲ ସେକ୍ଟର ନିକଟରେ ଯବାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ। ପାକିସ୍ତାନ ବୋର୍ଡର ଆକ୍ସନ ଟିମ୍ (BAT) ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ। ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଛି।

ଯବାନଙ୍କ ପାଲଟା ଆକ୍ରମଣରେ ଜଣେ ଆତଙ୍କାବାଦୀକୁ ସଫା କରିଛି ଭାରତୀୟ ସେନା। କିନ୍ତୁ ପାଲଟା ଆକ୍ରମଣ ସମୟରେ ପାଞ୍ଚ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିଲା। ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯବାନ ଶହୀଦ ହୋଇଛନ୍ତି।

Advertisment

କିଛି ଦିନ ହେବ କୁପୱାଡାରେ ଆତଙ୍କୀ କାର୍ଯ୍ୟକଳାପ ବଢିଚାଲିଛି। ଗୁରୁବାର ଜଣେ ଯବାନ ଶହୀଦ ହୋଇଥିଲେ। ଏହାପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ସର୍ଚ୍ଚ ଅପରେସନ ଜାରି ରହିଛି। 

ସେପଟେ ପଞ୍ଜାବର ଜଣେ ମହିଳା ଉକ୍ତ ଅଞ୍ଚଳରେ ୭ ଜଣ ସନ୍ଦିଗ୍ଧଙ୍କୁ ଦେଖିଥିବା କହିବା ପରେ ଜମ୍ମୁରେ ହାଇ ଆଲର୍ଟ ଜାରି କରାଯାଇଛି। ପଞ୍ଜାବ ପୁଲିସ ଜଣେ ଆତଙ୍କବାଦୀର ସ୍କେଚ୍ ଜାରି କରି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ସହ ଯଦି କୌଣସି ବ୍ୟକ୍ତିଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଜଣାପଡ଼େ ତେବେ ତୁରନ୍ତ ପୁଲିସକୁ ସୂଚନା ଦେବାକୁ କହିଛି। ଆଜି ମଧ୍ୟ ସମସ୍ତ ଆର୍ମି ସ୍କୁଲକୁ ଛୁଟି ଘୋଷଣା କରାଯାଇଛି।  

Indian Army Terrorist Attack Gun Fight